Get Updates
Get notified of breaking news, exclusive insights, and must-see stories!

Cabinet Reshuffle : ଆନ୍ଧ୍ରରେ ଭାଙ୍ଗିଲା କ୍ୟାବିନେଟ୍, ଜଗନ୍ ମୋହନ ରେଡ୍ଡୀଙ୍କୁ ଇସ୍ତଫା ପତ୍ର ଦେଲେ ସମସ୍ତ ମନ୍ତ୍ରୀ

ଆନ୍ଧ୍ରରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଗୁରୁବାର ଦିନ ସମସ୍ତ ମନ୍ତ୍ରୀ ବୈଠକ କରିବା ପରେ ସଚିବାଳୟରେ ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀଙ୍କୁ ଇସ୍ତଫା ପତ୍ର ଦାଖଲ କରିଛନ୍ତି ।

ହାଇଦ୍ରାବାଦ : ଆନ୍ଧ୍ରରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଗୁରୁବାର ଦିନ ସମସ୍ତ ମନ୍ତ୍ରୀ ବୈଠକ କରିବା ପରେ ସଚିବାଳୟରେ ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀଙ୍କୁ ଇସ୍ତଫା ପତ୍ର ଦାଖଲ କରିଛନ୍ତି । ଏହାପରେ ଏଠାରେ କ୍ୟାବିନେଟ୍ ଭଙ୍ଗ ହୋଇଛି ।

YS Jagan Mohan Reddy

ଆପଣଙ୍କୁ କହି ରଖୁଛୁ ସରକାର ଗଠନ ପରେ, ଜଗନ୍ ମୋହନ୍ ସରକାରଙ୍କ ଏପର୍ଯ୍ୟନ୍ତ ଏହା ହେଉଛି ସବୁଠାରୁ ବଡ ପରିବର୍ତ୍ତନ । ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ନୂଆ କ୍ୟାବିନେଟ୍ ଗଠନ କରିବେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ନାମଗୁଡ଼ିକର ତାଲିକା ଆଜି ରାଜ୍ୟପାଳଙ୍କ ନିକଟକୁ ପଠାଯିବ । ସୂଚନାଯୋଗ୍ୟ, ବର୍ତ୍ତମାନର କ୍ୟାବିନେଟରେ ଥିବା ସମସ୍ତ ମନ୍ତ୍ରୀ 8 ଜୁନ୍ 2019 ରେ ଶପଥ ଗ୍ରହଣ କରିଥିଲେ ।

ଏହା ବ୍ୟତୀତ ଅପ୍ରେଲ 4 ରେ ରାଜ୍ୟରେ 13 ଟି ନୂତନ ଜିଲ୍ଲା ଗଠନ କରାଯାଇଛି । ଏହା ପରେ ଆନ୍ଧ୍ରପ୍ରଦେଶର ଜିଲ୍ଲା ସଂଖ୍ୟା 26 କୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ ଯେ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବା ପରେ YSR କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡୀ 2019 ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କ୍ଷମତା ଗ୍ରହଣ କରିଥିଲେ । ସେ ପିଲାଦିନରୁ ରାଜନୈତିକ ବାତାବରଣ ପାଇଥିଲେ, କିନ୍ତୁ ତାଙ୍କ ପିତା ତଥା ପୂର୍ବତନ ସିଏମ୍ ରାଜଶେଖର ରେଡ୍ଡୀଙ୍କ ମୃତ୍ୟୁ ପରେ ତାଙ୍କୁ କ୍ଷମତା ଦଖଲ କରିବାକୁ ପୁରା ଦଶ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା ।

ବିଧାନସଭା ନିର୍ବାଚନରେ ରେଡ୍ଡୀଙ୍କ ଦଳ ପୂର୍ବତନ ସିଏମ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟିକୁ ପରାସ୍ତ କରିଥିଲା । ତାଙ୍କ ଦଳ, YSR କଂଗ୍ରେସ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ 175 ଟି ଆସନ ମଧ୍ୟରୁ 151 ଟି ଜିତିଛି । ଏହା ସହ ଦଳ 25 ଟି ଲୋକସଭା ଆସନ ମଧ୍ୟରୁ 22 ଟି ଜିତିଛି । ଉଲ୍ଲେଖନୀୟ କଥା ହେଉଛି, ଆନ୍ଧ୍ରପ୍ରଦେଶର ବିଭାଜନ ପରେ ରେଡ୍ଡୀ ହେଉଛନ୍ତି ରାଜ୍ୟର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+