ଉଦ୍ଧବ ଠାକରେଙ୍କ ଉପରେ ବିବାଦୀୟ ବୟାନ ପଡ଼ିଲା ମହଙ୍ଗା, ବନ୍ଧା ହେଲେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ
କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ପୋଲିସ ଗିରଫ କରିଛି । ଏହି ସମୟରେ ରାଣେଙ୍କ ଗିରଫ ପୂର୍ବରୁ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ରତ୍ନଗିରି କୋର୍ଟ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଷୟରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ଆପତ୍ତିଜନକ ବିବୃତ୍ତିକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି । ବର୍ତ୍ତମାନ ଏହି ମାମଲାରେ ଆଉ ଏକ ଖବର ସାମ୍ନାକୁ ଆସିଛି । କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ପୋଲିସ ଗିରଫ କରିଛି । ଏହି ସମୟରେ ରାଣେଙ୍କ ଗିରଫ ପୂର୍ବରୁ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ରତ୍ନଗିରି କୋର୍ଟ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ନାରାୟଣ ରାଣେ ବର୍ତ୍ତମାନ ରତ୍ନାଗିରି କୋର୍ଟରେ ହାଜର ହେବେ ।

ନାରାୟଣ ରାଣେଙ୍କ ବିରୋଧରେ 3 ଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ଅନେକ ପୋଲିସ ଷ୍ଟେସନରେ ଏଫଆଇଆର ପଞ୍ଜୀକରଣକୁ ନେଇ ବିଜେପି ଏବଂ ରାଜ୍ୟ ପୋଲିସ ବର୍ତ୍ତମାନ ମୁହାଁମୁହିଁ ହୋଇଛନ୍ତି । ନାସିକ୍ ପୋଲିସ୍ କହିଛି ଯେ ନିୟମ ପାଳନ କରି ଆଦେଶ ଜାରି କରାଯାଇଛି, କିନ୍ତୁ ରାଜ୍ୟ ବିଜେପି କହିଛି ଯେ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ସ୍ଥାୟୀ ନିର୍ଦ୍ଦେଶ ଅନୁଯାୟୀ କୌଣସି କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଗିରଫ କରାଯାଇପାରିବ ନାହିଁ ଏବଂ ରାଜ୍ୟ ସରକାର ନିଜ ସୀମା ଅତିକ୍ରମ କରୁଛନ୍ତି ।
ଅପମାନଜନକ ଭାଷଣ ଦେବା ପାଇଁ ନାସିକ ପୋଲିସ ଆଇପିସିର ଧାରା 500, 505 (2), 153-ବି, (1) (ସି) ଅନୁଯାୟୀ ରାଣେଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ନାସିକ ଶିବସେନା ମୁଖ୍ୟ ସୁଧାକର ବଦଗୁଜରଙ୍କ ଅଭିଯୋଗରେ ମଙ୍ଗଳବାର ସକାଳେ ନାସିକରେ ଏହି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ନାସିକ ନଗର ପୋଲିସ କମିଶନର ଦୀପକ ପାଣ୍ଡେ କହିଛନ୍ତି ଯେ ପୋଲିସ ନିୟମ ପାଳନ କରୁଛି ଏବଂ ଆଇନଗତ ବ୍ୟବସ୍ଥା ଅନୁଯାୟୀ ଗିରଫ ଆଦେଶ ଜାରି କରାଯାଇଛି ।
ଦୀପକ ପାଣ୍ଡେ କହିଛନ୍ତି ଯେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ରାଜ୍ୟସଭାର ଜଣେ ସଦସ୍ୟ, ଗିରଫ ପରେ ଉପଯୁକ୍ତ ସମୟରେ ଆମେ ଉପର ଗୃହର ବାଚସ୍ପତିଙ୍କୁ ଜଣାଇବାକୁ ବାଧ୍ୟ । କେନ୍ଦ୍ର ମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ପୋଲିସ ଦଳ ପଠାଯାଇଛି । ଭବିଷ୍ୟତରେ ଏପରି ଘଟଣା ଯେପରି ନହୁଏ ସେଥିପାଇଁ ଗିରଫ ଆଦେଶ ଜାରି କରାଯାଇଛି ।












Click it and Unblock the Notifications