ମନୀଷ ସିସୋଡିଆଙ୍କ ଅଫିସରେ ସିବିଆଇ ଚଢାଉ
ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ବିରୋଧରେ ଉଠିଥିବା ଏକ୍ସାଇଜ ସ୍କାମ୍ ମାମଲା ପୁଣି ମୁଣ୍ଡ ଟେକିଛି । ସିବିଆଇର ଏକ ଟିମ୍ ଶନିବାର ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଫିସରେ ଚଢାଉ କରିଛି ।
ନୂଆଦିଲ୍ଲୀ: ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ବିରୋଧରେ ଉଠିଥିବା ଏକ୍ସାଇଜ ସ୍କାମ୍ ମାମଲା ପୁଣି ମୁଣ୍ଡ ଟେକିଛି । ସିବିଆଇର ଏକ ଟିମ୍ ଶନିବାର ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଫିସରେ ଚଢାଉ କରିଛି ।

ଚଢାଉ ସମୟରେ ସିବିଆଇ କିଛି ପାଇଛି କି ନାହିଁ, ସେ ନେଇ କୌଣସି ତଥ୍ୟ ପ୍ରକାଶ ପାଇନାହିଁ । କିନ୍ତୁ ଏହି ଚଢାଉ ପରେ ରାଜନୀତି ତୀବ୍ର ହୋଇଛି । ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଡିଆଙ୍କ ଉପରେ ଚାପ ପକାଇବା ପାଇଁ ବିଜେପି ଏହି ଚଢାଉ କରାଉଛି ବୋଲି ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି ।
ସିସୋଦିଆ ନିଜେ ଟ୍ୱିଟ୍ କରି ଏହି ସିବିଆଇ ଚଢାଉ ସମ୍ପର୍କରେ ସୂଚନା ଦେଇଛନ୍ତି । ଟ୍ୱିଟ୍ କରି ସିସୋଦିଆ ଲେଖିଛନ୍ତି ଯେ ଆଜି ପୁଣି ସିବିଆଇ ମୋ ଅଫିସରେ ପହଞ୍ଚିଛି । ତାଙ୍କୁ ସ୍ୱାଗତ । ସେମାନେ ମୋ ଘରେ ଚଢାଉ କରିଥିଲେ, ମୋ ଅଫିସରେ ଚଢାଉ କରିଥିଲେ, ମୋ ଲକରକୁ ଖୋଜିଥିଲେ, ମୋ ଗାଁରେ ଯାଞ୍ଚ କରିଥିଲେ । ମୋ ବିରୁଦ୍ଧରେ କିଛି ମିଳି ନାହିଁ ଏବଂ ମିଳିବ ନାହିଁ କାରଣ ମୁଁ କିଛି ଭୁଲ କରି ନାହିଁ । ଦିଲ୍ଲୀର ପିଲାମାନଙ୍କ ଶିକ୍ଷା ପାଇଁ ଆନ୍ତରିକତାର ସହିତ କାର୍ଯ୍ୟ କରିଛି ।












Click it and Unblock the Notifications