ବିଏସପି ମୁଖ୍ୟ ମାୟାବତୀଙ୍କ ମା ରାମରତୀଙ୍କ ଦେହାନ୍ତ, ଦିଲ୍ଲୀରେ ହେବ ଅନ୍ତିମ ସଂସ୍କାର
ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କ ମାତା ରାମରତୀଙ୍କ ଦେହାନ୍ତ ହୋଇଛି । ଶନିବାର ଦିନ 92 ବର୍ଷ ବୟସରେ ଦିଲ୍ଲୀର ଏକ ଡାକ୍ତରଖାନାରେ ରାମରତୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ନୂଆଦିଲ୍ଲୀ : ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କ ମାତା ରାମରତୀଙ୍କ ଦେହାନ୍ତ ହୋଇଛି । ଶନିବାର ଦିନ 92 ବର୍ଷ ବୟସରେ ଦିଲ୍ଲୀର ଏକ ଡାକ୍ତରଖାନାରେ ରାମରତୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଶେଷ ରୀତିନୀତି ରବିବାର ଦିନ ଦିଲ୍ଲୀରେ ଅନୁଷ୍ଠିତ ହେବ । ମା'ଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ମାୟାବତୀ ଲକ୍ଷ୍ନୌ ରୁ ଦିଲ୍ଲୀ ପହଞ୍ଚିଛନ୍ତି ।

ଦଳ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଏସପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ମାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଉଣୀ ମାୟାବତୀଙ୍କ ମାତା ଶ୍ରୀମତୀ ରାମରତୀଙ୍କ ହୃଦ୍ଘାତ ହେତୁ ଆଜି ଡାକ୍ତରଖାନାରେ 92 ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କର ଶେଷ ଦର୍ଶନ ପାଇଁ ମାୟାବତୀ ଦିଲ୍ଲୀରେ ପହଞ୍ଚିଛନ୍ତି ।
अति-दुःख के साथ यह सूचित किया जाता है कि बीएसपी की राष्ट्रीय अध्यक्ष, पूर्व सांसद व यूपी की पूर्व मुख्यमंत्री बहन कु. @Mayawati जी की पूज्य माता श्रीमती रामरती जी का लगभग 92 वर्ष की उम्र में आज हॉस्पिटल में हृदय गति रुकने से स्वर्गवास हो गया है। pic.twitter.com/cQ6qngZxRd
— Bahujan Samaj Party (@bspindia) November 13, 2021
ମାୟାବତୀଙ୍କ ମାଆଙ୍କ ପରଲୋକ ଖବର ବିଏସପି ନେତା ସତୀଶ ଚନ୍ଦ୍ର ମିଶ୍ରା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, 'ହୃଦଘାତ ପରେ ମାୟାବତୀଙ୍କ ମାଆଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ପରିବାରର ସମସ୍ତ ସଦସ୍ୟ ଆସିବା ପରେ ଆସନ୍ତାକାଲି ଦିଲ୍ଲୀରେ ଅନ୍ତିମ ସତ୍କାର କରାଯିବ ।'












Click it and Unblock the Notifications