ବିହାର ରାଜନୀତିରେ ସଫଳ ହୋଇପାରିବେ କି ପ୍ରଶାନ୍ତ, କ'ଣ ରହିବ ଆହ୍ୱାନ
ସାଧାରଣ ଭାବେ ଦେଖିବାକୁ ଗଲେ ବିହାର ରାଜନୀତିରେ କୌଣସି ଦଳକୁ କ୍ଷମତା ହାସଲ କରିବା ଏତେଟା ସହଜ ନୁହେଁ । ଏଭଳି ପରିସ୍ଥିତିରେ ବିହାର ରାଜନୀତିରେ ପାଦ ରଖି ସଫଳ ହେବା ପ୍ରଶାନ୍ତ କିଶୋରଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ହୋଇପାରେ ।
ନୂଆଦିଲ୍ଲୀ : ରାଜନୈତିକ ରଣନୀତିଜ୍ଞ ଭାବେ ଦେଶରେ ସୁପରିଚିତ ହୋଇଥିବା ପ୍ରଶାନ୍ତ କିଶୋର ବର୍ତ୍ତମାନ ବିହାର ରାଜନୀତିରେ ପାଦ ରଖିବା ନେଇ ଘୋଷଣା କରିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ନିଜର ବିଚକ୍ଷଣ ରଣନୀତି ସାହାଯ୍ୟରେ କେତେକ ରାଜ୍ୟରେ ସରକାର ଗଠନ କରାଇବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ରଣନୀତିଜ୍ଞ ଭାବେ ପରିଚିତ ପ୍ରଶାନ୍ତ ବିହାର ରାଜନୀତିରେ କେତେ ଦୂର ସଫଳ ହୋଇପାରିବେ ସେ ନେଇ ବର୍ତ୍ତମାନ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଲାଗି ରହିଛି ।

ବିହାର ରାଜନୀତିରେ ସହଜ ନୁହେଁ କ୍ଷମତା ହାସଲ !
ସାଧାରଣ ଭାବେ ଦେଖିବାକୁ ଗଲେ ବିହାର ରାଜନୀତିରେ କୌଣସି ଦଳକୁ କ୍ଷମତା ହାସଲ କରିବା ଏତେଟା ସହଜ ନୁହେଁ । ଏଭଳି ପରିସ୍ଥିତିରେ ବିହାର ରାଜନୀତିରେ ପାଦ ରଖି ସଫଳ ହେବା ପ୍ରଶାନ୍ତ କିଶୋରଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ହୋଇପାରେ । ଏକ ନୂଆ ଦଳ ଦଠନ କରି ପୂର୍ବରୁ ରାଜ୍ୟରେ ଥିବା କେତେକ ଆଞ୍ଚଳିକ ଦଳମାନଙ୍କୁ ସାମ୍ନା କରିବା ମଧ୍ୟ ପ୍ରଶାନ୍ତଙ୍କ ପାଇଁ କଷ୍ଟକର ହୋଇପାରେ । ଯଦିଓ ପ୍ରଶାନ୍ତ କିଶୋର ଏ ପର୍ଯ୍ୟନ୍ତ ନିଜର ଦଳ ଗଠନ କରିବା ନେଇ କୌଣସି ସ୍ପଷ୍ଟ କରି ନାହାଁନ୍ତି ତଥାପି ଏ ନେଇ ସାମାନ୍ୟ ସୂଚନା ଦେଇ ସାରିଛନ୍ତି । କିନ୍ତୁ ଏହା ଦେଖିବା ବାକି ରହିଛି ଯେ ପ୍ରଶାନ୍ତ ନିଜେ ଦଳ ଗଠନ କରି ବିହାର ରାଜନୀତିରେ ପତିଆରା ଜମାଇବେ କିମ୍ବା ଅନ୍ୟ କୌଣସି ଆଞ୍ଚଳିକ ତଥା ବଡ଼ ଦଳ ସହ ମିଳିତ ମଞ୍ଚରେ ରହି କାମ କରିବେ ।
ବିହାର ରାଜନୀତିରେ ସବୁବେଳେ ଦେଖିବାକୁ ମିଳୁଥିବା ଜାତି ଭିତ୍ତିକ ରାଜନୀତି ମଧ୍ୟରେ ପ୍ରଶାନ୍ତ କେତେଟା ସଫଳ ହୋଇପାରିବେ ସେ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଏପରିକି ବିହାରରେ ପ୍ରଶାନ୍ତଙ୍କ ନିଜର କୌଣସି ଜନାଧାର ନ ଥିବାରୁ ଜାତି ଭିତ୍ତିକ ରାଜନୀତି ମଧ୍ୟରେ ସଫଳତା ପାଇବା କଷ୍ଟକର ହୋଇପାରେ ବୋଲି ମଧ୍ୟ କୁହାଯାଉଛି । ଏହା ବ୍ୟତୀତ ପ୍ରଶାନ୍ତ କିଶୋର ଯେଉଁ ସମାଜ ତଥା ଜାତିରୁ ଆସନ୍ତି ସେ ସମୂହର ବିହାର ରାଜନୀତି ଭୋଟ ବ୍ୟାଙ୍କରେ ଏତେଟା ପ୍ରଭାବ ମଧ୍ୟ ନାହିଁ ।
ପାରିବାରିକ ରାଜନୀତିର ରହିଛନ୍ତି ଅନେକ ଦାବିଦାର
ବିହାର ରାଜନୀତିରେ ପ୍ରଶାନ୍ତଙ୍କ ପାଇଁ ଆଉ ଏକ ଆହ୍ୱାନ ହୋଇପାରେ ପାରିବାରିକ ଉତ୍ତରାଧୀକାରୀ ଦାବିଦାର । ବିହାରରେ ସାଧାରଣତଃ କେତେକ ପରିବାର ହିଁ ରାଜ୍ୟ ରାଜନୀତିରେ ନିଜର ପତିଆରା ବିସ୍ତାର କରିଛନ୍ତି । ସେମାନଙ୍କୁ ପାର୍ କରି ବିହାରରେ କ୍ଷମତା ହାସଲ କରିବା ଏତେଟା ସହଜ ନୁହଁ । ଏଠାରେ ଉତ୍ତରାଧିକାରୀ ରାଜନୀତିର ଅନେକ ଦାବିଦାର ଅଛନ୍ତି ଯେଉଁମାନେ ପି.କେ ଙ୍କୁ ବିହାର ରାଜନୀତିରେ ସହଜରେ ପାଦ ରଖିବାକୁ ଦେବେ ନାହିଁ । ବିହାରରେ ପ୍ରଶାନ୍ତ କିଶୋରଙ୍କୁ ଯାଦବ ପରିବାର, ପାସୱାନ ପରିବାର, ମୁକେଶ ସାହନି ଏବଂ ନୀତୀଶ କୁମାରଙ୍କ ପରି ଭେଟେରାନ ନେତାଙ୍କ ସାମ୍ନା କରିବାକୁ ପଡିବ । ଏଥି ସହିତ, ଜେଡିୟୁ, ଆରଜେଡି, ବିଜେପି ଏବଂ କଂଗ୍ରେସ ବ୍ୟତୀତ ବିହାରରେ ଅନେକ ଆଞ୍ଚଳିକ ଦଳ ଅଛନ୍ତି, ଯାହା ବିଭିନ୍ନ ଅଞ୍ଚଳର ଭୋଟ୍ ବ୍ୟାଙ୍କ ଉପରେ ନିୟନ୍ତ୍ରଣ ରଖିଛି । ଏଭଳି ପରିସ୍ଥିତିରେ ଦେଖିବାକୁ ହେବ ପି.କେଙ୍କ ନିକଟରେ ଏପରି କଣ ରହିବ ଯାହା ଏ ସମସ୍ତ ଦଳକୁ ପଛରେ ପକାଇ ପାରିବ ।
ଭୋଟରଙ୍କୁ କରିପାରିବେ କି ପ୍ରଭାବିତ ?
ରାଜନୈତିକ ବିଶେଷଜ୍ଞଙ୍କ କହିବାନୁସାରେ, ଗତ ବର୍ଷ ପ୍ରଶାନ୍ତ କିଶୋର ବିହାରରେ ରାଜନୀତି ବିଷୟରେ କହିଥିଲେ କିନ୍ତୁ ସେ କ୍ଷେତ୍ରକୁ ପ୍ରବେଶ କରିନଥିଲେ । ଏଥର ବିହାର ରାଜନୀତିରେ ସେ ସକ୍ରିୟ ଭାବେ ସାମିଲ ହୋଇଛନ୍ତି ବୋଲି ଜନସାଧାରଣଙ୍କୁ ବିଶ୍ୱାସ କରିବା ଅତ୍ୟନ୍ତ କଷ୍ଟକର ହୋଇପାରେ । ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ ଜନସାଧାରଣ ତାଙ୍କୁ ନିର୍ବାଚନ ରଣନୀତିଜ୍ଞ ଭାବରେ ଜାଣିଛନ୍ତି । ବର୍ତ୍ତମାନ ଯେତେବେଳେ ସେ ରାଜନୀତିରେ ସକ୍ରିୟ ହେବା କଥା କହୁଛନ୍ତି, ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନ ଉଠିବା ସ୍ୱାଭାବିକ ପି.କେ ବିହାରରେ କୌଣସି ଗୋପନ ଏଜେଣ୍ଡା ସହ ପ୍ରବେଶ କରୁନାହାଁନ୍ତ ତ । ତେଣୁ ରାଜନୀତିରେ ପାଦ ଦେବା ପରିବର୍ତ୍ତେ ପ୍ରଶାନ୍ତ କିଶୋର ଯଦି ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥାନ୍ତେ ତେବେ ଅଧିକ ସଫଳତା ପାଇଥାନ୍ତେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....












Click it and Unblock the Notifications