ମମତା ସରକାରକୁ ହାଇକୋର୍ଟର ଝଟକା, ସିବିଆଇ ହାତରେ ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସାର ତଦନ୍ତ ଭାର
ବଙ୍ଗଳା ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସାର ତଦନ୍ତ କରିବ ସିବିଆଇ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
କୋଲକାତା : ବଙ୍ଗଳା ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସାର ତଦନ୍ତ କରିବ ସିବିଆଇ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ମେ 2 ରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ମମତା ବାନାର୍ଜୀ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ପୁନର୍ବାର ରାଜ୍ୟରେ ସରକାର ଗଠନ କରିଥିଲେ । ଏହା ପରେ ବଙ୍ଗଳାର ଅନେକ ଅଞ୍ଚଳରେ ରାଜନୈତିକ ହିଂସା ଦେଖାଦେଇଥିଲା । ବିଜେପି ଅଭିଯୋଗ କରିଛି ଯେ ମମତା ସରକାର ଜାଣିଶୁଣି ଏହି ହିଂସା କରିଥିଲେ ଯେଉଁଥିରେ ବିରୋଧୀଙ୍କୁ ଟାର୍ଗେଟ କରାଯାଇଥିଲା । ଏହା ବ୍ୟତୀତ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତେବେ ବର୍ତ୍ତମାନ କଲିକତା ହାଇକୋର୍ଟ ଏହି ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକୃତରେ, ମମତା ସରକାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ କରି ମାମଲା କଲିକତା ହାଇକୋର୍ଟରେ ପହଞ୍ଚିଥିଲା । ସମସ୍ତ ପକ୍ଷର ଶୁଣାଣି ପରେ ଗୁରୁବାର ଦିନ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ନିକଟରେ କୋର୍ଟ କିଛି ସର୍ତ୍ତ ରଖିଛନ୍ତି । ଯାହା ଅଧୀନରେ ସମଗ୍ର ତଦନ୍ତ କୋର୍ଟର ତତ୍ତ୍ୱାବଧାନରେ ହେବ । ଏହା ବ୍ୟତୀତ ଏକ ଏସଆଇଟି ଗଠନ କରାଯିବ, ଯେଉଁଥିରେ କେବଳ ବଙ୍ଗଳା କ୍ୟାଡରର ବରିଷ୍ଠ ଅଧିକାରୀ ରହିବେ ।
କୋଲକାତା ହାଇକୋର୍ଟର 5 ଜଣିଆ ଖଣ୍ଡପୀଠ ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ବିଣ୍ଡାଲଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ 6 ସପ୍ତାହ ମଧ୍ୟରେ ମାମଲାର ଚୂଡାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗ କମିଶନର ସୌମେନ ମିତ୍ରଙ୍କ ସହିତ ଅନ୍ୟ ଦୁଇ ପୋଲିସ ଅଫିସରଙ୍କୁ ନେଇ ଏହି ଏସଆଇଟି ଗଠିତ ହେବ । କୋର୍ଟଙ୍କ ନିର୍ଦ୍ଦେଶ ବିନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।
ପୂର୍ବରୁ ଏହି ମାମଲାର ତଦନ୍ତ ଏନ୍ଏଚ୍ଆର୍ସିକୁ ଦିଆଯାଇଥିଲା । ଏହି ମାମଲାରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏନଏଚଆରସି ତଦନ୍ତ କରି ଏକ ରିପୋର୍ଟ ଦାଖଲ କରିସାରିଛି।












Click it and Unblock the Notifications