For Quick Alerts
Turn On Notification  
For Daily Alerts
Oneindia App Download

ଆଜି ସରିବ ଭାରତ ଯୋଡ଼ୋ ଯାତ୍ରା, ସାମିଲ ହୋଇପାରନ୍ତି ଅନେକ ଦଳର ନେତା

ଗତ ବର୍ଷ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରା 12 ଟି ରାଜ୍ୟ ଅତିକ୍ରମ କରି ବର୍ତ୍ତମାନ ଶେଷ ହୋଇଛି । ଆଜିର ଏହି ସମାରୋହ ଦିବସ ଶେରେ-ଏ-କାଶ୍ମୀର ମଇଦାନରେ ଆୟୋଜିତ ହେଉଛି ।

|

ଶ୍ରୀନଗର: ଆଜି ଶେଷ ହେଉଛି କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦୀର୍ଘ ଦିନ ଧରି ଚାଲିଥିଲା ଏହି ଭାରତ ଯୋଡ଼ୋ ଯାତ୍ରା । ଏହା ପରେ ଆଜି ଶ୍ରୀନଗରର ଲାଲ ଛକରେ ତ୍ରିରଙ୍ଗା ଉତ୍ତୋଳନ କରିବା ସହ କଂଗ୍ରେସର ଭାରତ ଭାରତ ଯୋଡା ଯାତ୍ରା ଶେଷ ହୋଇଛି । ଗତ ବର୍ଷ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରା 12 ଟି ରାଜ୍ୟ ଅତିକ୍ରମ କରି ବର୍ତ୍ତମାନ ଶେଷ ହୋଇଛି ।

ଆଜିର ଏହି ସମାରୋହ ଦିବସ ଶେରେ-ଏ-କାଶ୍ମୀର ମଇଦାନରେ ଆୟୋଜିତ ହେଉଛି । ଏଥିରେ ବହୁ ରାଜନୈତିକ ଦଳର ନେତାମାନେ ସାମିଲ ହୋଇପାରନ୍ତି ।

Bharat Jodo Yatra

ଆଜିର ଏହି କାର୍ଯ୍ୟକ୍ରମ ପାଇଁ କଂଗ୍ରେସ ଏନଡିଏର 21 ସହଯୋଗୀଙ୍କୁ ଆମନ୍ତ୍ରଣ କରିଛି । କଂଗ୍ରେସର ବରିଷ୍ଠ ନେତା କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ଆମ୍ ଆଦମୀ ପାର୍ଟି, ଭାରତ ରାଷ୍ଟ୍ରିୟ ସମିତି ସମେତ ଅନେକ ଦଳ ଆମନ୍ତ୍ରିତ ହୋଇଛନ୍ତି । ତେବେ ପାଞ୍ଚଟି ଦଳ AIADMK, YSRCP, BJD, AIMIM ଏବଂ AIUDF କୁ ନିମନ୍ତ୍ରଣ କରାଯାଇ ନାହିଁ । ରବିବାର ଦିନ ରାହୁଲ ଗାନ୍ଧୀଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାମାନେ ଶ୍ରୀନଗରରେ ଆୟୋଜିତ ପତାକା ଉତ୍ତୋଳନ ସମାରୋହରେ ଯୋଗ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ, କଂଗ୍ରେସର ଏହି ଭାରତ ଯୋଡୋ ଯାତ୍ରା ଗତ ବର୍ଷ ସେପ୍ଟେମ୍ବର 7 ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା । ଏହି ଯାତ୍ରା 12 ଟି ରାଜ୍ୟରେ ମୋଟ 4080 କିଲୋମିଟର ଦୂରତା ଅତିକ୍ରମ କରିଥିଲା । ଏହି ଯାତ୍ରା ତାମିଲନାଡୁରୁ ଆରମ୍ଭ ହୋଇ କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଅତିକ୍ରମ କରି ଜାମ୍ମୁ କାଶ୍ମୀରରେ ପହଞ୍ଚିଛି । ସମଗ୍ର ଯାତ୍ରା ସମୟରେ ରାହୁଲ ଗାନ୍ଧୀ 12 ଟି ସାଧାରଣ ସଭା, 100 ଟି ଛୋଟ ସଭା, 13 ଟି ସାମ୍ବାଦିକ ସମ୍ମିଳନୀ କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Congress Bharat Jodo Yatra Will End, Many Opposition Party Leaders may Join
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X