Get Updates
Get notified of breaking news, exclusive insights, and must-see stories!

ଟ୍ୱିଟର ବାୟୋରୁ କଂଗ୍ରେସକୁ ହଟାଇଲେ କ୍ୟାପ୍ଟେନ, ଲେଖିଲେ ଏପରି କିଛି...

କ୍ୟାପ୍ଟେନ ଅମରିନ୍ଦର ସିଂ ତାଙ୍କ ଟ୍ୱିଟର ବାୟୋରୁ କଂଗ୍ରେସ ଶବ୍ଦକୁ ହଟାଇ ଦେଇଛନ୍ତି । ଅମରିନ୍ଦର ସିଂହଙ୍କ ବର୍ତ୍ତମାନର ଟ୍ୱିଟର ବାୟୋରେ ଦର୍ଶାଯାଇଛି ଯେ ଅମରିନ୍ଦର ସିଂ ଜଣେ ସେନା ଭେଟେରାନ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜ୍ୟ ସେବା ଜାରି ରଖିବେ ।

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ଗୁରୁବାର (ସେପ୍ଟେମ୍ବର 30) କଂଗ୍ରେସ ଦଳ ଛାଡିବାକୁ ଘୋଷଣା କରିଛନ୍ତି । ଗୁରୁବାର ଦିନ କଂଗ୍ରେସ ଦଳ ଛାଡିବାକୁ ନିଷ୍ପତ୍ତି ଘୋଷଣା କରିବା ପରେ ଅମରିନ୍ଦର ସିଂ ତୁରନ୍ତ ତାଙ୍କ ଟ୍ୱିଟର ବାୟୋ ପରିବର୍ତ୍ତନ କରିଛନ୍ତି । କ୍ୟାପ୍ଟେନ ଅମରିନ୍ଦର ସିଂ ତାଙ୍କ ଟ୍ୱିଟର ବାୟୋରୁ କଂଗ୍ରେସ ଶବ୍ଦକୁ ହଟାଇ ଦେଇଛନ୍ତି । ଅମରିନ୍ଦର ସିଂହଙ୍କ ବର୍ତ୍ତମାନର ଟ୍ୱିଟର ବାୟୋରେ ଦର୍ଶାଯାଇଛି ଯେ ଅମରିନ୍ଦର ସିଂ ଜଣେ ସେନା ଭେଟେରାନ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜ୍ୟ ସେବା ଜାରି ରଖିବେ । ଏହା ପୂର୍ବରୁ ଏହି ବାୟୋରେ କଂଗ୍ରେସ ନେତା ପରିଚୟ ଦିଆଯାଇଥିଲା । ଅମରିନ୍ଦର ସିଂହ କଂଗ୍ରେସ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଆନୁଷ୍ଠାନିକ ଭାବେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିନାହାଁନ୍ତି । କିନ୍ତୁ ସେ ଆଉ କଂଗ୍ରେସରେ ରହିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

captain amarinder singh

କ୍ୟାପ୍ଟେନ ଅମରିନ୍ଦର ସିଂହ ପଞ୍ଜାବ ସିଏମ ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ମିଡିଆ ଚ୍ୟାନେଲ NDTV ସହ କଥା ହୋଇଥିଲେ । ଏହି ସମୟରେ କ୍ୟାପ୍ଟେନ ଅମରିନ୍ଦର ସିଂ କହିଛନ୍ତି ଯେ "ମୁଁ ଏପର୍ଯ୍ୟନ୍ତ କଂଗ୍ରେସରେ ଅଛି କିନ୍ତୁ ମୁଁ କଂଗ୍ରେସରେ ରହିବି ନାହିଁ । ମୁଁ ଏହି ପ୍ରକାର ଆଚରଣକୁ ସହ୍ୟ କରିପାରିବି ନାହିଁ । 50 ବର୍ଷ ପରେ ମୋର ବିଶ୍ୱସନୀୟତା ଉପରେ ସନ୍ଦେହ କରାଯାଉଛି । ଏହା ଅସହ୍ୟ ।" ଏହା ପରେ ଅମରିନ୍ଦର ସିଂହ କଂଗ୍ରେସକୁ ତାଙ୍କ ସୋଶଆଲ ମିଡିଆ ବାୟୋରୁ ହଟାଇ ଦେଇଛନ୍ତି ।

twitter

ଅମରିନ୍ଦର ସିଂହଙ୍କ ମିଡିଆ ପରାମର୍ଶଦାତା ରବୀନ ଠୁକରାଲ ମଧ୍ୟ ତାଙ୍କ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ନେତାଙ୍କ ସାକ୍ଷାତକାରର କ୍ଲିପିଂ ସେୟାର କରିଛନ୍ତି । କଂଗ୍ରେସ ଛାଡି ଏକ ନୂତନ ଦଳ ଗଠନ ପ୍ରସଙ୍ଗରେ କ୍ୟାପ୍ଟେନ ଅମରିନ୍ଦର ସିଂ କହିଛନ୍ତି ଯେ କଣ ହେବ ତାହା କେବଳ ସମୟ କହିବ । ମୁଁ ବର୍ତ୍ତମାନ ଏହା ବିଷୟରେ କିଛି କହି ପାରିବି ନାହିଁ ।

ଅମରିନ୍ଦର ସିଂହ କହିଛନ୍ତି, "ମୁଁ ଏପର୍ଯ୍ୟନ୍ତ କଂଗ୍ରେସରୁ ଇସ୍ତଫା ଦେଇ ନାହିଁ, କିନ୍ତୁ ମୁଁ ଇସ୍ତଫା ଦେବି । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବିଭିନ୍ନ ପ୍ରକାରର ଭଲ ଏବଂ ଖରାପ ବିଷୟରେ ଚିନ୍ତା କରିବା ଉଚିତ୍ । କିନ୍ତୁ ମୁଁ ଆପଣଙ୍କୁ କହିପାରେ ଯେ ମୁଁ କଂଗ୍ରେସ ସହିତ ରହିବି ନାହିଁ ଏବଂ ମୁଁ ମଧ୍ୟ ବିଜେପିରେ ଯୋଗଦେବି ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+