ସହାନୁଭୁତି, ଅନୁକମ୍ପା ଏବଂ ହକର ଲଢେଇ

ନିର୍ବାଚନରେ ରାଜ୍ୟର ତିନୋଟି ପ୍ରମୁଖ ଦଳ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ହେଇଛି ତ୍ରୀ-ମୁଖୀ ପ୍ରତିଯୋଗୀତା । ସବୁଠାରୁ ଗୁରୁତ୍ଵପୂର୍ଣ ବିଷୟ ହେଉଛି ସବୁବେଳେ ଅନେକ ପଛରେ ରହୁଥିବା କଂଗ୍ରେସ ଏହି ଆସନରେ କଡା ଟକ୍କର ଦେଇଛି ।

ବ୍ରଜରାଜନଗର : ପଶ୍ଚିମ ଓଡିଶାର ହାଇ ପ୍ରୋଫାଇଲ ଆସନ ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଆଜି ହେଇଛି ଭୋଟ ଗଣତି । ଆରମ୍ଭରୁ ବାମଦଳର ଗଡ ଭାବରେ ପରିଚିତ ଏହି ଆସନ ସମୟ କ୍ରମେ କଂଗ୍ରେସ ଏବଂ ପରେ ବିଜେପିର ଗଡ ଭାବରେ ପରିଗଣିତ ଆସୁଥିଲା । ତେବେ ଗତ ନିର୍ବାଚନରେ ଝାରସୁଗୁଡାରୁ ଆସି ବ୍ରଜରାଜନଗରରେ ପ୍ରାର୍ଥୀ ହୋଇଥିବା ବିଜୁ ଜନତା ଦଳର ପ୍ରାର୍ଥୀ କିଶୋର ମହାନ୍ତି ସମସ୍ତଙ୍କୁ ମାତ ଦେଇ ଭଲ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଥିଲେ । ସ୍ଵର୍ଗତ ମହାନ୍ତିଙ୍କ ଅକାଳ ବିୟୋଗ ପରେ ଏହି ଆସନ ପାଇଁ ହେଉଛି ଉପ ନିର୍ବାଚନ ।

brajrajnagar

ଏହି ନିର୍ବାଚନରେ ରାଜ୍ୟର ତିନୋଟି ପ୍ରମୁଖ ଦଳ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ହେଇଛି ତ୍ରୀ-ମୁଖୀ ପ୍ରତିଯୋଗୀତା । ସବୁଠାରୁ ଗୁରୁତ୍ଵପୂର୍ଣ ବିଷୟ ହେଉଛି ସବୁବେଳେ ଅନେକ ପଛରେ ରହୁଥିବା କଂଗ୍ରେସ ଏହି ଆସନରେ କଡା ଟକ୍କର ଦେଇଛି । ବିଗତ କିଛି ବର୍ଷ ଧରି ବ୍ରଜରାଜନଗରରେ ସାଙ୍ଗଠନିକ ନେତୃତ୍ଵ ନେଇଥିବା କଂଗ୍ରେସ ନେତା କିଶୋର ପଟେଲଙ୍କ ପ୍ରତି ଲୋକଙ୍କ ସହାନୁଭୁତି ରହିଛି ବୋଲି କୁହାଯାଉଛି ।କାରଣ ଏହି ଆସନରୁ 2014 ଲଢେଇ କରି ଶ୍ରୀ ପଟେଲ ପରାଜିତ ହୋଇଥିଲେ ମଧ୍ୟ 38 ହଜାର ଭୋଟ ପାଇ ପତିଆରା ବଜାୟ ରଖିଥିଲେ ।

ସେହିପରି କିଶୋର ମହାନ୍ତିଙ୍କ ନିଧନ ପରେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ତାଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ପ୍ରତି ରହିଛି ଲୋକଙ୍କ ଅନୁକମ୍ପା । ବିଜେପୁର, ବାଲେଶ୍ଵର ଏବଂ ଅନ୍ୟ କିଛି ଆସନକୁ ଅନୁଧ୍ୟାନ କଲେ ଅନୁକମ୍ପା ଭୋଟ ବିଜୟ ପାଇଁ ସହାୟକ ହୋଇଥିବା ଦେଖା ଦେଇଛି ।

ଏହି ସମୟରେ ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ରାଧାରଣୀ ପଣ୍ଡା ପଶ୍ଚିମ ଓଡିଶା ପାଇଁ ହକର ଲଢେଇ ଲଢୁଥିବା ଦାବି କରିଛନ୍ତି । ବିଗତ ନିର୍ବାଚନରେ ରାଧାରାଣୀ କଡା ଟକ୍କର ଦେଇ 67 ହଜାରରୁ ଅଧିକ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ । ନିର୍ବାଚନର ଫଳାଫଳ ଯାହା ହେଉନା କାହିଁକି ପଶ୍ଚିମ ଓଡିଶାରେ କଂଗ୍ରେସର ପତିଆରା ବୃଦ୍ଧି ରାଜନୀତିର ନୂଆ ସମୀକରଣ ସୃଷ୍ଟି କରିବାରେ ସହାୟକ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+