ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ କ୍ୟାପ୍ଟେନ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଦେଲେ ଇସ୍ତଫା ପତ୍ର
ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦ ଛାଡିଲେ କ୍ୟାପ୍ଟେନ ଅମରିନ୍ଦର ସିଂ । କଂଗ୍ରେସ ବିଧାୟକ ଦଳର ବୈଠକର କିଛି ସମୟ ପୂର୍ବରୁ ସେ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ।
ଚଣ୍ଡିଗଡ଼ : ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦ ଛାଡିଲେ କ୍ୟାପ୍ଟେନ ଅମରିନ୍ଦର ସିଂ । କଂଗ୍ରେସ ବିଧାୟକ ଦଳର ବୈଠକର କିଛି ସମୟ ପୂର୍ବରୁ ସେ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ।

ଅମରିନ୍ଦରଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ଦ୍ୱିତୀୟ ଥର ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା ଅମରିନ୍ଦର ଦ୍ୱିତୀୟ ପାଳିର 5 ବର୍ଷ ପୂରଣ ପୂର୍ବରୁ ଇସ୍ତଫା ଦେଇଛନ୍ତି ।
ଇସ୍ତଫା ଦେବା ପରେ ରାଜଭବନ ବାହେର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସେ ଅପମାନିତ ଅନୁଭବ କରିବା ପରେ ଇସ୍ତଫା ଦେଇଛନ୍ତି । ନିଜ ସମର୍ଥକମାନଙ୍କ ସହ ଆଲୋଚନା ପରେ ସେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବେ । ସେ କହିଛନ୍ତି ଯେ ତାଙ୍କୁ ଅଣଦେଖା କରାଯାଇ ଗତ 2 ମାସରେ 3 ଥର କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଛି । ଏହା ତାଙ୍କ ପାଇଁ ଅପମାନ ଓ ଅଣଦେଖା ।
I feel humiliated, says Amarinder Singh after resigning as Punjab CM
Read @ANI Story | https://t.co/1KAbeEz17Q#AmarinderSingh pic.twitter.com/WGv4851zli
— ANI Digital (@ani_digital) September 18, 2021
ଅମରିନ୍ଦର ଇସ୍ତଫା ଦେଇଥିବାରୁ ଏବେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଆଜି ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ବସିବ । ଏଥିପାଇଁ କଂଗ୍ରେସର ପଞ୍ଜାବ ଇନଚାର୍ଜ ହରିଶ ରାୱତ ମଧ୍ୟ ଦିଲ୍ଲୀରୁ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନୀଲ ଝଖର, ଲୁଧିଆନା ସାଂସଦ ରବନୀତ ସିଂହ ବିଟ୍ଟୁ ଓ ରାଜ୍ୟସଭା ସାଂସଦ ପ୍ରତାପ ସିଂହ ବାଜୱା ରହିଛନ୍ତି । ସିଦ୍ଧୁ ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରୁ ବାଦ ପଡ଼ିଛନ୍ତି ।












Click it and Unblock the Notifications