'କେନ୍ଦ୍ରକୁ କେବଳ ନିଜର ଭାବମୂର୍ତ୍ତି ଚିନ୍ତା, ପିଲାଙ୍କ ଭବିଷ୍ୟତର ଚିନ୍ତା ନାହିଁ '

ବିଜେପି ଏବଂ କେନ୍ଦ୍ର ସରକାର ବିଦେଶରେ ସେମାନଙ୍କ ଭାବମୂର୍ତ୍ତିକୁ ନେଇ ଯେତିକି ଚିନ୍ତିତ, ସେତକି ଚିନ୍ତା ଦେଶର ପିଲାଙ୍କ ପାଇଁ କରନ୍ତେ । ଭାବମୂର୍ତ୍ତି ରକ୍ଷା କରିବା ପାଇଁ ଶିଶୁମାନଙ୍କର ଟୀକା ବିଦେଶରେ ବିକ୍ରି କରିଦେଲେ ।

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସିଙ୍ଗାପୁର ଷ୍ଟ୍ରେନ୍ ସମ୍ପର୍କରେ ଟ୍ୱିଟ୍ କରିବା ପରେ ବୈଶିକ ମନ୍ତ୍ରଣାଳୟର ପ୍ରତିକ୍ରିୟାକୁ ନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କଡ଼ା ଜବାବ ଦେଇଛନ୍ତି । ମନୀଷ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି, "ବିଜେପି ଏବଂ କେନ୍ଦ୍ର ସରକାର ବିଦେଶରେ ସେମାନଙ୍କ ଭାବମୂର୍ତ୍ତିକୁ ନେଇ ଯେତିକି ଚିନ୍ତିତ, ସେତକି ଚିନ୍ତା ଦେଶର ପିଲାଙ୍କ ପାଇଁ କରନ୍ତେ । ଭାବମୂର୍ତ୍ତି ରକ୍ଷା କରିବା ପାଇଁ ଶିଶୁମାନଙ୍କର ଟୀକା ବିଦେଶରେ ବିକ୍ରି କରିଦେଲେ, ବର୍ତ୍ତମାନ ଯେତେବେଳେ ଅରବିନ୍ଦ କେଜ୍ରିୱାଲ ପିଲାମାନଙ୍କ ବିଷୟରେ ଚିନ୍ତା କରୁଛନ୍ତି, ଏହା ଉପରେ କିଛି କରିବା ପରିବର୍ତ୍ତେ, ସେମାନେ ପୁଣି ବିଦେଶୀ ଭାବମୂର୍ତ୍ତି ଚିନ୍ତାରେ ପଡ଼ିଯାଇଛନ୍ତି ।"

Manish-Sisodia

ସେ ଆହୁରି ଅନେକ ଟ୍ୱିଟ୍ କରିଛନ୍ତି । ସିସୋଦିଆ ଆହୁରି କହିଛନ୍ତି, 'କେଜ୍ରିୱାଲ ଜୀ ଦୁଇଟି କଥା କହିଥିଲେ, ଗୋଟିଏ ସିଙ୍ଗାପୁରର ନୂଆ ଷ୍ଟ୍ରେନ୍ ଏବଂ ଅନ୍ୟଟି ପିଲାମାନଙ୍କ ଉପରେ । କେଜ୍ରିୱାଲ ପିଲାଙ୍କୁ ନେଇ ଚିନ୍ତିତ ଥିବାବେଳେ କେନ୍ଦ୍ର ସରକାର ସିଙ୍ଗାପୁରକୁ ନେଇ ଚିନ୍ତିତ । ଲଣ୍ଡନରେ ନୂଆ ଷ୍ଟ୍ରେନ୍ ଆସିବା ପରେ ମଧ୍ୟ କେନ୍ଦ୍ର ସରକାର ଚେତାବନୀ ଶୁଣିନଥିଲେ ଏବଂ ଆଜି ଦେଶର ଅବସ୍ଥା ସମସ୍ତଙ୍କୁ ଜଣା । ବିଜେପି ଏବଂ କେନ୍ଦ୍ରକୁ କେବଳ ବିଦେଶ ଚିନ୍ତା ଲାଗି ରହିଛି ।
-ଆମ ପିଲାମାନଙ୍କ ଟିକା କୁଆଡେ ଗଲା ? (ବିଦେଶ )
-ବିଜେପି କାହାକୁ ସାହାଯ୍ୟ କଲା? (ବିଦେଶ)
- ବିଜେପିକୁ ବିଦେଶୀ ପ୍ରେମ ମୁବାରକ, କିନ୍ତୁ ଆମେ କେବଳ ଆମର ପିଲାମାନଙ୍କ ବିଷୟରେ ଚିନ୍ତା କରୁଛୁ ।'

ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, 'ପ୍ରସଙ୍ଗ ସିଙ୍ଗାପୁର ନୁହେଁ, ପ୍ରସଙ୍ଗ ହେଉଛି ଆମର ପିଲାମାନଙ୍କର ସୁରକ୍ଷା । ଆଜି ପୁଣିଥରେ କେନ୍ଦ୍ର ସରକାର ବିପଦର ପୂର୍ବାନୁମାନ କରିବାରେ ଅସମର୍ଥ ଏବଂ ଆମ ପିଲାମାନଙ୍କ ସୁରକ୍ଷା ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି । ବିଦେଶରେ ନିଜର ଭାବମୂର୍ତ୍ତି ସଜାଡ଼ିବାରେ କେନ୍ଦ୍ର କେବଳ ଧ୍ୟାନ ଦେଉଛି । ଆମ ବୈଦେଶିକ ମନ୍ତ୍ରଣାଳୟ ଅରବିନ୍ଦ କେଜ୍ରିୱାଲଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ଦେବା ପାଇଁ ୟେଉଁ ତତ୍ପରତା ଦେଖାଇଲେ, ଦୁନିଆର ଦେଶମାନଙ୍କରୁ ଟିକା ଆଣିବାରେ ଯଦି ସେତିକି ତତ୍ପରତା ଦେଖାଇଥାନ୍ତେ ତେବେ ଆଜି ଦେଶରେ ବୟସ୍କମାନଙ୍କ ସହ ପିଲାମାନଙ୍କ ପାଇଁ ମଧ୍ୟ ଟିକା ଉପଲବ୍ଧ ହୋଇଥାନ୍ତା ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+