ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇଙ୍କ ବାସଭବନରେ ସିବିଆଇ ଚଢାଉ
ୟୁପିଏ ସରକାର କ୍ଷମତାରେ ଥିବାବେଳେ 2007 ରୁ 2009 ମଧ୍ୟରେ ସବସିଡିଯୁକ୍ତ ସାର ରପ୍ତାନି କରୁଥିବା ନେଇ ଅଗ୍ରସେନ୍ ଗେହଲୋଟ୍ ଙ୍କ ବିରୋଧରେ ଅଭିଯୋଗ ହୋଇଛି ।
ଯୋଧପୁର : ରାହୁଲ ଗାନ୍ଧୀଙ୍କୁ ଇଡିର ପଚରାଉଚୁରା ମଧ୍ୟରେ ରାଜସ୍ଥାନରୁ ଏକ ବଡ ଖବର ସାମ୍ନାକୁ ଆସିଛି । କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଭାଇ ଅଗ୍ରସେନ ଗେହଲଟଙ୍କ ବାସଭବନରେ ଚଢାଉ କରିଛି । ଅଶୋକ ଗେହଲଟଙ୍କ ଭାଇଙ୍କ ଯୋଧପୁର ବାସଭବନ ସିବିଆଇ ଦଳର ସ୍କାନରରେ ଆସିଛି । ଆଜି ସକାଳ ସିବିଆଇ ଟିମ୍ ଚଢାଉ କରୁଛି ।

ଏହି ଚଢଆଉ ପରେ ରାଜନୈତିକ କରିଡରରେ ହଇଚଇ ସୃଷ୍ଟି ହୋଇଛି । ଅଗ୍ରସେନ୍ ଗେହଲୋଟ୍ ଙ୍କ ସମର୍ଥକମାନେ ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି । ଆପଣଙ୍କୁ କହି ରଖୁଛୁ ଅଗ୍ରସେନ୍ ଗେହଲଟ୍ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଙ୍କ ଭାଇ । ସେ ଜଣେ ସାର ବ୍ୟବସାୟୀ ଏବଂ ପୂର୍ବରୁ ସାର ଘୋଟାଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତାଙ୍କୁ ପଚରାଉଚରା କରିଥିଲେ ।
ରାହୁଲ ଗାନ୍ଧୀଙ୍କ ଉପରେ ଇଡି ଯାଞ୍ଚକୁ ନେଇ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ ମଧ୍ୟରେ ଏହି ନୂତନ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୟୁପିଏ ସରକାର କ୍ଷମତାରେ ଥିବାବେଳେ 2007 ରୁ 2009 ମଧ୍ୟରେ ସବସିଡିଯୁକ୍ତ ସାର ରପ୍ତାନି କରୁଥିବା ନେଇ ଅଗ୍ରସେନ୍ ଗେହଲୋଟ୍ ଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏହା କୁହାଯାଉଛି ଯେ, 2007 ରୁ 2009 ମଧ୍ୟରେ, ଅଗ୍ରସେନ୍ ମ୍ୟୁରେଟ୍ ଅଫ୍ ପୋଟାସ୍ (MoP) କୁ ନେଇ ଘୋଟାଲା କରି ବିପୁଳ ପରିମାଣର ବିଦେଶକୁ ରପ୍ତାନି କରିଥିଲେ, ଯାହା ଭାରତୀୟ ଚାଷୀଙ୍କୁ ରିହାତି ମୂଲ୍ୟରେ ଦେବାରେ ଥିଲା ।
ଆଜି ଏହି ମାମଲା ସିବିଆଇ ଚଢାଉର କାରଣ ବୋଲି ଜଣାପଡିଛି । ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଭାଇ ଅଗ୍ରସେନ ଗେହଲଟଙ୍କ ବିବୃତ୍ତି ଏପର୍ଯ୍ୟନ୍ତ ଆସିନାହିଁ ।












Click it and Unblock the Notifications