ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ LIVE : ଶପଥ ନେଲେ 21 ମନ୍ତ୍ରୀ
ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ଇସ୍ତଫା ଦେଇଛନ୍ତି ସମସ୍ତ ମନ୍ତ୍ରୀ । ଆଜି ପୂର୍ବାହ୍ନ 11.45 ମିନିଟରେ ନୂତନ ମନ୍ତ୍ରୀ ଶପଥ ନେବେ ।

ଭୁବନେଶ୍ୱର : ଓଡ଼ିଶା ମନ୍ତ୍ରିମଣ୍ଡଳରେ ହୋଇଛି ବଡ଼ ପରିବର୍ତ୍ତନ । ଆଜି ପୂର୍ବାହ୍ନ 11.45 ରେ ନବୀନ ସରକାରରେ ଶପଥ ନେଇଛନ୍ତି 21 ମନ୍ତ୍ରୀ । ଏଥି ମଧ୍ୟରୁ 13 ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବାବେଳେ 8 ଜଣ ରହିଛନ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ।
ଏନେଇ ଆମେ ଦେବୁ ଆପଣଙ୍କୁ ଟିକିନିଖି ଖବର । ନୂତନ ମନ୍ତ୍ରିମଣ୍ଡଳ ସମ୍ପର୍କରେ ସମସ୍ତ ଖବର ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ...
ମନ୍ତିମଣ୍ଡଳରେ 25 ପ୍ରତିଶତ ମହିଳା । ପ୍ରମିଳା ମଲ୍କିକଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଉଷା ଦେବୀଙ୍କୁ ନଗର ଉନ୍ନୟନ ବିଭାଗ ମିଳିଛି । ଏହା ସହିତ ଟୁକୁନି ସାହୁଙ୍କୁ ମିଳିଛି ଜଳ ସମ୍ପଦ ଓ ବାଣିଜ୍ୟ ପରିବହନ ବିଭାଗ । ରୀତା ସାହୁ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ହୋଇଥିବା ବେଳେ ବାସନ୍ତୀ ହେମ୍ବ୍ରମ୍ ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି ବିଭାଗର ଦାୟିତ୍ୱ ତୁଲାଇବେ ।
READ MORE

























Click it and Unblock the Notifications