Get Updates
Get notified of breaking news, exclusive insights, and must-see stories!

କର୍ଣ୍ଣାଟକରେ କଣ କରୁଛି ଗୋଆ ବସ୍ ? ଭିଡିଓ ସେୟାର କରି ନକଲି ଭୋଟ୍, ବେଆଇନ ଟଙ୍କା ନେଇ ସନ୍ଦେହ ପ୍ରକଟ କଲା କଂଗ୍ରେସ

randeep singh surjewala

ବାଙ୍ଗଲୋର : ଆଜି କର୍ଣ୍ଣାଟକରେ ଜାରି ରହିଛି ବିଧାନସଭା ନିର୍ବାଚନ । 224 ଆସନରେ ସେମାନଙ୍କ ନେତା ବାଛୁଛନ୍ତି ଜନତା । ଏହି ସମୟରେ କଂଗ୍ରେସ ପକ୍ଷରୁ ହୋଇଛି ବଡ଼ ଅଭିଯୋଗ । ନିର୍ବାଚନ ଆରମ୍ଭ ହେବା ପୂର୍ବରୁ କର୍ଣ୍ଣାଟକରେ ଗୋଆ ର ବସ୍ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି ।

କର୍ଣ୍ଣାଟକରେ ଗୋଆ ବସ୍‌ର ଭିଡିଓକୁ ସେୟାର କରି କଂଗ୍ରେସ ପଚାରିଛି କି ଏହି ବସ୍‌ରେ ବେଆଇନ ଟଙ୍କା ଅଣାଯାଇଛି ନା ଏହି ବସ୍‌ଗୁଡ଼ିକ ନକଲି ଭୋଟ୍‌ ପାଇଁ ଏଠାକୁ ଆସିଛନ୍ତି କି ? କଂଗ୍ରେସ ନେତା ରଣଦୀପ ସିଂହ ସୁର୍ଜେୱାଲା ଏହି ବସଗୁଡ଼ିକୁ ରିସୋର୍ଟ ରାଜନୀତି ସହ ଯୋଡିଛନ୍ତି ।

ସୁର୍ଜେୱାଲା କହିଛନ୍ତି ଯେ ଭୋଟ୍ ଆରମ୍ଭ ହେବା ପୂର୍ବରୁ ଗୋଆ ମନ୍ତ୍ରୀ ବିଶ୍ୱଜିତ୍ ରାଣେ ଡାଣ୍ଡେଲିର ହ୍ୱିସଲିଙ୍ଗ୍ ଉଡ୍ସ ଜଙ୍ଗଲ ରିସୋର୍ଟରେ 6 ଟି ରୁମ୍ ବୁକ୍ କରିଛନ୍ତି । ସେ ପଚାରିଛନ୍ତି କର୍ଣ୍ଣାଟକ ପୋଲିସ କେଉଁଠାରେ, ନିର୍ବାଚନ ଆୟୋଗ କମ କରୁଛନ୍ତି ?

କଂଗ୍ରେସ ନେତା ପୱନ ଖେଡା ଗୋଆ ବସ୍‌ର ଭିଡିଓ ସେୟାର କରି ଲେଖିଛନ୍ତି, ଗୋଆ ବିଜେପି ସରକାର କାଦମ୍ବା ପରିବହନ ନିଗମ ବସ୍‌ରେ ଗୋଆ ଲୋକଙ୍କୁ କର୍ଣ୍ଣାଟକକୁ କାହିଁକି ପଠାଉଛନ୍ତି ? ଗତ ସପ୍ତାହରେ ପିଏମ ମୋଦୀଙ୍କ ରାଲି ପାଇଁ 100 ଟି ବସ୍‌ରେ ଗୋଆରୁ ଲୋକଙ୍କୁ ଅଣାଯାଇଥିଲା ।

ପୱନ ଖେଡାଙ୍କ ଭିଡିଓ ସେୟାର କରି କଂଗ୍ରେସ ଲେଖିଛି ଯେ ଗୋଆ ବିଜେପି ସରକାର କାହିଁକି ରାତିରେ ଗୋଆର ଲୋକଙ୍କୁ ଉତ୍ତର କର୍ଣ୍ଣାଟକକୁ ପଠାଉଛନ୍ତି ? ଏହି ବସ୍ ଗୁଡିକରୁ ବେଆଇନ ଟଙ୍କା ଆସୁଛି ନା ନକଲି ଭୋଟ୍ ପାଇଁ ବ୍ୟବସ୍ଥା କରାଯାଉଛି ?

ଆପଣଙ୍କୁ କହି ରଖୁଛୁ କର୍ଣ୍ଣାଟକରେ ସମସ୍ତ ଦଳ ଜୋରଦାର ପ୍ରଚାର କରିଥିଲେ । ଏହି ସମୟରେ ଅନେକ ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ କର୍ଣ୍ଣାଟକରେ ଯେଉଁଠାରେ ବିଜେପି ନିଜର ସତ୍ତା ବଞ୍ଚାଇବା ପାଇଁ ବଡ଼ ଆହ୍ୱାନର ସମ୍ମୁଖୀନ ହେଉଛି, ଅପରପକ୍ଷରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବାକୁ ଆଶା ରଖିଛି । ପ୍ରଥମ ଥର ପାଇଁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏକ ରାଜ୍ୟରେ ଏକାଠି ପ୍ରଚାର କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+