କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ଗାଡ଼ି ଧକ୍କା, ଅଳ୍ପକେ ବର୍ତ୍ତିଲେ ସାଂସଦ ଓ ବିଧାୟକ

ମଧ୍ୟପ୍ରଦେଶର ବେତୁଲଠାରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ସାମିଲ୍ ଥିବା ଦୁଇଟି ଗାଡ଼ି ମଧ୍ୟରେ ଧକ୍କାହୋଇଛି ।

ଭୋପାଳ : ମଧ୍ୟପ୍ରଦେଶର ବେତୁଲଠାରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ସାମିଲ୍ ଥିବା ଦୁଇଟି ଗାଡ଼ି ମଧ୍ୟରେ ଧକ୍କାହୋଇଛି । ଫଳରେ 2ଜଣ ଆହତ ହୋଇଛନ୍ତି । ସୈଭାଗ୍ୟବଶତଃ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଏହାଦ୍ବାରା କ୍ଷତିଗ୍ରସ୍ତ ହୋଇନାହିଁ ଏବଂ ତାଙ୍କର କୌଣସି କ୍ଷତି ହୋଇନାହିଁ ।

Dharmendra-pradhan

ଖବର ଅନୁସାରେ, କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋବର ଗ୍ୟାସ୍ ପ୍ଲାଣ୍ଟ ଓ ଏକ ବିଦ୍ୟାଳୟ ଉଦଘାଟନ କରି ଫେରୁଥିବା ବେଳେ ତାଙ୍କ କାରକେଡରେ ସାମିଲ ଥିବା ଦୁଇଟି ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା । ଗୋଟିଏ ଗାଡ଼ିର ବ୍ରେକ୍ ଫେଲ୍ ହେବାରୁ ତାହା ସାମ୍ନାରେ ଥିବା ଗାଡ଼ିକୁ ଧକ୍କା ଦେଇଥିଲା ।

ବେତୁଲର ଏସଡିଏମ୍ ସିଏଲ୍ ଚିନାପଙ୍କ ଗାଡ଼ିର ବ୍ରେକ୍ ଫେଲ୍ ହେବାରୁ ତାହା ଅମଲା ବିଧାୟକ ଡାକ୍ତର ଯୋଗେଶ ପଣ୍ଡାଗ୍ରେଙ୍କ ଗାଡ଼ିକୁ ପିଟିଥିଲା । ଏହା ଫଳରେ ଅମଲା ବିଧାୟକ ଡାକ୍ତର ଯୋଗେଶ ପଣ୍ଡାଗ୍ରେଙ୍କ ଗାଡ଼ିରେ ଥିବା ସୁରକ୍ଷାକର୍ମୀ ବିବେକ ବର୍ମା ଗୁରୁତର ଆହତ ହୋଇଛନ୍ତି । ଅପରପକ୍ଷରେ ବିଧାୟକଙ୍କ ଗାଡ଼ି ଭିତରେ ବସିଥିବା ସାଂସଦ ଦୁର୍ଗାଦାସ ଉଇକେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+