ଆସ୍ଥା ଭୋଟ୍ ଜିତିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ, ଗୃହରୁ ୱାକ୍ ଆଉଟ୍ କଲା ବିଜେପି
ଝାଡ଼ଖଣ୍ଡ ବିଧାନସଭାରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସୋରେନ ନିଜର ବହୁମତ ସାବ୍ୟସ୍ତ କରିଛନ୍ତି । ଏଭଳି ପରିସ୍ଥିତିରେ ଝାଡ଼ଖଣ୍ଡରେ ସୋରେନ୍ ସରକାର ରହିବ । ସରକାରଙ୍କ ସପକ୍ଷରେ 48 ଟି ଭୋଟ୍ ପଡ଼ିଛି ।
ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭାରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସୋରେନ ନିଜର ବହୁମତ ସାବ୍ୟସ୍ତ କରିଛନ୍ତି । ଏଭଳି ପରିସ୍ଥିତିରେ ଝାଡ଼ଖଣ୍ଡରେ ସୋରେନ୍ ସରକାର ରହିବ । ସରକାରଙ୍କ ସପକ୍ଷରେ 48 ଟି ଭୋଟ୍ ପଡ଼ିଛି । ଏହି ସମୟରେ ବିରୋଧୀ ବିଜେପି ଗୃହରୁ ୱାକ୍ ଆଉଟ୍ କରିଥିଲା । ଆସ୍ଥା ଭୋଟେ ପରେ ବିଧାନସଭାର ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି ।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାୟକଙ୍କ ସହ ବିଧାନସଭାରେ ପହଞ୍ଚିବା ପରେ ବିଜେପି ବିଧାୟକମାନେ ବିଧାନସଭା ସମ୍ମୁଖରେ ବିରୋଧ ଆରମ୍ଭ କରିଥିଲେ । ଏହି ସମୟରେ ବିଜେପି ବିଧାୟକମାନେ, ସୋରେନ୍ ଏବଂ ଶାସକ ବିଧାୟକମାନଙ୍କ ଛତିଶଗଡ ଗସ୍ତ ଏବଂ ଦୁମକା ହତ୍ୟାକାଣ୍ଡକୁ ନେଇ ପ୍ରସଙ୍ଗ ଉଠାଉଥିଲେ । ଏଥି ସହିତ, ଆସ୍ଥା ଭୋଟ୍ ଜିତିବା ପରେ ମୁଖ୍ୟମନ୍ତ୍ରୀ ସୋରେନ୍ ବିଧାନସଭାରେ କହିଛନ୍ତି ଯେ ମୁଁ ଆନ୍ଦୋଳନକାରୀଙ୍କ ପୁଅ । ମୁଁ ବିଜେପିକୁ ଭୟ କରେ ନାହିଁ କିମ୍ବା ମୁଁ କେବେ ଭୟ କରିବି ନାହିଁ ।
ଏଥି ସହିତ ବିଧାନସଭାରେ ଆସ୍ଥା ଭୋଟ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ସୋରେନ୍ ନିର୍ବାଚନରେ ଜିତିବା ପାଇଁ ବିଜେପି ଦଙ୍ଗା ସୃଷ୍ଟି କରି ଦେଶରେ "ଗୃହଯୁଦ୍ଧ ପରି ପରିସ୍ଥିତି" ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି । ଏହା ବ୍ୟତୀତ ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଉପରେ ମଧ୍ୟ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ସୋରେନ କହିଛନ୍ତି ଯେ ଆସାମର ମୁଖ୍ୟମନ୍ତ୍ରୀ ବିଶ୍ୱ ଶର୍ମା ତାଙ୍କ ସରକାରକୁ ହଟାଇବା ପାଇଁ "ଝାଡଖଣ୍ଡ ବିଧାୟକ କିଣିବା" ରେ ମଧ୍ୟ ଜଡିତ ଅଛନ୍ତି ।
ଏହା ବ୍ୟତୀତ ବିଜେପି ବିଧାୟକଙ୍କ ସ୍ଲୋଗାନକୁ ନେଇ ମୁଖ୍ୟମନ୍ତ୍ରୀ ସୋରେନ କହିଛନ୍ତି ଯେ ବିରୋଧୀ ଗଣତନ୍ତ୍ରକୁ ଧ୍ୱଂସ କରିଛନ୍ତି । ବିଜେପି ବିଧାୟକ ଘୋଡା ବେପାର ଲିପ୍ତ ରହିଛନ୍ତି । ଆମେ ଗୃହରେ ଆମର ଶକ୍ତି ପ୍ରଦର୍ଶନ କରିବୁ । ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି ଯେ ଲୋକମାନେ ପୋଷାକ, ରାସନ, ଖାଦ୍ୟ ସାମଗ୍ରୀ କିଣୁଥିବାର ଆମେ ଶୁଣିଛୁ । କିନ୍ତୁ ବିଜେପି ଏଭଳି ଏକ ଦଳ, ଯାହା କେବଳ ବିରୋଧୀ ଦଳର ବିଧାୟକ କିଣିବାରେ ନିୟୋଜିତ ଏବଂ ସରକାରକୁ ହଟାଇବାକୁ ଚେଷ୍ଟା ଜାରି ରଖିଛି ।
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications