ପଶ୍ଚିମବଙ୍ଗରେ ଆସନ ବୁଝାମଣା କଲେ କଂଗ୍ରେସ ଓ ବାମଦଳ
ପଶ୍ଚିମବଙ୍ଗର ମୋଟ 294 ବିଧାନସଭା ଆସନରୁ 193ଟି ଆସନରେ ଲଢିବା ନେଇ ପ୍ରଥମ ପର୍ଯ୍ୟାୟର ବୁଝାମଣା କଂଗ୍ରେସ ଓ ବାମଦଳ ମଧ୍ୟରେ ହୋଇସାରିଛି । ଗୁରୁବାର କୋଲକାତାର ରାଜ୍ୟ କଂଗ୍ରେସ ମୁଖ୍ୟାଳୟ ବିଧାନ ଭବନରେ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ରାଜ୍ୟରେ ଜୋରଦାର ହେଲାଣି ନିର୍ବାଚନୀ ପ୍ରଚାର । ସମସ୍ତ ରାଜନାତିକ ଦଳ ତତ୍ପର ହେବା ସହ ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି । ବିଶେଷ କରି ରାଜ୍ୟରେ ଶାସନୀଧୀନ ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଦେଖିବାକୁ ମିଳୁଛି କଡ଼ା ଟକ୍କର । ଏହି ସବୁ ଘଟଣା ମଧ୍ୟରେ ଆଗକୁ ଆସିଛି ଆଇଉ ଏକ ବଡ଼ ଖବର । କଂଗ୍ରେସ ଓ ବାମଦଳ ମେଣ୍ଟକରି ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଛନ୍ତି । ପରସ୍ପର ମଧ୍ୟରେ ଆସନ ବୁଝାମଣା ମଧ୍ୟ କରିଛନ୍ତି ।

ପଶ୍ଚିମବଙ୍ଗର ମୋଟ 294 ବିଧାନସଭା ଆସନରୁ 193ଟି ଆସନରେ ଲଢିବା ନେଇ ପ୍ରଥମ ପର୍ଯ୍ୟାୟର ବୁଝାମଣା କଂଗ୍ରେସ ଓ ବାମଦଳ ମଧ୍ୟରେ ହୋଇସାରିଛି । ଗୁରୁବାର କୋଲକାତାର ରାଜ୍ୟ କଂଗ୍ରେସ ମୁଖ୍ୟାଳୟ ବିଧାନ ଭବନରେ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ବାମ ଦଳର ବିମାନ ବୋଷଙ୍କ ସମେତ ଉଭୟ ଦଳର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।













Click it and Unblock the Notifications