Get Updates
Get notified of breaking news, exclusive insights, and must-see stories!

ବଢୁଛି ରାଜ୍ୟପାଳ ଜଗଦୀପ ଧନଖଡ଼ - ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବାଦ ; ଟ୍ୱିଟରରେ ବ୍ଲକ୍

ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ନେଇ ପ୍ରଶ୍ନ ଉପରେ ମମତା ବାନାର୍ଜୀ କହିଛନ୍ତି ଯେ ବର୍ତ୍ତମାନ ସେ ତାଙ୍କ ଟ୍ୱିଟ୍ ପଢୁ ନାହାଁନ୍ତି । ସେ ଟ୍ୱିଟରରେ ରାଜ୍ୟପାଳଙ୍କୁ ବ୍ଲକ୍ କରିଛନ୍ତି ।

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ କାର୍ଯ୍ୟଶୈଳୀ ଉପରେ ପୁଣି ଆପତ୍ତି ଉଠାଇଛନ୍ତି । ସୋମବାର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ନେଇ ପ୍ରଶ୍ନ ଉପରେ ସେ କହିଛନ୍ତି ଯେ ବର୍ତ୍ତମାନ ସେ ତାଙ୍କ ଟ୍ୱିଟ୍ ପଢୁ ନାହାଁନ୍ତି । ସେ ଟ୍ୱିଟରରେ ରାଜ୍ୟପାଳଙ୍କୁ ବ୍ଲକ୍ କରିଛନ୍ତି ।

jagdeep-mamata

ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି କରୋନା ସହ ଜଡିତ ପ୍ରତିବନ୍ଧକକୁ କୋହଳ କରିବା ବିଷୟରେ ମମତା ବାନାର୍ଜୀ ସୂଚନା ଦେଉଥିଲେ । ଏହି ସମୟରେ ସେ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ଉପରେ ମଧ୍ୟ କ୍ରୋଧ ପ୍ରକାଶ କରିଥିଲେ । ବାନାର୍ଜୀ କହିଛନ୍ତି, "ଗୋଟିଏ ପଟେ କେନ୍ଦ୍ର ସରକାର ପେଗାସସ୍ କରୁଛନ୍ତି ଏବଂ ଅନ୍ୟ ପଟେ ରାଜ୍ୟପାଳ ଜାସୁସୀ କରୁଛନ୍ତି । ରାଜ୍ୟପାଳ ଟ୍ୱିଟରରେ କିଛି ବି ଲେଖନ୍ତି, ସେ ଅଧିକାରୀମାନଙ୍କୁ ଓଲଟା ସିଧା କହନ୍ତି । ରାଜ୍ୟପାଳ ଏପରି ବ୍ୟବହାର କରୁଛନ୍ତି ଯେପରି ଆମେ ତାଙ୍କ ଚାକର ।"

ମମତା ବାନାର୍ଜୀ କହିଛନ୍ତି, ରାଜ୍ୟପାଳଙ୍କ କାର୍ଯ୍ୟ ବିଷୟରେ ମୁଁ ଅନେକ ଥର କେନ୍ଦ୍ରରେ ଅଭିଯୋଗ କରିଛି । ଅନେକ ଥର ମୁଁ ତାଙ୍କ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କହିଛି ଯେ ସେ ଶୁଣୁ ନାହାଁନ୍ତି । ମୁଁ ମଧ୍ୟ ତାଙ୍କ ପାଖକୁ ଯାଇ ତାଙ୍କ ସହିତ କଥାବାର୍ତ୍ତା କଲି । କିନ୍ତି ସେ ଆମକୁ ନିରନ୍ତର ଅସୁବିଧାରେ ପକାଉଛନ୍ତି । ସେମାନେ ଅନେକ ଫାଇଲ୍ କ୍ଲିଅର କରିନାହାଁନ୍ତି । ସେ ପ୍ରତ୍ୟେକ ଫାଇଲ ପକାଇ ରଖିଛନ୍ତି । ସେ ନୀତିଗତ ନିଷ୍ପତ୍ତି ବିଷୟରେ ମଧ୍ୟ ମନ୍ତବ୍ୟ ଦେଉଛନ୍ତି, ଯାହା ଠିକ୍ ନୁହେଁ ।

ଆମେ ଆପଣଙ୍କୁ କହି ରଖୁଛୁ ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନଖଡ଼ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ ଦୀର୍ଘ ଦିନ ଧରି ଚାଲିଆସୁଛି । ରାଜ୍ୟର ଆଇନ ଶୃଙ୍ଖଳା ଏବଂ ସରକାରଙ୍କ କାର୍ଯ୍ୟକାରିତା ସମ୍ପର୍କରେ ରାଜ୍ୟପାଳ ବାରମ୍ବାର ଗଣମାଧ୍ୟମରେ ବୟାନ ରଖିଥାନ୍ତି । ଏ ସମ୍ପର୍କରେ ମମତା ବାନାର୍ଜୀଙ୍କ ପକ୍ଷରୁ ଦୃଢ ପତ୍ତି ରହିଛି । ମମତା ବାନାର୍ଜୀ କହିଛନ୍ତି ଯେ ଜଗଦୀପ ଧନଖଡ଼ ପରମ୍ପରାକୁ ଭାଙ୍ଗି ବୟାନ ଦିଅନ୍ତି ଏବଂ ସରକାରଙ୍କ ଫାଇଲଗୁଡ଼ିକୁ ଅଟକାଇ ରଖିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+