ଆରପାରିରେ ଆଉ ଜଣେ କଂଗ୍ରେସ ପ୍ରାର୍ଥୀ

ପଶ୍ଚିମବଙ୍ଗରେ ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ମୁର୍ସିଦାବାଦ ଜିଲ୍ଲାର ସମରସେରଗଞ୍ଜ ବିଧାନସଭା ଆସନରୁ ଥିବା କଂଗ୍ରେସ ପ୍ରାର୍ଥୀ ରେଜୁଲ ହକଙ୍କ ଗୁରୁବାର ଦିନ ଦେହାନ୍ତ ହୋଇଛି । କରୋନା ସଂକ୍ରମିତ ହେବାପରେ କୋଲକାତାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ

କୋଲକାତା : ପଶ୍ଚିମବଙ୍ଗରେ ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ମୁର୍ସିଦାବାଦ ଜିଲ୍ଲାର ସମରସେରଗଞ୍ଜ ବିଧାନସଭା ଆସନରୁ ଥିବା କଂଗ୍ରେସ ପ୍ରାର୍ଥୀ ରେଜୁଲ ହକଙ୍କ ଗୁରୁବାର ଦିନ ଦେହାନ୍ତ ହୋଇଛି । କରୋନା ସଂକ୍ରମିତ ହେବା ପରେ ରେଜୁଲ ହକ କୋଲକାତାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ପଶ୍ଚିମବଙ୍ଗର କଂଗ୍ରେସ ରାଜ୍ୟ ସଚିବ ରୋହନ ମିତ୍ରା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ବୁଧବାର ଦିନ ପଶ୍ଚିମବଙ୍ଗରେ 5892ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ, ଯାହାକି ଆଜି ପର୍ଯ୍ୟନ୍ତ ସର୍ବାଧିକ ସଂଖ୍ୟା ଅଟେ ।

Rezaul Haque

ପଶ୍ଚିମବଙ୍ଗ କଂଗ୍ରେସ ସଚିବ ରୋହନ ମିତ୍ରା ଟ୍ୱିଟ୍ କରି ଲେଖିଛନ୍ତି ଯେ, 'ମୁର୍ସିଦାବାଦ ଜିଲ୍ଲାର ସମରଶେରଗଞ୍ଜ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ରେଜୁଲ ହକଙ୍କ କରୋନାଜନିତ ମୃତ୍ୟୁ ହୋଇଛି । ଏହା ହେଉଛି ସତ୍ୟ ଯାହା ଆମେ ସାମ୍ନା କରୁଛନ୍ତି । ଜାଗ୍ରତ ହୁଅ ଏବଂ ସତର୍କ ରୁହ । ଏହି ବର୍ଷ ଜୀବନ୍ତ ରୁହନ୍ତୁ, ଯାହା ଦ୍ୱାରା ଆସନ୍ତା ବର୍ଷର ବଙ୍ଗାଳୀ କ୍ୟାଲେଣ୍ଡର ଦେଖି ପାରିବେ । '

କରୋନା ସମ୍ବନ୍ଧରେ ସର୍ବଦଳୀୟ ବୈଠକ ଡାକିଛନ୍ତି ନିର୍ବାଚନ ଆୟୋଗ

ଆପଣଙ୍କୁ କହିରଖୁଛୁ ଯେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଚାରୋଟି ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି ଏବଂ ଏପ୍ରିଲ୍ 17 ରେ ପଞ୍ଚମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ଦ୍ରୁତ ଗତିରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ପଶ୍ଚିମବଙ୍ଗରେ ନିର୍ବାଚନୀ ରାଲିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ନିର୍ବାଚନ ସଭା ତଥା ସମାବେଶରେ କରୋନାର ସମସ୍ତ ଗାଇଡଲାଇନ ପାଳନ କରିବା ନେଇ
ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ସମସ୍ତ ରାଜନୈତିକ ଦଳର ଏକ ବୈଠକ ଡକାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+