ମୋଦୀ କ୍ୟାବିନେଟ ବିସ୍ତାର : ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବାତିଲ
ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ସମ୍ପ୍ରସାରଣକୁ ନେଇ ଆଲୋଚନା ପୁଣି ଜୋରଦାର ହୋଇଛି । ଏନେଇ ଆଜି ଅପରାହ୍ନରେ ବରିଷ୍ଠ ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ବୈଠକକୁ ବାତିଲ କରାଯାଇଛି ।
ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ସମ୍ପ୍ରସାରଣକୁ ନେଇ ଆଲୋଚନା ପୁଣି ଜୋରଦାର ହୋଇଛି । ଏନେଇ ଆଜି ଅପରାହ୍ନରେ ବରିଷ୍ଠ ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ବୈଠକକୁ ବାତିଲ କରାଯାଇଛି ।
ଆଜିର ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ତାଙ୍କ କ୍ୟାବିନେଟର ବରିଷ୍ଠ ମନ୍ତ୍ରୀ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାର ଥିଲା । ଅପରାହ୍ନ 5 ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଏବଂ ଭବିଷ୍ୟତର ରଣନୀତି ଉପରେ ଆଲୋଚନା ହୋଇଥାନ୍ତା ବୋଲି କୁହାଯାଉଥିଲା । ହେଲେ ହଠାତ ଏହାକୁ କାହିଁକି ବାତିଲ କରାଗଲା, ସେକଥା ଜଣାପଡ଼ିନି ।

ସୂଚନା ଅନୁସାରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ପୀୟୂଷ ଗୋଏଲ ଓ ନରେନ୍ଦ୍ର ସିଂହ ତୋମାରଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା ।
ସୂଚନାନୁସାରେ, ପିଏମ ମୋଦୀଙ୍କ କ୍ୟାବିନେଟରେ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଏହି ସପ୍ତାହରେ ସବୁଜ ସଙ୍କେତ ପାଇପାରେ । ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ଜୁନ୍ 20 ରେ ପ୍ରଧାନମନ୍ତ୍ରୀ ମୋଦୀ ବରିଷ୍ଠ ମନ୍ତ୍ରୀମାନଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ ଯେଉଁଥିରେ ଗତ ଦୁଇ ବର୍ଷ ଧରି ସରକାରଙ୍କ କାର୍ଯ୍ୟର ସମୀକ୍ଷା କରାଯାଇଥିଲା ।
ଏହି ବୈଠକରେ କାହାକୁ କେଉଁ ପଦ ମିଳିବ, କେଉଁ ରାଜ୍ୟରୁ କାହାକୁ ମନ୍ତ୍ରୀ କରାଯିବ ସେ ନେଇ ହେବ ବିସ୍ତୃତ ଆଲୋଚନା ହୋଇଥାନ୍ତା । ପୂର୍ବରୁ ପ୍ରଧାନମନ୍ତ୍ରୀ ଅନେକ ମନ୍ତ୍ରୀଙ୍କ ବିଭିନ୍ନ ବିଭାଗର ସମୀକ୍ଷା କରିସାରିଛନ୍ତି । ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା ସରିଛି । ମନ୍ତ୍ରିମଣ୍ଡଳର ବିସ୍ତାର ନେଇ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୂଚନା ମୁତାବକ ମନ୍ତ୍ରୀ 17 ରୁ 22 ଜଣ ସାଂସଦ ଭାବେ ଶପଥ ନେଇପାରନ୍ତି । ସହଯୋଗୀ ଦଳକୁ ମଧ୍ୟ ବିଜେପି ସୁଯୋଗ ଦେଇପାରେ ।
ସୂଚନାଯୋଗ୍ୟ, ଏବେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ 53 ଜଣ ମନ୍ତ୍ରୀ ଅଛନ୍ତି । ମନ୍ତ୍ରିମଣ୍ଡଳରେ 28ଟି ପଦ ଖାଲି ରହିଛି । କ୍ୟାବିନଟେରେ 81 ଜଣ ମନ୍ତ୍ରୀ ହୋଇପାରିବେ । ଅନେକ ମନ୍ତ୍ରୀଙ୍କ ପାଖରେ ଏକରୁ ଅଧିକ ମନ୍ତ୍ରାଳୟ ରହିଛି । ଏଣୁ 2024 ନିର୍ବାଚନ ପୂର୍ବରୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ ହେବ ।
ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ ବିହାରରେ 2 ରୁ 3 ଜଣକୁ ଓ ଉତ୍ତର ପ୍ରଦେଶରୁ ତିନି ଜଣକୁ ମନ୍ତ୍ରୀ ପଦ ମିଳିପାରେ । ସେହିଭଳି ମଧ୍ୟ ପ୍ରଦେଶରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଉତ୍ତରାଖଣ୍ଡରୁ ତୀରଥ ସିଂ ରାୱତଙ୍କୁ ମିଳିପାରେ ମନ୍ତ୍ରୀ ପଦ। ବିହାରରୁ ସୁଶିଲ ମୋଦି ଓ LJPରୁ ପଶୁପତି ପାରସ ହୋଇପାରନ୍ତି ମନ୍ତ୍ରୀ । ବରୁଣ ଗାନ୍ଧି, ପ୍ରବୀଣ ନିଷାଦଙ୍କୁ ବି ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିପାରେ। ଅନ୍ୟପଟେ ଓଡ଼ିଶାରୁ ଜଣକୁ ମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି ।
ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ଗୋଆରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟ୍ ବିସ୍ତାରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ।
-
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ












Click it and Unblock the Notifications