ବିଜେଡ଼ି ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପବିତ୍ର ରଥାଯାତ୍ରାରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ନୂତନ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଭୁବନେଶ୍ୱର : ପବିତ୍ର ରଥାଯାତ୍ରାରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ନୂତନ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟାଳୟରେ ଓଡ଼ିଶାବାସୀଙ୍କ ସେବା ପାଇଁ ବିଭିନ୍ନ ଶାଖା କାର୍ଯ୍ୟକ୍ଷମ ହେବା ସହିତ ରକ୍ତଦାନ ଓ ଅନ୍ୟାନ୍ୟ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ହେବ । ଏହା କେବଳ ଦଳୀୟ କାର୍ଯ୍ୟାଳୟ ନୁହେଁ ବରଂ ଓଡ଼ିଶା ଲୋକଙ୍କ ପାଇଁ ସେବା ଓ ସମର୍ପଣର ପ୍ରତୀକ ହେବ । ଓଡ଼ିଶା ସ୍ୱାଭିମାନର ଜାଗ୍ରତ ପ୍ରହରୀ ଭାବେ ଏହା କାର୍ଯ୍ୟ କରିବ ବୋଲି କହିଛନ୍ତି ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ।

BJD

ସେ ଆହୁରି ମଧ୍ୟ କହିଛନ୍ତି 24 ବର୍ଷ ହେଲା ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ୱାସର ପ୍ରତୀକ ହୋଇ ରହିଛି । ମହିଳା, ଯୁବ, ଛାତ୍ର, ଶ୍ରମିକ, ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ ସମସ୍ତଙ୍କ ବିପୁଳ ସମର୍ଥନ ପାଇ ଆଦି ଜଳରେ କୋଟିଏରୁ ଅଧିକ ସଦସ୍ୟ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟାଳୟରେ ଦଳର ଯୁବ ଓ ଛାତ୍ର ଶ୍ରମ ଦାନ କରି ନିଦର ଘରର କାମ ଭାବି କାର୍ଯ୍ୟକ୍ରମରେ ସାମିଲ ହେବେ । ଏହା ମାଧ୍ୟମରେ ସାଢେ 4 କୋଟି ଓଡିଶାବାସୀଙ୍କ ସେବା କରିବାକୁ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ନିଜକୁ ସମର୍ପିତ କରିବେ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+