ପଶ୍ଚିମବଙ୍ଗରେ ପ୍ରାକ୍ ନିର୍ବାଚନୀ ହିଂସା, ସାଂସଦ ଅର୍ଜୁନ ସିଂଙ୍କ ଘର ନିକଟରେ ବୋମା ବିସ୍ଫୋରଣ
ଗତକାଲି ବିଳମ୍ବିତ ରାତିରେ ବଙ୍ଗଳାର ଉତ୍ତର 24 ପରଗାନାରେ ବିଜେପି ସାଂସଦ ଅର୍ଜୁନ ସିଂଙ୍କ ଘର ନିକଟରେ ଏକ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ପୋରଣରେ 3 ଜଣ ଗୁରୁତର ଆହତ ହୋଇଛନ୍ତି ।
କୋଲକାତା : ଗତକାଲି ବିଳମ୍ବିତ ରାତିରେ ବଙ୍ଗଳାର ଉତ୍ତର 24 ପରଗାନାରେ ବିଜେପି ସାଂସଦ ଅର୍ଜୁନ ସିଂଙ୍କ ଘର ନିକଟରେ ଏକ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ପୋରଣରେ 3 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ଜଣେ ଶିଶୁ, ଯୁବକ ଏବଂ ବୃଦ୍ଧ ମହିଳା ଅଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଜଗଦଲ ମେଘନାରେ ଅଜଣା ଦୁର୍ବୃର୍ତ୍ତମାନେ 10 ରୁ ଅଧିକ ବୋମା ପକାଇଥିଲେ । ବାରାକପୁରର ସାଂସଦ ଅର୍ଜୁନ ସିଂଙ୍କ ଘରୁ ମାତ୍ର କିଛି ପାଦ ଦୂରରେ ଏହି ବୋମାମାଡ଼ ହୋଇଛି । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା, କିନ୍ତୁ ବୋମାମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ଏହି ଘଟଣାରେ ପୋଲିସ କହିଛି ଯେ, ସାଂସଦ ଅର୍ଜୁନ ସିଂଙ୍କ ଘର ନିକଟ ଲେନ୍ 17ରେ କିଛି ଅଜ୍ଞାତ ବ୍ୟକ୍ତି ବୋମା ଫିଙ୍ଗିଥିଲେ । ଏହା ବ୍ୟତୀତ ସେମାନେ ଅନ୍ୟ 15 ଟି ସ୍ଥାନରେ ବୋମାମାଡ଼ କରିଛନ୍ତି । ଅନେକ ସ୍ଥାନରେ ସିସିଟିଭି କ୍ୟାମେରା ମଧ୍ୟ ଭାଙ୍ଗିଦେଇଛନ୍ତି । ଘଟଣାର ତଦନ୍ତ ଚାଲିଛି ବୋଲି ପୋଲିସ୍ ସୂଚନା ଦେଇଛି ।
ନିର୍ବାଚନ ଆୟୋଗର ଦ୍ୱାରସ୍ଥ ହେବେ ବିଜେପି ନେତା ମୁକଲ ରୟ
ଏହି ବିସ୍ଫୋରଣ ପାଇଁ ବିଜେପି ନେତା ମୁକଲ ରୟ ଏବଂ କୈଳାଶ ବିଜୟବର୍ଗୀୟ ଟିଏମସିକୁ ଦାୟୀ କରିଛନ୍ତି । ନିର୍ବାଚନ ଆୟୋଗରେ ସେ ଏହା ଉପରେ ଅଭିଯୋଗ କରିବେ ବୋଲି ମୁକୁଲ ରୟ କହିଛନ୍ତି ।

ହିଂସା ରାଜନୀତି ସହିତ ଟିଏମସି ସମକକ୍ଷ
କୈଳାଶ ବିଜୟବର୍ଗୀୟ କହିଛନ୍ତି ଯେ, ଟିଏମସି ଲୋକମାନେ ସମସ୍ତ ସୀମା ଅତିକ୍ରମ କରିଛନ୍ତି । ହିଂସା ରାଜନୀତି ସହିତ ତୃଣମୂଳ କଂଗ୍ରେସ ସମକକ୍ଷ ହୋଇଯାଇଛି । ଏହା ଗୁଣ୍ଜାମାନଙ୍କର ଦଳ । ମଡେଲ ଆଚରଣ ସଂହିତା ଲାଗୁ ହେବା ସତ୍ତ୍ୱେ ଟିଏମସି ଗୁଣ୍ଡାମାନେ ହିଂସାର ସାହାର ନେଉଛନ୍ତି, ବୋମାମାଡ଼ ଓ ଗୁଳି ଚଲାଇବା ସହ ଲୋକମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି । ମୁଁ ନିର୍ବାଚନ ଆୟୋଗଙ୍କୁ ନିବେଦନ କରୁଛି ଯେ ସେମାନେ ଏହି ଘଟଣାର ଅବଗତ ହୁଅନ୍ତୁ ଏବଂ ଗୁରୁତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ୍ ଏଠାରେ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ଅନୁଷ୍ଠିତ ହୋଇପାରିବ ନାହିଁ ।
ବିଜେପି ସାଂସଦ ଅର୍ଜୁନ ସିଂ ମଧ୍ୟ ତାଙ୍କ ଘର ନିକଟରେ ହୋଇଥିବା ଆକ୍ରମଣକୁ ନିଶ୍ଚିତ କରିଛନ୍ତି ଏବଂ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଘରେ ଆକ୍ରମଣକାରୀମାନେ ଟିଏମଏସି ଦ୍ୱାରା ପଠାଯାଇଥିବା ଗୁଣ୍ଡା, ଏହି ଆକ୍ରମଣ ଟିଏମସି ଦ୍ୱାରା କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ଦିନ ଧରି ଏଠାରେ ଅନେକ ଲୋକ ବୋମା ଓ ପିସ୍ତଲ ସହିତ ବୁଲାବୁଲି କରୁଥିଲେ, ଏ ସମ୍ପର୍କରେ ସେ ପୋଲିସ ନିକଟରେ ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଦେଖନ୍ତୁ ଆଜି କଣ ଘଟିଲା । ମୁଁ ଏହା ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବି, ଏଠାରେ ଟିଏମସି ବହୁ ହିଂସା ସୃଷ୍ଟି କରିଛି, ଏହି ହିଂସାକୁ ବରଦାସ୍ତ କରାଯିବ ନାହିଁ ।
ଆପଣଙ୍କୁ କହିରଖୁଛୁ ଯେ, ଫେବୃଆରୀ ମାସରେ ପୂର୍ବରୁ ମୁର୍ସିଦାବାଦ ଜିଲ୍ଲାର ନିମିଟିଟା ରେଳ ଷ୍ଟେସନ ଉପରେ ହୋଇଥିବା ବୋମା ଆକ୍ରମଣରେ ରାଜ୍ୟ ମନ୍ତ୍ରୀ ଜାକିର ହୁସେନ୍ ଗୁରୁତର ଆହତ ହୋଇଥିଲେ । କିଛି ଲୋକ ସେମାନଙ୍କ ଦଳରେ ଯୋଗଦେବାକୁ ସେମାନଙ୍କୁ ଚାପ ପକାଉଥିଲେ, ଯେତେବେଳେ ସେ ମନା କରିଦେଲେ, ସେମାନେ ଆକ୍ରମଣ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications