ସିଦ୍ଧୁ ନା ଚନ୍ନୀ ? କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ଜନସାଧାରଣଙ୍କ ପ୍ରଥମ ପସନ୍ଦ କିଏ, ସର୍ଭେ ରିପୋର୍ଟ
ଗୋଟିଏ ପଟେ କଂଗ୍ରେସ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବଦଳାଇ ରାଜ୍ୟରେ ଏକ ବଡ଼ ବାଜି ଖେଳିଛି । ଅନ୍ୟପକ୍ଷରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କୁ ପୃଥକ ଭାବେ ଦେଖିବାକୁ ମିଳୁଛି ।
ଚଣ୍ଡିଗଡ଼ : ପଞ୍ଜାବରେ ବିଧାନସଭା ନିର୍ବାଚନ ରାଜନୈତିକ ଲୋକଙ୍କ ସହ ସାଧାରଣ ଜନତାଙ୍କ ପାଇଁ ମଧ୍ୟ ଆକର୍ଷଣୀୟ ହେବାକୁ ଯାଉଛି । ସମସ୍ତ ରାଜନୈତିକ ଦଳ ନିଜର ପରିଆରା ଜାହିର କରିବାକୁ ଶକ୍ତି ପ୍ରଦର୍ଶନ କରିବାକୁ ବଳ କଷୁଛନ୍ତି । ଗୋଟିଏ ପଟେ କଂଗ୍ରେସ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବଦଳାଇ ରାଜ୍ୟରେ ଏକ ବଡ଼ ବାଜି ଖେଳିଛି । ଅନ୍ୟପକ୍ଷରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କୁ ପୃଥକ ଭାବେ ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ଜନସାଧାରଣ ତଥା ରାଜନୈତିକ ବିଚାରକଙ୍କ ପାଇଁ ଏହା ଏକ ବଡ ପ୍ରଶ୍ନ ଯେ ପଞ୍ଜାବରେ ହେବାକୁ ଥିବା ନିର୍ବାଚନରେ କଂଗ୍ରେସ କାହାକୁ ଚେହେରା ଭାବେ ଦର୍ଶାଇ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ଉଚିତ୍ ।

42 ପ୍ରତିଶତ ଲୋକଙ୍କ ପସନ୍ଦ ଚନ୍ନୀ
ଏହା ଜାଣିବା ପାଇଁ ଏବିପି ନ୍ୟୁଜ୍ ଚ୍ୟାନେଲ ସି ଭୋଟର ସହ ମିଶି ଏକ ସର୍ଭେ କରି ପଞ୍ଜାବର ଲୋକଙ୍କୁ ପଚାରିଛି ଯେ ରାଜ୍ୟରେ କଂଗ୍ରେସ କାହାକୁ ମୁକ୍ୟମନ୍ତ୍ରୀ ଚେହେରା କରି ଲଢିବା ଉଚିତ୍ । ଏହି ପ୍ରଶ୍ନ ଉପରେ 42 ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀଙ୍କ ଚେହେରାକୁ ନେଇ ନିର୍ବାଚନ ଲଢିବା ଉଚିତ୍ ।
ସିଦ୍ଧୁଙ୍କ ପକ୍ଷରେ 23 ପ୍ରତିଶତ ଲୋକ
ଏହା ବ୍ୟତୀତ 23 ପ୍ରତିଶତ ଲୋକ ନବଜୋତ ସିଂହ ସିଦ୍ଧୁଙ୍କ ନାମରେ ସହମତ ହୋଇଥିଲେ । ଏଥି ସହିତ 23 ପ୍ରତିଶତ ଲୋକ କହିଛନ୍ତି ଯେ କଂଗ୍ରେସ ଏହି ଦୁଇ ଚେହେରାରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ ନୁହେଁ । ଯେତେବେଳେ କି 12 ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ଜାଣନ୍ତି ନାହିଁ ।
ଆମେ ଆପଣଙ୍କୁ କହି ରଖୁଛୁ ଯେ ଏଥର ପଞ୍ଜାବରେ ହୋଇଥିବା ଅନେକ ମତଦାନରେ ଆମ୍ ଆଦମୀ ଏକକ ବଡ଼ ଦଳ ଭାବରେ ଉଭା ହୋଇଥିବା ଦେଖାଯାଉଛି । କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଥିବାବେଳେ ତେବେ କଂଗ୍ରେସରୁ ଇସ୍ତଫା ଦେବା ପରେ କ୍ୟାପଟେନ ଅମରିନ୍ଦର ବିଜେପି ସହ ମେଣ୍ଟ କରି ନିର୍ବାଚନକୁ ଅଧିକ କଷ୍ଟସାଧ୍ୟ କରିଛନ୍ତି ।












Click it and Unblock the Notifications