ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବ, କଂଗ୍ରେସ ଓ ବିଜେପି ଛାଡିଲେ ନେତା
ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳର ନେତାମାନେ ଦଳ ବଦଳ କରିବା ଆରମ୍ଭ କରିଦେଇଛନ୍ତି । ବିଜେପି ନେତା ଜୟ ନାରାୟଣ ବ୍ୟାସ କିଛି ସମୟ ପୂର୍ବରୁ ଦଳ ଛାଡିଛନ୍ତି । ଏହା ପରେ ଜଣେ କଂଗ୍ରେସ ନେତା ମଧ୍ୟ ଦଳ ଛାଡିଛନ୍ତି ।
ଅହମ୍ମଦାବାଦ : ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳର ନେତାମାନେ ଦଳ ବଦଳ କରିବା ଆରମ୍ଭ କରିଦେଇଛନ୍ତି । ବିଜେପି ନେତା ଜୟ ନାରାୟଣ ବ୍ୟାସ କିଛି ସମୟ ପୂର୍ବରୁ ଦଳ ଛାଡିଛନ୍ତି । ଏହା ପରେ ଜଣେ କଂଗ୍ରେସ ନେତା ମଧ୍ୟ ଦଳ ଛାଡିଛନ୍ତି । କଂଗ୍ରେସ ନେତା ହିମାଂଶୁ ବ୍ୟାସ ତାଙ୍କ ଦଳରୁ ଇସ୍ତଫା ଦେଇଛନ୍ତି ଏବଂ ବର୍ତ୍ତମାନ ବିଜେପିରେ ଯୋଗ ଦେଇଛନ୍ତି । ପରିସ୍ଥିତି ଏପରି ହୋଇଛି ଗୁଜରାଟର ଦୁଇ ପୁରୁଣା ଦଳର ନେତାମାନେ ନୂଆ ଦଳ ଆମ୍ ଆଦମୀ ପାର୍ଟି ଆଡକୁ ମୁହାଁଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ସମର୍ଥକଙ୍କ ସମେତ ଅନେକ କଂଗ୍ରେସ-ବିଜେପି ନେତା ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇସାରିଛନ୍ତି ।

କିଛି ସମୟ ପୂର୍ବରୁ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବା ପରେ ହିମାଂଶୁ ବିଜେପିରେ ଯୋଗ ଦେଇଛନ୍ତି । ଭାରତୀୟ ବିଦେଶ କଂଗ୍ରେସର ସେକ୍ରେଟେରୀ ହିମାଂଶଉ ଆଜି ତାଙ୍କ ପଦବୀ ତଥା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ସେ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ।
ଅପରପକ୍ଷରେ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଦଳ ବିଜେପିକୁ ମଧ୍ୟ ଝଟକା ଲାଗିଛି । ବିଜେପି ନେତା ଜୟ ନାରାୟଣ ଦଳରୁ ଇସ୍ତଫା ଦେଇଛନ୍ତି । ସେ ବିଜେପି ଛାଡିବାର କାରଣ ଦେଇଛନ୍ତି । ନାରାୟଣ କହିଛନ୍ତି ଯେ, ଆମ ଅଧ୍ୟକ୍ଷ ମୋତେ ସର୍ବଦା ସମର୍ଥନ କରିଆସୁଛନ୍ତି, କିନ୍ତୁ ତାଙ୍କ ପାଇଁ ଛୋଟ କଥା କହିବା ମୋ ପାଇଁ ଉପଯୁକ୍ତ ନୁହେଁ । ଭବିଷ୍ୟତରେ ଆମେ ମଧ୍ୟ ନିର୍ବାଚନ ଲଢିବୁ, କିନ୍ତୁ କିପରି ଲଢିବୁ କର୍ମୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ।












Click it and Unblock the Notifications