Get Updates
Get notified of breaking news, exclusive insights, and must-see stories!

2024 ଲୋକସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିବ କଂଗ୍ରେସ, ଆଜିଠୁ କଂଗ୍ରେସର ଜାତୀୟ ସମ୍ମିଳନୀ

ଆଗାମୀ ଲୋକସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିବ କଂଗ୍ରେସ । ଏ ନେଇ ଆଜି ଠାରୁ ଛତିଶଗଡ଼ ରାୟପୁର ଠାରେ ଆୟୋଜିତ ହେବ ଜାତୀୟ ସମ୍ମିଳନୀ ।

congress

ରାୟପୁର: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିବ କଂଗ୍ରେସ । ଏ ନେଇ ଆଜି ଠାରୁ ଛତିଶଗଡ଼ ରାୟପୁର ଠାରେ ଆୟୋଜିତ ହେବ ଜାତୀୟ ସମ୍ମିଳନୀ । ଏ ନେଇ ରାୟପୁରରେ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି ।

ରାୟପୁରରେ ଆୟୋଜିତ ହେଉଥିବା ଏହି ଅଧିବେଶନରେ ସାମିଲ ହେବେ 1825 ରୁ ଅଧିକ ନିର୍ବାଚିତ କର୍ମକର୍ତ୍ତାଙ୍କ ସହ ପ୍ରାୟ 15 ହଜାର ପ୍ରତିନିଧି । ସମସ୍ତ ପିସିସି ସଭାପତି, ପିସିସି କମିଟି ସଦସ୍ୟଙ୍କ ସମେତ ବହୁ ହେଭିଓ୍ବେଟ ନେତା ଉପସ୍ଥିତ ରହିବେ । ଏଆଇସିସି ସଭାପତି ଭାବେ ମଲ୍ଲିକାର୍ଜୁନ ଖଡ଼ଗେ ନିର୍ବାଚିତ ହେବା ପରେ ଏହା ହେବ ପ୍ରଥମ ଜାତୀୟ ସମ୍ମିଳନୀ । ଆସନ୍ତା 26 ତାରିଖ ଯାଏଁ ଚାଲିବ ଏହି ସମ୍ମିଳନୀ । ଜାତୀୟ ରାଜନୀତି, ଅର୍ଥନୀତି, ଆନ୍ତର୍ଜାତିକ ବ୍ୟାପାର, କୃଷି, ସାମାଜିକ ନ୍ୟାୟ, ଯୁବ ସମସ୍ୟା, ଶିକ୍ଷା, ନିଯୁକ୍ତି ଆଦି ସମ୍ପର୍କରେ ଏହି ଅଧିବେଶନରେ ଆଲୋଚନା ହେବା ସହ ଗୃହିତ ହେବ ଅନେକ ପ୍ରସ୍ତାବ ।

ଫେବୃଆରୀ 24 ରେ ସକାଳ 10 ଟାରେ କଂଗ୍ରେସ ସାଧାରଣ ସମ୍ମିଳନୀରେ ପରିଚାଳନା କମିଟି ବୈଠକ ହେବ । ଅପରାହ୍ନ 4 ଟାରେ ବିଷୟ କମିଟିର ବୈଠକ ହେବ । ଫେବୃଆରୀ 25 ତାରିଖରେ ରାଜନୈତିକ-ଅର୍ଥନୈତିକ, ଆନ୍ତର୍ଜାତୀୟ ସଂକଳ୍ପ ଉପରେ ଆଲୋଚନା ହେବ । ସେହିପରି ଫେବୃଆରୀ 26 ରେ କୃଷକ, ଯୁବକ, ରୋଜଗାର, ଶିକ୍ଷା, ସାମାଜିକ ନ୍ୟାୟ ଆଦି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ପ୍ରତି 3 ବର୍ଷରେ ଥରେ କଂଗ୍ରେସ ପ୍ଲେନାରୀ ଅନୁଷ୍ଠିତ ହେଉଥିବା ବେଳେ, ଏହା ହେବ 85 ତମ ଅଧିବେଶନ । ଏହାସହ 2024 ନିର୍ବାଚନ ପୂର୍ବରୁ ଏହା ହେବ ଶେଷ ଅଧିବେଶନ । ଜାତୀୟ ସମ୍ମିଳନୀ ପାଇଁ 3000 ରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ହେବେ । ଆଇଜି ଏହାର ଦାୟିତ୍ୱରେ ରହିବେ ।
ଆସନ୍ତା ନିର୍ବାଚନରେ ବିଜେପି ଗାଦିଚ୍ୟୁତ ହେବା ସହ କଂଗ୍ରେସ ନେତୃତ୍ୱରେ ସରକାର ଗଠନ ହେବ ବୋଲି ନାଗାଲାଣ୍ଡରେ ଆୟୋଜିତ ଏକ ସମାବେଶରେ ଖଡଗେ କହିଥିଲେ । ଏନେଇ ଅନ୍ୟାନ୍ୟ ଦଳ ସହ ଆଲୋଚନା ହୋଇଛି ବୋଲି ସେ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+