ନିରାଶ ହେଲେ ଅନୀଲ ଦେଶମୁଖ - ନବାବ ମଲିକ, ଭୋଟ୍ ଦେବାକୁ ମିଳିଲାନି ଅନୁମତି
ରାଜ୍ୟସଭା ନିର୍ବାଚନ ପରେ ପୁଣି ଏନସିପି ନେତା ନବାବ ମଲିକ ଏବଂ ଅନୀଲ ଦେଶମୁଖଙ୍କୁ ଲାଗିଛି ଝଟକା । ଉଭୟଙ୍କୁ କୋର୍ଟରୁ ନିରାଶ ହେବାକୁ ପଡ଼ିଛି । ଜୁନ୍ 20 ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନପରିଷଦ ନିର୍ବାଚନରେ ଭୋଟ୍ ଦେବାକୁ ଉଭୟଙ୍କୁ ଅନୁମତି ମିଳନାହିଁ ।
ମୁମ୍ବାଇ : ରାଜ୍ୟସଭା ନିର୍ବାଚନ ପରେ ପୁଣି ଏନସିପି ନେତା ନବାବ ମଲିକ ଏବଂ ଅନୀଲ ଦେଶମୁଖଙ୍କୁ ଲାଗିଛି ଝଟକା । ଉଭୟଙ୍କୁ କୋର୍ଟରୁ ନିରାଶ ହେବାକୁ ପଡ଼ିଛି । ଜୁନ୍ 20 ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନପରିଷଦ ନିର୍ବାଚନରେ ଭୋଟ୍ ଦେବାକୁ ଉଭୟଙ୍କୁ ଅନୁମତି ମିଳନାହିଁ ।
ବିଧାନପରିଷଦ ନିର୍ବାଚନରେ ଭୋଟ୍ ଦେବା ନେଇ ଅନୁମିତ ମାଗିଥିଲେ ଅନୀଲ ଦେଶମୁଖ ଏବଂ ନବାବ ମଲିକ । କିନ୍ତୁ ବମ୍ବେ ହାଇକୋର୍ଟ ଆଜି ଉଭୟଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଆପଣଙ୍କୁ କହୁ ରଖୁଛୁ ଏନସିପି ନେତା ନବାବ ମଲିକ ଏବଂ ଅନୀଲ ଦେଶମୁଖ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି ।

ଜଷ୍ଟିସ ଏନଜେ ଜାମଦାର ଗୁରୁବାର ଦିନ ସମସ୍ତ ପକ୍ଷର ବିସ୍ତୃତ ଯୁକ୍ତି ଶୁଣି କହିଥିଲେ ଯେ ଶୁକ୍ରବାର ଦିନ ଏହି ରାୟ ପ୍ରକାଶ ପାଇବ । ମଲିକଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅମିତ ଦେଶାଇ ଶୁଣାଣି ସମୟରେ କହିଥିଲେ ଯଦିଓ ଲୋକ ପ୍ରତିନିଧି ଧାରା 62 (5) ଜେଲରେ ଥିବା ଲୋକଙ୍କୁ ଭୋଟ୍ ଦେବାକୁ ବାରଣ କରେ, ବିଧାନପରିଷଦ ନିର୍ବାଚନ ପାଇଁ ଭୋଟ ଦେବାକୁ ଅନୁମତି ଦିଆଯାଉ ।
ସୂଚନାଯୋଗ୍ୟ, ଆସନ୍ତା ସୋମବାର ରାଜ୍ୟ ବିଧାନପରିଷଦର 10 ଟି ଖାଲି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ବିଜେପିର ପାଞ୍ଚ ଜଣଙ୍କ ସମେତ ମୋଟ 11 ଜଣ ପ୍ରାର୍ଥୀ ଥିବାବେଳେ ଶିବସେନା, ଏନସିପି ଏବଂ କଂଗ୍ରେସ ପ୍ରତ୍ୟେକ ଦୁଇଜଣ ପ୍ରାର୍ଥୀ ଦେଇଛନ୍ତି ।
ଏହା ପୂର୍ବରୁ ରାଜ୍ୟସଭା ନିର୍ବାଚନ ସମୟରେ ଭୋଟ୍ ଦେବାକୁ ଅନୁମତି ମାଗି ଉଭୟ ନେତା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଆବେଦନକୁ ସ୍ୱତନ୍ତ୍ର ପିଏମଏଲଏ ଅଦାଲତ ଖାରଜ କରିଦେଇଥିଲେ ।












Click it and Unblock the Notifications