'ସଂସଦରେ ଆଦାନୀଙ୍କ ପ୍ରସଙ୍ଗ ଉଠାଇଲେ, ମାଇକ୍ ବନ୍ଦ ହୋଇଯାଉଛି', ମଲ୍ଲିକାର୍ଜୁନଙ୍କ ଅଭିଯୋଗ

ମଲ୍ଲିକାର୍ଜୁନ କହିଛନ୍ତି ଯେ ଯେତେବେଳେ ଆମେ ଗୃହରେ ଆଦାନୀଙ୍କ ସେୟାର ପ୍ରସଙ୍ଗ ଉଠାଇବୁ, ସେତେବେଳେ ଆମର ମାଇକ୍ ବନ୍ଦ ହୋଇଯାଏ ଏବଂ ଗୃହରେ ଉତ୍ତେଜନା ଆରମ୍ଭ ହୁଏ ।

mallikarjun kharge

ନୂଆଦିଲ୍ଲୀ : ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ସଂସଦରେ ହଟ୍ଟଗୋଳ ଲାଗି ରହିଛି । ଗୋଟିଏ ପଟେ ଶାସକ ଦଳ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ କ୍ଷମା ଦାବି କରୁଛନ୍ତି । ଅନ୍ୟ ପକ୍ଷରେ ବିରୋଧୀ ଆଦାନୀ ପ୍ରସଙ୍ଗକୁ ନେଇ ଗୃହରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବ୍ରିଟେନ ଗସ୍ତ ସମୟରେ କହିଥିଲେ ଯେ ମୋଦୀ ସରକାରଙ୍କ ଗଣତନ୍ତ୍ର ବିପଦରେ । ଏହା ପରେ ସଞ୍ଜୟ ରାଉତଙ୍କ ସମେତ ଅନ୍ୟ ଅନେକ ବିରୋଧୀଦଳ ରାହୁଲ ଗାନ୍ଧୀ ବିଦେଶ ଯିବା ସମୟରେ ଦେଇଥିବା ବିବୃତ୍ତିକୁ ସମର୍ଥନ କରିଥିଲେ । ଏଥି ସହିତ କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ ସୋମବାର ଦିନ କହିଛନ୍ତି ଯେ ମୋଦୀ ଜି'ଙ୍କ ଶାସନରେ ଆଇନ ଏବଂ ଗଣତନ୍ତ୍ରର କୌଣସି ନିୟମ ନାହିଁ । ସେ ଏକଛତ୍ରବାଦୀ ଶାସନ ପରି ଦେଶ ଚଳାଉଛନ୍ତି ଏବଂ ତା'ପରେ ସେ ଗଣତନ୍ତ୍ର ବିଷୟରେ କଥାବାର୍ତ୍ତା କରୁଛନ୍ତି ।

ସଂସଦରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ କହିଛନ୍ତି ଯେ ଯେତେବେଳେ ଆମେ ଗୃହରେ ଆଦାନୀଙ୍କ ସେୟାର ପ୍ରସଙ୍ଗ ଉଠାଇବୁ, ସେତେବେଳେ ଆମର ମାଇକ୍ ବନ୍ଦ ହୋଇଯାଏ ଏବଂ ଗୃହରେ ଉତ୍ତେଜନା ଆରମ୍ଭ ହୁଏ । ଖାଡ଼ଗେ କହିଛନ୍ତି ଯେ ଆଦାନୀ ସେୟାର ମାମଲାର ତଦନ୍ତ ପାଇଁ ଆମେ ଜେପିସି ଗଠନ କରିବାକୁ ଦାବି କରୁଛୁ ।

ଖାଡ଼ଗେ ଆହୁରି କହିଛନ୍ତି ଯେ ଯେଉଁମାନେ ଗଣତନ୍ତ୍ରକୁ ଭାଙ୍ଗି ଏହାକୁ ନଷ୍ଟ କରୁଛନ୍ତି ସେମାନେ ଏହାକୁ ବଞ୍ଚାଇବା ବିଷୟରେ କହୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏକଛତ୍ରବାଦୀ ଶାସନ ପରି ସରକାର ଚଳାଉଛନ୍ତି ଏବଂ ଗଣତନ୍ତ୍ରର ଗର୍ବ ରକ୍ଷା କରିବାକୁ ବିଜେପି କହୁଛି ।

ସରକାରୀ ଏଜେନ୍ସି ବିରୋଧୀ ଦଳର ନେତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି । ଅସମ୍ବେଦନଶୀଳ ହୋଇ ଏଜେନ୍ସିମାନେ ବରିଷ୍ଠ ନାଗରିକ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ଗର୍ଭବତୀ ବୋହୂଙ୍କୁ ମଧ୍ୟ ହଇରାଣ କରୁଛନ୍ତି । ଏଜେନ୍ସିମାନେ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କରିବାକୁ ମୁକ୍ତ, କିନ୍ତୁ ରାଜନୀତିର ପ୍ରଭାବରେ ଏହା କରିବା ଭୁଲ । ଖାଡ଼ଗେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ବିଜେପି କର୍ଣ୍ଣାଟକବାସୀଙ୍କଠାରୁ ସହାନୁଭୂତି ଲୋଡିଛି ।

ବିଦେଶରେ ମୋଦୀଙ୍କ ବିବୃତ୍ତିକୁ ମନେ ପକାଇ ଖାଡ଼ଗେ ଟ୍ୱିଟ୍ କରି କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଜୀ, ମୁଁ ଆପଣଙ୍କୁ ଚାଇନାରେ ଦେଇଥିବା ବିବୃତ୍ତିକୁ ମନେ ପକାଇବାକୁ ଚାହୁଁଛି । ଆପଣ ଏହା ପୂର୍ବରୁ କହିଥିଲେ ଯେ ଆପଣ ଜଣେ ଭାରତୀୟ ହୋଇଥିବାରୁ ଲଜ୍ଜିତ । ବର୍ତ୍ତମାନ ଆପଣ ଦେଶକୁ ପ୍ରତିନିଧିତ୍ୱ କରି ଗର୍ବିତ ଅନୁଭବ କରୁଛନ୍ତି । ଏହା ଭାରତ ଏବଂ ଭାରତୀୟଙ୍କ ପ୍ରତି ଅପମାନ ନୁହେଁ କି ? ନିଜ ମନ୍ତ୍ରୀମାନଙ୍କୁ ସେମାନଙ୍କର ସ୍ମୃତି ସତେଜ କରିବାକୁ କୁହନ୍ତୁ !

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+