UP Assembly Election 2022 : ଦ୍ୱିତୀୟ ପର୍ଯ୍ୟାୟ ପାଇଁ 51 ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲେ ମାୟାବତୀ
ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ 2022 ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ 51 ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛନ୍ତି । ଏହି ସମୟରେ ମାୟାବତୀ କାର୍ଯ୍ୟକର୍ତ୍ତାଙ୍କୁ ଏକ ନୂତନ ସ୍ଲୋଗାନ ଦେଇଛନ୍ତି ।
ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ 2022 ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ 51 ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛନ୍ତି । ଏହି ସମୟରେ ମାୟାବତୀ କାର୍ଯ୍ୟକର୍ତ୍ତାଙ୍କୁ ଏକ ନୂତନ ସ୍ଲୋଗାନ ଦେଇଛନ୍ତି ।

ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି, 'ହର ପୋଲିଂ ବୁଥ କୁ ଜିତାଇବାକୁ ହେବ, ବିଏସପି କୁ କ୍ଷମତାକୁ ଆଣିବାକୁ ପଡିବ' । ସେ କହିଛନ୍ତି ମୁଁ ଆଶା କରୁଛି ପାର୍ଟି କର୍ମୀମାନେ କଠିନ ପରିଶ୍ରମ କରିବେ ଏବଂ 2007 ଭଳି ବିଏସପି ସରକାର ଗଠନ କରିବେ ।
ସୂଚନାଯୋଗ୍ୟ, ଆସନ୍ତା ପେବୃଆରୀ 10 ତାରିଖ ରୁ ମାର୍ଚ୍ଚ 7 ତାରିଖ ମଧ୍ୟରେ ସାତଟି ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ବିଧାନସବା ନିର୍ବାଚନ ପାଇଁ ମତଦାନ ହେବ । ଏହା ପରେ ମାର୍ଚ୍ଚ 10 ତାରିଖରେ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରା ସରିଛି ।












Click it and Unblock the Notifications