ମନୀଷ ସିସୋଦିଆଙ୍କ ଗିରଫ ପଛରେ ରାଜନୈତିକ ଚାପ ଥିବା ଅଭିଯୋଗ ଆଣିଲେ କେଜ୍ରିୱାଲ
ସିବିଆଇର ଅଧିକାଂଶ ଅଧିକାରୀ ସିସୋଦିଆଙ୍କ ଗିରଫଦାରୀ ବିରୋଧରେ ଥିଲେ, କାରଣ ସେମାନେ ସମସ୍ତେ ତାଙ୍କୁ ବହୁତ ସମ୍ମାନ କରନ୍ତି ଏବଂ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ।

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କରିବା ପରେ ଦିଲ୍ଲୀରେ ରାଜନୈତିକ ମହୋଲ ସରଗରମ୍ ହୋଇ ଉଠିଛି । ଦଳର ମୁଖ୍ୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ଗିରଫ ପଛରେ ରାଜନୈତିକ ଚାପ ରହିଥିବା କହିଛନ୍ତି । ଏ ନେଇ ସେ ଏକ ଟ୍ୱିଟ୍ କରିଛନ୍ତି ।
କେଜ୍ରିୱାଲ ଟ୍ୱିଟ୍ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟେ କରି ଲେଖିଛନ୍ତି ଯେ, ମୁଁ ସୂଚନା ପାଇଛି ଯେ ସିବିଆଇର ଅଧିକାଂଶ ଅଧିକାରୀ ସିସୋଦିଆଙ୍କ ଗିରଫଦାରୀ ବିରୋଧରେ ଥିଲେ, କାରଣ ସେମାନେ ସମସ୍ତେ ତାଙ୍କୁ ବହୁତ ସମ୍ମାନ କରନ୍ତି ଏବଂ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । କିନ୍ତୁ ତାଙ୍କୁ ଗିରଫ କରିବା ପାଇଁ ରାଜନୈତିକ ଚାପ ଏତେ ଅଧିକ ଥିଲା ଯେ ତାଙ୍କୁ ନିଜର ରାଜନୈତିକ ମୁନୀବଙ୍କ କଥା ମାନିବାକୁ ପଡ଼ିଥିଲା ।
ଗତକାଲି ମଦ ଦୁର୍ନୀତି ମାମଲାରେ 8 ଘଣ୍ଟା ମାରାଥନ୍ ଜେରା ପରେ ସିସୋଦିଆଙ୍କୁ ଗିରଫ କରିଛି ସିବିଆଇ ।କେଜ୍ରିଓ୍ଵାଲ ରବିବାରଦିନ ବି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ ଲୋକମାନେ ଏହାର ଜବାବ ଦେବେ, କାରଣ ସେମାନେ ଦେଖୁଛନ୍ତି ଯେ କିପରି ଦେଶପ୍ରେମୀ ଏବଂ ସଚ୍ଚୋଟ ଲୋକଙ୍କୁ ଜେଲ୍ ପଠାଯାଉଛି । ଦେଶର ବ୍ୟାଙ୍କଲୁଟ୍ କରୁଥିବା ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ।












Click it and Unblock the Notifications