ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନ, 27ରେ ହେବ ମତଦାନ
ପଶ୍ଚିମବଙ୍ଗ ଏବଂ ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ 27 ମାର୍ଚ୍ଚ 2021 ରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ଆଜି (25 ମାର୍ଚ୍ଚ) ବଙ୍ଗଳା ଏବଂ ଆସାମରେ ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାରର ଶେଷ ଦିନ ।
କୋଲକାତା : ପଶ୍ଚିମବଙ୍ଗ ଏବଂ ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ 27 ମାର୍ଚ୍ଚ 2021 ରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ଆଜି (25 ମାର୍ଚ୍ଚ) ବଙ୍ଗଳା ଏବଂ ଆସାମରେ ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାରର ଶେଷ ଦିନ । ଆଜି ଗୁରୁବାର ଅପରାହ୍ନ 5 ଟାରୁ ନିର୍ବାଚନ ପ୍ରଚାର ଶେଷ ହେବ । ନିର୍ବାଚନ ପ୍ରଚାର ବନ୍ଦ ହେବା ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି), ତଣମୂଳ କଂଗ୍ରେସ (ଟିଏମସି) ଏବଂ କଂଗ୍ରେସର ଜୋରଦାର ରାଲି ହେବାରେ ଅଛି । ଆସାମରେ ନିଜର ଆଭିମୁଖ୍ୟ ବଜାୟ ରଖିବା ଏବଂ ପଶ୍ଚିମବଙ୍ଗରେ ଟିଏମସି ଠାରୁ କ୍ଷମତା ଛଡ଼ାଇବା ପାଇଁ ବିଜେପି ଆଜି ଉଭୟ ରାଜ୍ୟରେ ଅଧିକ ପ୍ରଚାର କରିବାକୁ ଯାଉଛି । ମାର୍ଚ୍ଚ 27 ରେ ପଶ୍ଚିମବଙ୍ଗର 5 ଟି ଜିଲ୍ଲାରେ 30 ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହି 30 ଟି ସିଟ୍ ମଧ୍ୟରୁ 4 ଟି ସିଟ୍ ଦଳିତ ପାଇଁ ସଂରକ୍ଷଣ ହୋଇଥିବା ବେଳେ 7 ଟି ଆଦିବାସୀ ଆସନ ରହିଛି । ସେହିପରି ମାର୍ଚ୍ଚ 27 ରେ ଆସାମର 12 ଟି ଜିଲ୍ଲାରୁ 47 ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । 47 ଟି ଆସନ ମଧ୍ୟରୁ 5 ଟି ଆଦିବାସୀ ଆସନ ରହିଛି ।

ଆଜି ପଶ୍ଚିମବଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଭେଟେରାନ ନେତା ଅମିତ ଶାହାଙ୍କର କେବଳ ଚାରିଟି ରାଲି ରହିଛି । ନିକଟରେ ବିଜେପିରେ ଯୋଗ ଦେଇଥିବା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ଗୁରୁବାର ଦିନ ବଙ୍ଗଳାରେ ଚାରିଟି ରାଲି କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆଜି ବଙ୍ଗଳାରେ ତିନୋଟି ରାଲି କରିବାକୁ ଯାଉଛନ୍ତି ।
ଗୃହମନ୍ତ୍ରୀ ଅମିତ ଶାହାଙ୍କ ରାଲି
- ପୂର୍ବାହ୍ନ 11.30 ରେ ପୁରୁଲିଆରେ ପ୍ରଥମ ରାଲି କରିବେ ।
- ଦ୍ୱିପ୍ରହର 1.10 ରେ ଝାରଗ୍ରାମରେ ରାଲି କରିବେ ।
- ଏହା ପରେ 2.45 ରେ ତୁମୁଲୁକ ଜିଲ୍ଲାର ଶାନ୍ତିପୁରର ମେଚେଡା ଠାରେ ରାଲି କରିବେ ।
- ଅପରାହ୍ନ 4.45 ରେ ବିଷ୍ଣୁପୁରର ତୁର୍କୀ ମଠଠାରେ ଏକ ରାଲିକୁ ସମ୍ବୋଧିତ କରିବେ ।
- ଶେଷରେ ସନ୍ଧ୍ୟା 6.30 ରେ ବିଷ୍ଣୁପୁରରେ ଏକ ସାଂଗଠନିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।
ଯୋଗୀ ଆଦିତ୍ୟନାଥଙ୍କ ରାଲିର କାର୍ଯ୍ୟସୂଚୀ-
- ସକାଳ 11.10 ରେ, ଦକ୍ଷିଣ 24 ପରଗାନା ଜିଲ୍ଲାର ସାଗର ବିଧାନସଭାରେ ରାଲି କରିବ ।
- ଏହାପରେ 1.40 ରେ ପଶ୍ଚିମ ମେଦୀନପୁର ଜିଲ୍ଲାର ଚନ୍ଦ୍ରକୋନା ସଭାରେ ରାଲିକୁ ସମ୍ବୋଧିତ କରିବେ ।
- ଅପରାହ୍ନ 3.20 ରେ ନନ୍ଦିଗ୍ରାମ ବଜାରରେ ରାଲି କରିବାର କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ 294 ବିଧାନସଭା ଆସନ ପାଇଁ ଆଠ ରାଉଣ୍ଡରେ ନିର୍ବାଚନ ଅନୁଷ୍ଠିତ ହେବ । ଯାହା 27 ମାର୍ଚ୍ଚରୁ 29 ଏପ୍ରିଲ ମଧ୍ୟରେ ହେବ । ନିର୍ବାଚନ ଫଳାଫଳ ମେ 2 ତାରିଖରେ ଘୋଷଣା ହେବ । ମାର୍ଚ୍ଚ 27 ରେ ପଶ୍ଚିମବଙ୍ଗର ପାଞ୍ଚଟି ଜିଲ୍ଲାରେ 30 ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ପାଞ୍ଚଟି ଜିଲ୍ଲା ପୁରଲିଆ, ଝାରଗ୍ରାମ, ବାଙ୍କୁରା, ପୂର୍ବ ମିଦନାପୁର ପାର୍ଟ -1 ଏବଂ ପଶ୍ଚିମ ମିଦନାପୁର ପାର୍ଟ -1 ମତଦାନ ହେବ । ସକାଳ 8 ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା 6 ଟାରେ ଶେଷ ହେବା ନେଇ ପ୍ରସ୍ତୁତି କରାଯାଇଛି । ପଶ୍ଚିମବଙ୍ଗର ମୋଟ 294 ଟି ବିଧାନସଭା ଆସନ ମଧ୍ୟରୁ 68 ଟି ଅନୁସୂଚିତ ଜାତି ଏବଂ 16 ଟି ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି ।












Click it and Unblock the Notifications