Get Updates
Get notified of breaking news, exclusive insights, and must-see stories!

ଅପ୍ରେଲ 26 ତାରିଖରେ ନାମଙ୍କନ ଭରିବେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ

ପିପିଲି ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଦଳ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରିଛି । ତେବେ ଆସନ୍ତା 26 ତାରିଖରେ ନାମାଙ୍କନ ଭରିବେ ବିଶ୍ୱକେଶନ ।

ଭୁବନେଶ୍ୱର : ପିପିଲି ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଦଳ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରିଛି । ତେବେ ଆସନ୍ତା 26 ତାରିଖରେ ନାମାଙ୍କନ ଭରିବେ ବିଶ୍ୱକେଶନ ।

କଂଗ୍ରେସ ପ୍ରାର୍ଥୀ ସ୍ୱର୍ଗତଃ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଦଳ ନୂଆ ପ୍ରାର୍ଥୀ ଘୋଷଣା କରିଛି । ସୂଚନାୟୋଗ୍ୟ, ଗତ 14 ତାରିଖରେ ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ମୃତ୍ୟୁ ହୋଇଥିଲା ।

biswakeshan harichandan

ଏହା ପରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, "ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଜଣେ ମେଧବୀ ଛାତ୍ର ସହ ଆଇନଜୀବୀ । ସେ ପୁରୀ ଜିଲ୍ଲା ସେବା ଦଳର ମୁଖ୍ୟ ଅଛନ୍ତି । ତାଙ୍କ ବାପା ଆମ ଦଳର ଓ ସରପଞ୍ଚ ଥିଲେ । ଆମେ ଅଜିତ ମଙ୍ଗରାଜଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲୁ । ସେ ହୋଇଥିଲେ ଭଲ ଅନୁକମ୍ପା ଭୋଟ ପାଇଥାନ୍ତେ । ସେ ମନା କରିବାରୁ ଆମେ ପୂର୍ଣ ସ୍ବାଇଁଙ୍କୁ କହିଲୁ । ହେଲେ ସେ ଖାପଛଡା ଦେଲେ । ହୁଏତ ଅଜିତଙ୍କ ପତ୍ନୀଙ୍କ ପରି ସେ ଭୋଟ ନ ପାଇ ପାରନ୍ତି । ହେଲେ ଭଲ ଲଲ ପ୍ରଦର୍ଶନ କରିବେ । ଆମେ ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ପ୍ରଚାର କରିବୁ । 26 ତାରିଖରେ ବିଶ୍ୱକେଶନ ନାମାଙ୍କନ ଦାଖଲ କରିବେ ।"

ଉଲ୍ଲେଖଯୋଗ୍ୟ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ନିର୍ବାଚନ କମିଶନ ମେ' 13ରେ ନିର୍ବାଚନ କରିବା ନେଇ ଘୋଷଣା କରିଥିଲେ । ଏହାପରେ ପୁଣି ଏହାକୁ ଘୁଞ୍ଚାଇ ମେ 16 ରେ ମତଦାନ ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ସୁନିଲ ଲୋହାନୀ । ମେ 13 ତାରିଖରେ ଇଦ୍ ପଡୁଥିବାରୁ ନିର୍ଦ୍ଧାରିତ ତାରିଖକୁ ଘୁଞ୍ଚାଯାଇଥିବା କହିଛନ୍ତି କମିସନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+