ଦିଲ୍ଲୀ ଏକ୍ସାଇଜ୍ ସ୍କାମ ମାମଲାରେ ମନୀଷଙ୍କୁ 5 ଦିନିଆ ରିମାଣ୍ଡରେ ନେଲା ସିବିଆଇ
ଦିଲ୍ଲୀ ଅବକାରୀ ନୀତି ମାମଲାରେ ପଚରାଉଚରା ପାଇଁ ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ ରପିବା ପରେ5 ଦିନିଆ ରିମାଣ୍ଡରେ ନେଇଛି ।

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ପଚରାଉଚରା ପାଇଁ ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ ରପିବା ପରେ5 ଦିନିଆ ରିମାଣ୍ଡରେ ନେଇଛି । ଏହା ପୂର୍ବରୁ ଗତକାଲି 8 ଘଣ୍ଟା ପଚରାଉଚୁରା ପରେ ରବିବାର ସନ୍ଧ୍ୟାରେ ଗିରଫ କରାଯାଇଥିଲା । ସିବିଆଇ ସୋମବାର ରାଉସ୍ ଆଭେନ୍ୟୁ କୋର୍ଟରେ ସିସୋଡିଆଙ୍କୁ ହାଜର କରିଥିଲା । ଅଧିକ ପଚରାଉଚରା ପାଇଁ ତାଙ୍କୁ 5 ଦିନିଆ ରିମାଣ୍ଡରେ ନେଇଛି । ତଦନ୍ତକାରୀ ସଂସ୍ଥାର ଦାବିକୁ ଗ୍ରହଣ କରି କୋର୍ଟ ମନୀଷ ସିସୋଡିଆଙ୍କୁ ସିବିଆଇ ରିମାଣ୍ଡରେ ପଠାଇଛନ୍ତି ।
କୋର୍ଟରେ ଶୁଣାଣି ସମୟରେ ସିସୋଦିଆଙ୍କ ଓକିଲ ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏକ ରାଜନୈତିକ ଷଡଯନ୍ତ୍ରରେ ତାଙ୍କୁ ଫସାଯାଇଥିବା କୋର୍ଟଙ୍କୁ ମଧ୍ୟ କହିଛନ୍ତି । ଯାହା ଉପରେ ସିବିଆଇର ଓକିଲ କହିଛନ୍ତି ଯେ ଅଧିକ ଅନୁସନ୍ଧାନ ପାଇଁ ସିସୋଦିଆଙ୍କ ରିମାଣ୍ଡ ଆବଶ୍ୟକ । ଏଭଳି ପରିସ୍ଥିତିରେ ଅନୁସନ୍ଧାନକାରୀ ସଂସ୍ଥାକୁ 5 ଦିନର ରିମାଣ୍ଡର ଆବଶ୍ୟକତା ରହିଛି । ଉଭୟ ପକ୍ଷର ଶୁଣାଣି ପରେ କୋର୍ଟ ମାର୍ଚ୍ଚ 4 ପର୍ଯ୍ୟନ୍ତ ରିମାଣ୍ଡକୁ ଅନୁମୋଦନ କରିଛନ୍ତି ।












Click it and Unblock the Notifications