ଚିରାଗ ପାସୱାନଙ୍କୁ ଆଉ ଏକ ବଡ ଝଟକା, ହାତରୁ ଗଲା LJP ଅଧ୍ୟକ୍ଷ ପଦ
ଚିରଗ ପାଶୱାନଙ୍କୁ ଲୋକଜନ ଶକ୍ତି ଦଳର ସଭାପତି ପଦରୁ ହଟାଇ ଦିଆଯାଇଛି । ଏହାପରେ ସୁରଜଭାନ ସିଂଙ୍କୁ କାର୍ଯ୍ୟାରୀ ଅଧ୍ୟକ୍ଷ କରାଯାଇଛି ।
ନୂଆଦିଲ୍ଲୀ : ଚିରଗ ପାଶୱାନଙ୍କୁ ଲୋକଜନ ଶକ୍ତି ଦଳର ସଭାପତି ପଦରୁ ହଟାଇ ଦିଆଯାଇଛି । ଏହାପରେ ସୁରଜଭାନ ସିଂଙ୍କୁ କାର୍ଯ୍ୟାରୀ ଅଧ୍ୟକ୍ଷ କରାଯାଇଛି । ମଙ୍ଗଳବାର ଦିନ ଚିରାଗ ପାଶୱାନଙ୍କ ଦାଦା ତଥା ଦଳର ସାଂସଦ ପଶୁପତି କୁମାରଙ୍କ ବାସଭବନରେ ଅନୁଷ୍ଠିତ ଏଲଜେପିର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସୁରଜଭାନଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଚୟନ କରିବା ସହ ନୂତନ ରାଷ୍ଚ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରିବା ଦାୟିତ୍ୱ ଦିଆଯାଇଛି । ଏହାର ଗୋଟିଏ ଦିନ ପୂର୍ବରୁ ଏଲଜେପି ସାଂସଦମାନେ ଚିରାଗ ପାଶୱାନଙ୍କୁ ଲୋକସଭାରେ ନେତା ପଦରୁ ହଟାଇ ପଶୁପତି ପାରସଙ୍କୁ ସଂସଦ ଦଳର ନୂତନ ନେତା ଭାବରେ ମନୋନୀତ କରିଥିଲେ ।

ବିହାରର ରାଜନୀତିରେ ପ୍ରଭାବ ରଖୁଥିବା ଲୋକ ଜନ ଶକ୍ତି ପାର୍ଟିରେ ଗତ ଦୁଇ ଦିନ ମଧ୍ୟରେ ଦଳକନ୍ଦଳ ପଦାରେ ପଡ଼ିଛି । ଦଳର 6 ଜଣ ସାଂସଦଙ୍କ ମଧ୍ୟରୁ ପାଞ୍ଚ ଜଣ ଦଳର ସଭାପତି ଚିରାଗ ପାସୱାନଙ୍କୁ ବିରୋଧ କରିଛନ୍ତି । ଏହି ବିରୋଧ ବିହାରର ହାଜିପୁରର ସାଂସଦ ତଥା ଚିରାଗ ପାଶୱାନଙ୍କ ଦାଦା ପଶୁପତି ପାରସଙ୍କ ନେତୃତ୍ୱରେ କରାଯାଇଛି । ସୋମବାର ପ୍ରଥମ ଦଳର ସାଂସଦମାନେ ମଧ୍ୟ ଚିରାଗ ପାଶୱାନଙ୍କୁ ଲୋକସଭାରେ ନେତା ପଦରୁ ହଟାଇ ଦେଇଛନ୍ତି । ଏହା ପରେ ପଶୁପତି କୁମାର ସର୍ବସମ୍ମତି କ୍ରମେ ଲୋକସଭାରେ ଲୋକସଭାର ପାର୍ଟି ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ । ଏଥି ସହ ଚିରାଗଙ୍କୁ ମଧ୍ୟ ଦଳର ସଭାପତି ପଦରୁ ହଟାଇ ଦିଆଯାଇଛି । ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ତଥା ଲୋକ ଜନ ଶକ୍ତି ପାର୍ଟିର ସଂସ୍ଥାପକ ରାମ ଭିଲାସ ପାଶୱାନଙ୍କ ଦେହାନ୍ତ ପରେ ଦଳର ନେତୃତ୍ୱ ନେଇଥିବା ତାଙ୍କ ପୁଅ ଚିରାଗ ପାଶୱାନ ବର୍ତ୍ତମାନ ଦୁର୍ବଳ ଓ ଏକାକୀ ହୋଇ ପଡ଼ିଛନ୍ତି ।
ଏସବୁ ଭିତରେ ବିହାର ରାଜନୀତିରେ ପଶା ଖେଳିବାର ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁନାହାଁନ୍ତି ଅନ୍ୟ ଦଳ । ତିରାଗ ପାଶୱନକୁ ସାଥିରେ ମିଶାଇବା ପାଇଁ ଥୋପ ପକାଇଛନ୍ତି କଂଗ୍ରେସ ଏବଂ ଜେଡ଼ିୟୁ । ଆରଜେଡ଼ି ବିପକ୍ଷରେ ବିଷ ଓଗାଳୁଥିବା ନେତା ଜନଶକ୍ତି ପାର୍ଟିରେ ଫାଟ ସୃଷ୍ଟି ହେବା ପରେ ମୋଡ ବଦଳିଯାଇଛି । ଚିରାଗଙ୍କୁ ନେବା ପାଇଁ ଆରଜେଡ଼ି ନେତା ପ୍ରୟାସ ଆରମ୍ଭ କରିଦେଇଛନ୍ତି । ମିଳିଥିବା ସୂଚନା ମୁତାବକ କିଛି ଆରଜେଡ଼ି ନେତା ଚିରାଗଙ୍କୁ ଭେଟିବା ସଦ ଦଳରେ ମିଶିବା ନେଇ ପ୍ରସ୍ତାବ ଦେଇଛନ୍ତି । ଅର୍ଥାତ ଚିରାଗ ଏବଂ ତେଜସ୍ୱୀଙ୍କ ଦଳ ମିଳିତ ଭାବେ ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦେଇଛନ୍ତି । ସେପଟେ ଏନେଇ ଚିରାଗ ପାଶୱାନଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ଆରଜେଡ଼ି ନେତାଙ୍କ ଭିତରେ ଆନନ୍ଦ ଦେଖାଦେଇଛି ।
-
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍












Click it and Unblock the Notifications