• search
For Quick Alerts
Turn On Notification  
For Daily Alerts

ମୁଖ୍ୟମନ୍ତ୍ରୀ ପଦରେ ରହିବେ ବିଏସ୍ ୟେଦିୟୁରୁପ୍ପା, କଳ୍ପନାଜଳ୍ପନାକୁ ଖାରଜ କଲେ ଅରୁଣ ସିଂହ

|

ବାଙ୍ଗାଲୋର : କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ସମସ୍ୟା ସରିବାର ନାଁ ନେଉନି । ତାଙ୍କୁ କ୍ଷମତାରୁ ବହିଷ୍କୃତ ହେବାର କଳ୍ପନାଜଳ୍ପନା ମଧ୍ୟରେ ବର୍ତ୍ତମାନ କିଛି ବିଜେପି ବିଧାୟକ ତାଙ୍କ ବିରୋଧରେ ଖୋଲାଖୋଲି ଭାବେ କହିବା ଆରମ୍ଭ କରିଛନ୍ତି । ଏହି ସମୟରେ କର୍ଣ୍ଣାଟକ ବିଜେପି ଦାୟିତ୍ୱରେ ଥିବା ଅରୁଣ ସିଂହ ଗୁରୁବାର ଦିନ କର୍ଣ୍ଣାଟକରେ ଦଳର ପରିବର୍ତ୍ତନକୁ ନେଇ ଦଳର ହାଇକମାଣ୍ଡ ଚିନ୍ତା କରୁଥିବା କଳ୍ପନା ଜଳ୍ପନକୁ ଖାରଜ କରିଛନ୍ତି । ଅରୁଣ ଏହା ମଧ୍ୟ କହିଛନ୍ତି ଯେ ବିଏସ୍ ୟେଦିୟୁରପ୍ପା ନିଜ କ୍ଷମତା ପ୍ରମାଣ କରିଦେଇଛନ୍ତି, ତାଙ୍କର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ସେ ପଦବୀରେ ରହିବେ ।

bs yediyurappa

ସୂଚନାଯୋଗ୍ୟ ଯେତେବେଳେ ଅସନ୍ତୁଷ୍ଟ ନେତାମାନେ ଲଗାତାର ବିଏସ୍ ୟେଦିୟୁପ୍ପାଙ୍କ ଶାସନ ଶୈଳୀ ଉପରେ ପ୍ରଶ୍ନ ଉଠାଇବା ପରେ କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ କରିବା ନେଇ କଳ୍ପନାଜଳ୍ପନା ଲାଗିରହିଥିଲା । ଏହି ସମୟରେ ଅରୁଣ ସିଂ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ଦଳର କର୍ମୀଙ୍କୁ ଭେଟିବେ ଏବଂ ରିପୋର୍ଟ ନେଇ ଫେରିବେ । ରାଜ୍ୟରେ ଦଳରେ ବିଭାଜନ ହେବାର ଗୁଜବ ମଧ୍ୟରେ ଅରୁଣ ସିଂ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭଲ କାମ କରୁଛନ୍ତି। ସେ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ବିଧାୟକମାନେ ଖୋଲାଖୋଲି ବୟାନ ଦେବାରୁ ନିବୃତ୍ତ ରୁହନ୍ତୁ । ଅସନ୍ତୁଷ୍ଟ ନେତାମାନେ ଉପର ନେତୃତ୍ୱ ସହିତ କଥାବାର୍ତ୍ତା କରିବା ନେଇ ମଧ୍ୟ କୁହାଯାଉଛି ।

ଆପଣଙ୍କୁ କହି ରଖୁଛୁ, ଆଜିକାଲି କର୍ଣ୍ଣାଟକ ବିଜେପିରେ କିଛି ଠିକ୍ ଚାଲିନାହିଁ । ବିଏସ୍ ୟେଦିୟୁରପ୍ପାଙ୍କ ବଦଳି କଳ୍ପନାଜଳ୍ପନା ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି । ୟେଜିୟୁରପ୍ପା ନିଜେ ମଧ୍ୟ କହିଥିଲେ ଯେ ଯେତେବେଳେ ହାଇ କମାଣ୍ଡ କହିଲେ ସେ ପଦ ଛାଡ଼ିଦେବେ । ଏହି ସମସ୍ତ କଳ୍ପନାକୁ ପ୍ରତ୍ୟାଖ୍ୟାନ କରି ଅରୁଣ ସିଂହ ତାଙ୍କ ଶାସନ ଶୈଳୀକୁ ପ୍ରଶଂସା କରିଥିଲେ। ବିଏସ୍ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ରହିଛନ୍ତି ଏବଂ ରହିବେ ବୋଲି ସେ କହିଛନ୍ତି । ସେମାନେ ଭଲ କାମ କରୁଛନ୍ତି । କେନ୍ଦ୍ରର ନେତୃତ୍ୱ ଉପରେ ରାଜ୍ୟର ନେତୃତ୍ୱର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ସେମାନେ ତାଙ୍କଠାରୁ ମାର୍ଗଦର୍ଶନ ନିଅନ୍ତି । ୟେଦିୟୁରପ୍ପା କିଛି ଭୁଲ୍ କହି ନାହାଁନ୍ତି । ତାଙ୍କ ଇସ୍ତଫା ବିଷୟରେ କୌଣସି ଆଲୋଚନା ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BS Yediyurappa Will Continue As Chief Minister Of Karnataka Says, Arun Singh
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X