ଆଜି ସରିବ ଭାରତ ଯୋଡ଼ୋ ଯାତ୍ରା, ସାମିଲ ହୋଇପାରନ୍ତି ଅନେକ ଦଳର ନେତା
ଗତ ବର୍ଷ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରା 12 ଟି ରାଜ୍ୟ ଅତିକ୍ରମ କରି ବର୍ତ୍ତମାନ ଶେଷ ହୋଇଛି । ଆଜିର ଏହି ସମାରୋହ ଦିବସ ଶେରେ-ଏ-କାଶ୍ମୀର ମଇଦାନରେ ଆୟୋଜିତ ହେଉଛି ।
ଶ୍ରୀନଗର: ଆଜି ଶେଷ ହେଉଛି କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦୀର୍ଘ ଦିନ ଧରି ଚାଲିଥିଲା ଏହି ଭାରତ ଯୋଡ଼ୋ ଯାତ୍ରା । ଏହା ପରେ ଆଜି ଶ୍ରୀନଗରର ଲାଲ ଛକରେ ତ୍ରିରଙ୍ଗା ଉତ୍ତୋଳନ କରିବା ସହ କଂଗ୍ରେସର ଭାରତ ଭାରତ ଯୋଡା ଯାତ୍ରା ଶେଷ ହୋଇଛି । ଗତ ବର୍ଷ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରା 12 ଟି ରାଜ୍ୟ ଅତିକ୍ରମ କରି ବର୍ତ୍ତମାନ ଶେଷ ହୋଇଛି ।
ଆଜିର ଏହି ସମାରୋହ ଦିବସ ଶେରେ-ଏ-କାଶ୍ମୀର ମଇଦାନରେ ଆୟୋଜିତ ହେଉଛି । ଏଥିରେ ବହୁ ରାଜନୈତିକ ଦଳର ନେତାମାନେ ସାମିଲ ହୋଇପାରନ୍ତି ।

ଆଜିର ଏହି କାର୍ଯ୍ୟକ୍ରମ ପାଇଁ କଂଗ୍ରେସ ଏନଡିଏର 21 ସହଯୋଗୀଙ୍କୁ ଆମନ୍ତ୍ରଣ କରିଛି । କଂଗ୍ରେସର ବରିଷ୍ଠ ନେତା କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ଆମ୍ ଆଦମୀ ପାର୍ଟି, ଭାରତ ରାଷ୍ଟ୍ରିୟ ସମିତି ସମେତ ଅନେକ ଦଳ ଆମନ୍ତ୍ରିତ ହୋଇଛନ୍ତି । ତେବେ ପାଞ୍ଚଟି ଦଳ AIADMK, YSRCP, BJD, AIMIM ଏବଂ AIUDF କୁ ନିମନ୍ତ୍ରଣ କରାଯାଇ ନାହିଁ । ରବିବାର ଦିନ ରାହୁଲ ଗାନ୍ଧୀଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାମାନେ ଶ୍ରୀନଗରରେ ଆୟୋଜିତ ପତାକା ଉତ୍ତୋଳନ ସମାରୋହରେ ଯୋଗ ଦେଇଥିଲେ ।
ଉଲ୍ଲେଖଯୋଗ୍ୟ, କଂଗ୍ରେସର ଏହି ଭାରତ ଯୋଡୋ ଯାତ୍ରା ଗତ ବର୍ଷ ସେପ୍ଟେମ୍ବର 7 ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା । ଏହି ଯାତ୍ରା 12 ଟି ରାଜ୍ୟରେ ମୋଟ 4080 କିଲୋମିଟର ଦୂରତା ଅତିକ୍ରମ କରିଥିଲା । ଏହି ଯାତ୍ରା ତାମିଲନାଡୁରୁ ଆରମ୍ଭ ହୋଇ କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଅତିକ୍ରମ କରି ଜାମ୍ମୁ କାଶ୍ମୀରରେ ପହଞ୍ଚିଛି । ସମଗ୍ର ଯାତ୍ରା ସମୟରେ ରାହୁଲ ଗାନ୍ଧୀ 12 ଟି ସାଧାରଣ ସଭା, 100 ଟି ଛୋଟ ସଭା, 13 ଟି ସାମ୍ବାଦିକ ସମ୍ମିଳନୀ କରିଥିଲେ ।
-
ପିଆଜ ଖାଇବା ଦ୍ୱାରା ମିଳିଥାଏ ଚମତ୍କାର ଫାଇଦା, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ











Click it and Unblock the Notifications