ଲକ୍ଷ୍ମୀପୁର ଖେରୀ ମାମଲା : ଅଜୟ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁ ନାହାଁନ୍ତି ସରକାର - ସୂତ୍ର
ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଏସଆଇଟି ରିପୋର୍ଟ ସାମ୍ନାକୁ ଆସିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ କ୍ୟାବିନେଟରୁ ହଟାଇବାକୁ ବିରୋଧୀ ଦଳ ଜୋରଦାର ଦାବି କରିଛନ୍ତି, କିନ୍ତୁ ମୋଦୀ ସରକାର ଏପରି କରିବାର କୌଣସି ଯୋଜନା କରୁ ନାହାଁନ୍ତି ।
ନୂଆଦିଲ୍ଲୀ : ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଏସଆଇଟି ରିପୋର୍ଟ ସାମ୍ନାକୁ ଆସିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ କ୍ୟାବିନେଟରୁ ହଟାଇବାକୁ ବିରୋଧୀ ଦଳ ଜୋରଦାର ଦାବି କରିଛନ୍ତି, କିନ୍ତୁ ମୋଦୀ ସରକାର ଏପରି କରିବାର କୌଣସି ଯୋଜନା କରୁ ନାହାଁନ୍ତି । ସରକାରଙ୍କ ସହ ଜଡିତ ନିର୍ଭରଯୋଗ୍ୟ ଉତ୍ସ ଏ ବିଷୟରେ ସୂଚନା ଦେଇଛନ୍ତି ।

ଇଣ୍ଡିଆ ଟୁଡେ ଏହାର ରିପୋର୍ଟରେ ପ୍ରକାଶ କରିଛି ଯେ ସରକାରଙ୍କ ମତରେ SIT ର ରିପୋର୍ଟ ଏହି ପ୍ରସଙ୍ଗରେ ଶେଷ ଶବ୍ଦ ନୁହେଁ । ସୂତ୍ରରୁ ପ୍ରକାଶ ଯେ ସରକାରଙ୍କ ଭିତରେ ମଧ୍ୟ ଏକ ବିଶ୍ୱାସ ରହିଛି ଯେ ଏହି ମାମଲା ଏବେ ବିଚାରାଧୀନ ଅଛି ଏବଂ ଏହି ମାମଲା ମନ୍ତ୍ରୀ ଅଜୟ ମିଶ୍ରଙ୍କର ନୁହେଁ ବରଂ ତାଙ୍କ ପୁଅର ଅଟେ ।
ଲକ୍ଷ୍ମୀପୁର ଖେରୀ ହିଂସା ମାମଲାର ଯାଞ୍ଚ ପାଇଁ ସ୍ଥାପିତ ହୋଇଥିବା ଏସଆଇଟି ଏହାର ଅନୁସନ୍ଧାନରେ କହିଛି ଯେ ବିରୋଧୀ ଚାଷୀଙ୍କ ହତ୍ୟା ଏକ ଯୋଜନାବଦ୍ଧ ଷଡଯନ୍ତ୍ର । ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି ।
ସୂଚନାନୁସାରେ, ଅଜୟ ମିଶ୍ର କିଛି ସାମ୍ବାଦିକଙ୍କ ଉପରେ କ୍ରୋଧିତ ହୋଇ ଅଶାଳୀନ ବ୍ୟବହାର କରିବା ପରେ ସରକାର ତାଙ୍କୁ ଡାକିଥିଲେ । ଏହା ସହ ଜଡିତ ଏକ ଭିଡିଓ ଯାହା ବୁଧବାର ଦିନ ଭାଇରାଲ ହୋଇଥିଲା ଯେଉଁଥିରେ ଅଜୟ ମିଶ୍ରଙ୍କୁ SIT ରିପୋର୍ଟରେ ପ୍ରଶ୍ନ ପଚରାଯିବାରୁ ସେ ଖରାପ ବ୍ୟବହାର କରିଥିବା ଦେଖାଯାଇଥିଲା । ଭିଡିଓରେ ମନ୍ତ୍ରୀ ଅଜୟ ମିଶ୍ର ସାମ୍ବାଦିକଙ୍କୁ ମୋବାଇଲ ବନ୍ଦ କରିବାକୁ କହୁଥିବା ନଜର ଆସିଛନ୍ତି । ଏହି ସମୟରେ ତାଙ୍କର ମନୋଭାବ ଅତ୍ୟନ୍ତ କଠୋର ଥିଲା ।

ଏହି ସବୁ ମଧ୍ୟରେ ଅଜୟ ମିଶ୍ର ଗୁରୁବାର ଗୃହ ମନ୍ତ୍ରଣାଳୟରେ ପହଞ୍ଚି କାର୍ଯ୍ୟ ଜାରି ରଖିଛନ୍ତି । ସେ ତାଙ୍କ ବିଭାଗର କିଛି ଅଧିକାରୀଙ୍କ ସହ ଏକ ବୈଠକ ମଧ୍ୟ କରିଥିଲେ ।
ସୂନାଯୋଗ୍ୟ, ଅକ୍ଟୋବର 3 ରେ ଲକ୍ଷ୍ମୀପୁର ଖେରୀରେ ଘଟିଥିବା ହିଂସାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା । ତିନୋଟି କୃଷି ନିୟମକୁ ବିରୋଧ କରୁଥିବା ହଜାର ହଜାର କୃଷକ ସେହି ଦିନ ଲକ୍ଷ୍ମୀପୁର ଖେରୀ ଠାରେ ଏକତ୍ରିତ ହୋଇ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତକୁ ବିରୋଧ କରିଥିଲେ । ଏହି ପ୍ରତିବାଦ ସମୟରେ ଚାରିଜଣ ଚାଷୀଙ୍କ ଉପରେ ଏକ ଏସୟୁଭି ଚଢିଯାଇଥିଲା, ଫଳରେ ଚାଷୀଙ୍କ ମୃତ୍ୟୁ ହୋଇଥିଲା । ଏଥସହିତ ଏହି ହିଂସାରେ ଦୁଇ ବିଜେପି କର୍ମୀ, ଅଜୟ ମିଶ୍ରଙ୍କ ଡ୍ରାଇଭର ଏବଂ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା । ସମଗ୍ର ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଥିଲା ।
ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଏହି ହିଂସା ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନ କମିଟି (ଏସଆଇଟି) ଗଠନ କରିଥିଲେ । ଏହାର ଅନୁସନ୍ଧାନ ରିପୋର୍ଟରେ ଏସଆଇଟି ଜାଣିବାକୁ ପାଇଛି ଯେ ଚାଷୀଙ୍କ ହତ୍ୟା ଏକ ଯୋଜନାବଦ୍ଧ ଷଡଯନ୍ତ୍ର । ଆଶିଷ ମିଶ୍ରଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ହୋଇଥିବା ଅଭିଯୋଗର ପୁନର୍ବିଚାର କରିବାକୁ ଏସଆଇଟି ଜଣେ ବିଚାରପତିଙ୍କୁ ଲେଖିଛି । ଆଶିଷ ମିଶ୍ରଙ୍କ ଉପରେ, SIT ଧାରା 307 (ହତ୍ୟା ଉଦ୍ୟମ), ଧାରା 326 (ବିପଜ୍ଜନକ ଅସ୍ତ୍ରରେ ଆହତ କରିବା), ଧାରା 34 (ସମାନ ଉଦ୍ଦେଶ୍ୟରେ ଅନେକ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ) ଏବଂ ଆର୍ମ୍ସ ଆକ୍ଟ ର ଧାରା 3/25 ଲାଗୁ କରିବାକୁ ଅନୁମତି ମାଗିଛି ।












Click it and Unblock the Notifications