ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ୍ ସିଂହ ଚନ୍ନୀ, ଉପ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଦୁଇ ନେତା
ପଞ୍ଜାବରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ସୋମବାର (ସେପ୍ଟେମ୍ବର 20) ରେ ରାଜ ଭବନରେ କଂଗ୍ରେସ ବିଧାୟକ ଚରଣଜିତ ସିଂହ ଚନ୍ନୀ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଚରଣଜିତ ସିଂହ ବର୍ତ୍ତମାନ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।
ଚଣ୍ଡୀଗଡ଼ : ପଞ୍ଜାବରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ସୋମବାର (ସେପ୍ଟେମ୍ବର 20) ରେ ରାଜ ଭବନରେ କଂଗ୍ରେସ ବିଧାୟକ ଚରଣଜିତ ସିଂହ ଚନ୍ନୀ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଚରଣଜିତ ସିଂହ ଚନ୍ନୀ ବର୍ତ୍ତମାନ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ଚରଣଜିତ ସିଂହଙ୍କୁ ଶପଥ ପାଠ କରାଇଥିଲେ ।

ସିଏମ୍ ଚରଣଜିତ୍ ସିଂହ ଚାନ୍ନୀଙ୍କ ସହ ସୁଖଜିନ୍ଦର ସିଂହ ରନ୍ଧୱା ଏବଂ ଓମ୍ ପ୍ରକାଶ ସୋନିଙ୍କୁ ଡେପୁଟି ସିଏମ୍ କରିବାକୁ ଆଲୋଚନା ଚାଲିଛି । କଂଗ୍ରେସ ନେତା ଓପି ସୋନି ଏବଂ ସୁଖଜିନ୍ଦର ଏସ ରନ୍ଧୱା ମଧ୍ୟ ରାଜ ଭବନରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।
Congress MLA Charanjit Singh Channi takes oath as Punjab CM at Raj Bhawan pic.twitter.com/W68LmKIl70
— ANI (@ANI) September 20, 2021
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଚରଣଜିତ ସିଂହ ପଞ୍ଜାବର ପ୍ରଥମ ଦଲିତ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତାଙ୍କୁ ନବଜୋତ ସିଂ ସିଦ୍ଧୁଙ୍କ ନିକଟତର ବୋଲି ବିବେଚନା କରାଯାଏ । ଅନ୍ୟପକ୍ଷରେ ସୁଖଜିନ୍ଦର ସିଂ ରନ୍ଧୱା, ଓପି ସିଂ ମଧ୍ୟ ନବଜୋତ ସିଂ ସିଦ୍ଧୁଙ୍କ ଶିବିରରେ ସାମିଲ ଅଛନ୍ତି ।
ଦଳିତ ସମ୍ପ୍ରଦାୟରୁ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିବା ଚରଣଜୀତ୍ ଚମକୌର୍ ସାହିବ ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ହୋଇଛନ୍ତି । ରାଜନୈତିକ କ୍ୟାରିଅରରେ କୌଣସି ଦାଗ ନଥିବା ଚନ୍ନୀ ମଧ୍ୟ 2015-16 ରେ ପଞ୍ଜାବ ବିଧାନସଭାରେ ବିରୋଧୀଦଳର ନେତା ଥିଲେ । ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ କ୍ୟାବିନେଟ୍ରେ ସେ ଥିଲେ ବୈଷୟିକ ଶିକ୍ଷା ଏବଂ ଉଦ୍ୟୋଗ ତାଲିମ ମନ୍ତ୍ରୀ । 2007ରେ ଚନ୍ନୀ ପ୍ରଥମେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ସେ ଖରାରରେ ସେ ଦୁଇ ପାଳି ପୌରପାଳିକାର ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଇଥିଲେ ।












Click it and Unblock the Notifications