Shinde VS Thackeray : ପିଏମ ମୋଦୀ- ସିଏମ ସିନ୍ଦେଙ୍କୁ ମିମିକ୍ରି କରିବାରୁ ଠାକରେ ଦଳର 7 ନେତାଙ୍କ ବିରୋଧରେ ଏଫଆଇଆର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ମିମିକ୍ରି କରି ପରିହାସ କରିବା ଅଭିଯୋଗରେ ଶିବସେନାର ଉଦ୍ଧବ ଠାକରେ ଦଳର 7 ଜଣ ନେତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

ମହାରାଷ୍ଚ୍ର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ମିମିକ୍ରି କରି ପରିହାସ କରିବା ଅଭିଯୋଗରେ ଶିବସେନାର ଉଦ୍ଧବ ଠାକରେ ଦଳର 7 ଜଣ ନେତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଥାନେର ନୌପାଡା ପୋଲିସ ଷ୍ଟେସନରେ ଆଇପିସିର ଧାରା 153,500 ଏବଂ 504 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ।

shiv sena

ଦଶହରା ଅବସରରେ ଉଦ୍ଧବ ଠାକରେଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ 2500 ଲୋକ ଯୋଗ ଦେଇଥିଲେ । ସ୍ଥାନୀୟ ପୋଲିସ ଅଧିକାରୀ ଆନନ୍ଦ ନିକମ କହିଛନ୍ତି ଯେ ଦତ୍ତାରାମ ସଖାରାମ ଗାୱାସଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ ହୋଇଛି । ଯେଉଁଥିରେ ଧାରା 153 (ଶାନ୍ତି ଉଲ୍ଲଂଘନ କରିବା ଉଦ୍ଦେଶ୍ୟରେ ଉଦ୍ଦେଶ୍ୟମୂଳକ ଅପମାନ) ଏବଂ ଭାରତୀୟ ଦଣ୍ଡ ସଂହିତା ର 500 (ମାନହାନୀ) ରହିଛି । ଯେଉଁ 7 ଜଣ ଶିବସେନା ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସେମାନଙ୍କ ମଧ୍ୟରେ ସାଂସଦ ବିନାୟକ ରାଉତ ଏବଂ ବିଧାନସଭା ସଦସ୍ୟ ଭାସ୍କର ଯାଧବୀ ଅଛନ୍ତି ।

ଏଥିସହିତ ଭାସ୍କର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମିମିକ୍ରି କରି ପରିହାସ କରିଥିଲେ । ନାରାୟଣ ରାଣେଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ମଧ୍ୟ ଦିଆଯାଇଥିଲା । ଠାକରେ ଗୋଷ୍ଠୀର ଯେଉଁ ମାନଙ୍କ ବିରୋଧରେ ସିନ୍ଦେ ଦଳ ଦ୍ୱାରା ମାମଲା ରୁଜୁ କରାଯାଇଛି ସେମାନେ ହେଉଛନ୍ତି ମଧୁକର ଦେଶମୁଖ (ଥାନେ ସମ୍ପର୍କ ମୁଖ୍ୟ ତଥା ପୂର୍ବତନ କର୍ପୋରେଟର), ଅନୀତା ବିର୍ଜେ, ରାଜନ ରାଜେ, ବିନାୟକ ରାଉତ (ସାଂସଦ ଏବଂ ଶିବସେନା ସଚିବ) ସୁଶମାତାଇ ଅନ୍ଧାରେ, ଭାସ୍କର ଯାଧବ(ବିଧାୟକ) ଏବଂ କାର୍ଯ୍ୟକ୍ରମର ଆୟୋଜକ ସଚିନ୍ ଚହ୍ୱାନ ।

ଲୋକଙ୍କ ଭାବନାକୁ ଉତ୍ତେଜିତ କରିବା ଅଭିଯୋଗରେ ପୋଲିସ ଏହି ଲୋକଙ୍କ ବିରୋଧରେ ଧାରା 153 ମଧ୍ୟ ଲଗାଇଛି । ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ଚିନ୍ତାମଣି ଶାସକ ଦଳର ଚାପରେ ତାଙ୍କ ଦଳର କର୍ମୀଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+