Get Updates
Get notified of breaking news, exclusive insights, and must-see stories!

ଦାଦା-ପୁତୁରା କଳି : ଦାଦା ପଶୁପତିଙ୍କ ବିରୋଧରେ ଇସିରେ ପହଞ୍ଚିଲେ ଚିରାଗ, ନିଜକୁ LJP ର କହିଲେ ପ୍ରକୃତ ସଭାପତି

ଦାଦା ପଶୁପତିଙ୍କ ବିରୋଧରେ ନିର୍ବାଚନ ଆୟୋଗରେ ପହଞ୍ଚି ନିଜକୁ LJP ର ପ୍ରକୃତ ସଭାପତି ବୋଲି କହିଥଲେ ଚିରାଗ

ନୂଆଦିଲ୍ଲୀ : ରାମ ବିଳାସ ପାଶୱାନଙ୍କ ମୃତ୍ୟୁ ପରେ ହିଁ ଲୋକଜନ ଶକ୍ତି ପାର୍ଟିରେ ବିଭାଜନ ହୋଇଥିଲା, ଯାହା ବର୍ତ୍ତମାନ ସାମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ ପାଶୱାନଙ୍କ ଭାଇ ପଶୁପତି କୁମାର ପାରସ 5 ଜଣ ସାଂସଦଙ୍କୁ ନିଜ ସପକ୍ଷରେ କରିନେଇଛନ୍ତି । ଏହା ସହିତ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ସେ ନିଜକୁ ସଂସଦୀୟ ଦଳର ନେତା ଘୋଷଣା କରିଥିଲେ । ଏହା ପରେ ସେ ଦଳ ଉପରେ ନିଜର ପ୍ରଭାବ ପ୍ରତିଷ୍ଠା କରିବା ପାଇଁ ସୁରଜବାନ୍ ସିଂହଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରିଥିଲେ । ପରେ ଜାତୀୟ କାର୍ଯ୍ୟକାରିଣୀ କମିଟିର ଏକ ବୈଠକ ଡକାଯାଇଥିଲା ଏବଂ ପଶୁପତି କୁମାରଙ୍କୁ ଦଳର ସଭାପତି ଭାବେ ନିର୍ବାଚିତ କରାଯାଇଥିଲା । ଯାହା ବିରୁଦ୍ଧରେ ଚିରାଗ ପାଶୱାନ୍ ଶୁକ୍ରବାର ନିର୍ବାଚନ ଆୟୋଗରେ ପହଞ୍ଚି ନିଜକୁ LJP ର ପ୍ରକୃତ ସଭାପତି ବୋଲି କହିଛନ୍ତି ।
ଚିରାଗ ପାସୱାନ ଶୁକ୍ରବାର ଦିନ ଦିଲ୍ଲୀର ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଏକ 5 ଜଣିଆ ଦଳ ସହ ପହଞ୍ଚିଛନ୍ତି । ସମ୍ପୁର୍ଣ୍ଣ ବିଷୟକୁ କର୍ତ୍ତୃପକ୍ଷଙ୍କ ଆଗରେ ରଖିଛନ୍ତି ।

ଚିରାଗ ପାସଓ୍ୱାନ

ଏହା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଚିରାଗ କହିଛନ୍ତି ଯେ 2019 ରେ ମୁଁ 5 ବର୍ଷ ପାଇଁ LJP ସଭାପତି ଭାବରେ ନିର୍ବାଚିତ ହୋଇଛି । ନିର୍ବାଚନ ଆୟୋଗ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଯଦି କେହି LJP ନାମରେ ଦାବି ପ୍ରମାଣ କରିବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କୁ ପ୍ରମାଣ ଦେବାର ସୁଯୋଗ ଦିଆଯିବ । ଚିରାଗଙ୍କ ବିବୃତ୍ତି ପରେ ତାଙ୍କ ଦାଦା ପଶୁପତି କୁମାର ପାରସ ଏହାକୁ ବିରୋଧ କରିଥିଲେ । ସେ କହିଛନ୍ତି ଯେ ମୁଁ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛି । ଲୋକଜନ ଶକ୍ତି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେବାକୁ ନିର୍ବାଚନ ଅଧିକାରୀ ମୋତେ ଏକ ଚିଠି ଦେଇଛନ୍ତି । ଏହି ଡ୍ରାଫ୍ଟ ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହେବ । କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇବା ପ୍ରଶ୍ନରେ ସେ କହିଛନ୍ତି ଯେ ସେ ନିର୍ବାଚନ ଆୟୋଗଙ୍କୁ ପ୍ରମାଣ ଦେବେ, ଏହା ପରେ କାହାକୁ ମନ୍ତ୍ରୀ ପଦ ମିଳିବ ସେ ନେଇ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେବେ ।
ମନ୍ତ୍ରୀ ପଦ ପାଇଁ ସବୁ ଖେଳ
ବାସ୍ତବରେ ବିଜେପିର ସହଯୋଗୀ ହୋଇଥିବାରୁ ରାମ ବିଳାସ ପାଶୱାନଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ଦିଆଯାଇଥିଲା । ଗତ ବର୍ଷ ତାଙ୍କର ଦେହାନ୍ତ ହେବା ପରେ ଏଲଜେପିର କୋଟା ଖାଲି ପଡିଛି । ନିକଟରେ ଖବର ଆସିଥିଲା ​​ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ କ୍ୟାବିନେଟକୁ ବିସ୍ତାର କରୁଛନ୍ତି । ଏଭଳି ପରିସ୍ଥିତିରେ ଚିରାଗ ଏବଂ ତାଙ୍କ ଦାଦଙ୍କ ମଧ୍ୟରେ ପାର୍ଟି ଭିତରେ ଏକ ଆଭ୍ୟନ୍ତରୀଣ ଯୁଦ୍ଧ ଚାଲିଛି, ଯିଏ ଏଥିରେ ଜିତିବ, ତାଙ୍କୁ କେନ୍ଦ୍ର ମନ୍ତ୍ରୀ ପଦ ମିଳିପାରେ ବୋଲି କୁହାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+