ଅଖିଳେଶଙ୍କୁ ଭେଟିଛନ୍ତି ବିଏସପି ର 9 ବିଧାୟକ, ସମାଜବାଦୀ ପାର୍ଟିରେ ଦେଇପାରନ୍ତି ଯୋଗ

ମାୟାବତୀଙ୍କ ଦଳର 9 ଜଣ ବିଧାୟକ ଲକ୍ଷ୍ନୌର ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି । ବର୍ତ୍ତମାନ ଏହି ବିଧାୟକମାନେ ଶୀଘ୍ର ସମାଜବାଦି ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି ।

ଲକ୍ଷ୍ନୌ : ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ସମୟ ପାଖେଇବା ସହ ରାଜନୈତିକ ମହଲରେ ବଢୁଛି କଳ୍ପନାଜଳ୍ପନା । ପରସ୍ପରକୁ ଅଭିଯୋଗ କରିବା ଠାରୁ ଆରମ୍ଭ କରି କାଉଣ୍ଟର ଅଭିଯୋଗ ପର୍ଯ୍ୟନ୍ତ ଦଳ ପରିବର୍ତ୍ତନ କରିବା ଭଲି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏବେ ବହୁଜନ ସମାଜ ପାର୍ଟି (ବିଏସପି) ରେ ବିଦ୍ରୋହର ଖବର ସାମ୍ନାକୁ ଆସୁଛି । ସୂଚନାନୁସାରେ, ମାୟାବତୀଙ୍କ ଦଳର 9 ଜଣ ବିଧାୟକ ଲକ୍ଷ୍ନୌର ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି । ବର୍ତ୍ତମାନ ଏହି ବିଧାୟକମାନେ ଶୀଘ୍ର ସମାଜବାଦି ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି ।

Akhilesh-Yadav

ସୂଚନାନୁସାରେ, 2022 ବିଧାନସଭା ନିର୍ବାଚନ ସମ୍ପର୍କରେ ବିଏସପିର 9 ବିଦ୍ରୋହୀ ବିଧାୟକ ଏବଂ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଅସଲମ ବର୍ଷା (ବିଙ୍ଗା), ଅସଲମ ଅଲ୍ଲୀ ଚୌଧୁରୀ (ଢୋଲାନା), ମୁଜତାବା ସିଦ୍ଦିକି (ପ୍ରତାପପୁର), ହାକିମ ଲାଲ ବିନ୍ଦ (ହାଣ୍ଡିୟା), ହରଗୋବିନ୍ଦ ଭାର୍ଗବ (ସିଦ୍ଧୌଲି), ସୁଷମା ପଟେଲ (ମୁଙ୍ଗରା), ବନ୍ଦନା ସିଂହ (ସଗଡି), ରାମବୀର ଉପାଧ୍ୟାୟ (ସାଦାବାଦ) ଏବଂ ଅନିଲ ସିଂ (ଉନ୍ନାଓ)ର ବିଧାୟକ ମାନେ ଅଖିଳେଶଙ୍କୁ ଭେଟିଛନ୍ତି । କୁହାଯାଉଛି ଯେ ଅଖିଳେଶଙ୍କୁ ଭେଟିବା ପରେ ସମସ୍ତ ବିଧାୟକ ଏସପି କାର୍ଯ୍ୟାଳୟର ପଛ ଫାଟକରୁ ବାହାରିଥିଲେ । ଏହି ସମସ୍ତ ବିଧାୟକ ଏସପିରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି ।

ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଅଧିକ ସମୟ ବାକି ନାହିଁ । ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ନିର୍ବାଚନ ହେବାର ସମ୍ଭାବନା ରହିଛି । 2017 ନିର୍ବାଚନରେ ​​ବିଜେପି ଏଠାରେ ଥିବା 403 ଟି ଆସନ ମଧ୍ୟରୁ 312 ଟି ଜିତିଥିଲା । ସମାଜବାଦୀ ପାର୍ଟି 47 ଟି ଆସନ ପାଇଥିବାବେଳେ କଂଗ୍ରେସ 7ଟି ଆସନ ଆକ୍ତିଆର କରିଥିଲା । ସେହିପରି ମାୟାବତୀଙ୍କ ବିଏସପି 19ଟି ଆସନ ହାସଲ କରିପାରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+