କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ପିସିସ ପଦ ହରାଇଲେ ଡି.କେ ଶିବକୁମାର

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଆଉ କିଛି ଦିନ ପରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସାରା ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ରହିଛି । ବିରୋଧୀ କଂଗ୍ରେସ ଏଥର ନିର୍ବାଚନ ହାତେଇ ସରକାର ଗଠନ ନେଇ ଆଶା ରଖିଛି । ଏ ନେଇ ଦଳ ରାଜ୍ୟରେ ଜୋରଦାର ପ୍ରଚାର କରିବା ସହ ଶାସକ ବିଜେପିକୁ ଟାର୍ଗେଟ୍ କରୁଛି ।

ଏ ସବୁ ମଧ୍ୟରେ କର୍ଣ୍ଣାଟକ କଂଗ୍ରେସକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟ କଂଗ୍ରେସ ଦାୟିତ୍ୱରେ ଥିବା ଡି.କେ ଶିବକୁମାରଙ୍କୁ ପିସିସି ପଦରୁ ବାଦ୍ ଦିଆଯାଇଛି । ଠିକ୍ ନିର୍ବାଚନ ପୂର୍ବରୁ ବିଏମ୍ ଚନ୍ଦ୍ରପ୍ପାଙ୍କୁ ତତ୍କାଳ ପ୍ରଭାବରେ ପ୍ରଦେଶ କଂଗ୍ରେସ କଂମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି ଦଳ ।

BN Chandrappa - DK Shivakumar

ବଡ କଥା ହେଉଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଏକ ମାସ ପୂର୍ବରୁ ଦଳ ଡି.କେ ଶିବକୁମାରଙ୍କ ଠାରୁ ହଠାତ୍ ପିସିସି ପଦ ଛଡ଼ାଇ ନେଇଛି । ଦଳ ହଠାତ୍ ଏପରି ନିଷ୍ପତ୍ତି କାହିଁକି ନେଇଛି ସେ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅପ୍ରେଲ 08 ରେ ଡି.କେ ଶିବକୁମାର କହିଥିଲେ ଯେ ମଲ୍ଲିକାର୍ଜୁନ ଯଦି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱୀକାର କରନ୍ତି ତେବେ ସେ ତୀଙ୍କ ଅଧୀନରେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି ।

ଏହାପୂର୍ବରୁ ଶନିବାର ଦିନ କଂଗ୍ରେସ ଦଳ ଏସପି ସୁଧମ ଦାସଙ୍କୁ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ପ୍ରଚାର କମିଟିର ସହ-ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରିଛି । କଂଗ୍ରେସ ଦଳ ଏକ ପ୍ରେସ ବିବୃତ୍ତି ଜାରି କରି ଏ ସମ୍ପର୍କରେ ସୂଚନା ଦେଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଏଚପି ସୁଧାମ ଦାସଙ୍କ ନାମକୁ ଅନୁମୋଦନ ଦେଇଛନ୍ତି ।

ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି 09 ଅପ୍ରେଲରେ କୋଲାରରେ ଏକ ରାଲି କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ, କୋଲାର ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ରାହୁଲ ଗାନ୍ଧୀଙ୍କ ରାଲିକୁ ସ୍ଥଗିତ ରଖାଯାଇଛି । କର୍ଣ୍ଣାଟକ କଂଗ୍ରେସର ରାଜ୍ୟ ସଭାପତି ଥିବା ଡି.କେ ଶିବକୁମାର ରାହୁଲ ଗାନ୍ଧୀଙ୍କ ରାଲିର ସ୍ଥଗିତାଦେଶ ସମ୍ପର୍କରେ ସୂଚନା ଦେଇଛନ୍ତି । ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ରାହୁଲ ଗାନ୍ଧୀଙ୍କ କୋଲାର ଗସ୍ତକୁ ସ୍ଥଗିତ ରଖିବାର କାରଣ ବୋଲି ଦର୍ଶାଯାଇଛି ।

ଡି.କେ ଶିବକୁମାର କହିଛନ୍ତି ଯେ ଦଳର ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବାରେ ବ୍ୟସ୍ତ ରହିବେ । ଖବର ଅନୁଯାୟୀ, ରାହୁଲ ଗାନ୍ଧୀଙ୍କ ଏହି କାର୍ଯ୍ୟକ୍ରମ ପୂର୍ବରୁ 5 ଅପ୍ରେଲରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ, କଂଗ୍ରେସ ଏହି ତାରିଖକୁ 09 ଅପ୍ରେଲକୁ ବଦଳାଇ ଦେଇଛି । କାରଣ, ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକ ଗସ୍ତ କରିବାକୁ ଯାଉଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+