West Bengal Assembly Election : ପ୍ରାର୍ଥୀ ତାଲିକାକୁ ନେଇ ରାଜ୍ୟ ବିଜେପିରେ କନ୍ଦଳ, ଭଙ୍ଗାରୁଜା କଲେ ଅସନ୍ତୋଷ କର୍ମୀ
ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅସନ୍ତୋଷ ବିଜେପି ମାନେ ଭଙ୍ଗାରୁଜା କରିବା ସହ ବିଶୃଙ୍ଖଳା ସୃଷ୍ଟି କରିଥିବା ଘଟଣା ସାମ୍ନାକୁ ଆସିଛି । ବିଜେପି କର୍ମୀମାନେ ଡିବିସି ରୋଡ ଜାଲପାଇଗୁଡ଼ିରେ ପାର୍ଟି ଅଫିସକୁ ଭଙ୍ଗାରୁଜା କରିଛନ୍ତି ।
କୋଲକାତା : ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ପାଖେଇ ଆସୁଥିବା ସହ ରାଜନୈତିକ ଉତ୍ତେଜନା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଟିକେଟ୍ ମିଳିନଥିବା ନେତାମାନେ ନିଜ ନିଜର ସମର୍ଥକଙ୍କ ସହ ବିରୋଧ କରୁଛନ୍ତି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ବିଜେପି ଦଳରେ । ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅସନ୍ତୋଷ ବିଜେପି ମାନେ ଭଙ୍ଗାରୁଜା କରିବା ସହ ବିଶୃଙ୍ଖଳା ସୃଷ୍ଟି କରିଥିବା ଘଟଣା ସାମ୍ନାକୁ ଆସିଛି । ବିଜେପି କର୍ମୀମାନେ ଡିବିସି ରୋଡ ଜାଲପାଇଗୁଡ଼ିରେ ପାର୍ଟି ଅଫିସକୁ ଭଙ୍ଗାରୁଜା କରିଛନ୍ତି । ଏପରି ଅନ୍ତଃକନ୍ଦଳ ଦଳୀୟ ହାଇକମାଣ୍ଡଙ୍କର ଚିନ୍ତା ବଢାଇଦେଇଛି ।

ସୂଚନାଯୋଗ୍ୟ, ବିଜେପି ଗୁରୁବାର 148 ଜଣ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିଛି । ପ୍ରକାଶିତ ତାଲିକା ଅନୁସାରେ, ବହୁ ପୁରୁଣା ବିଜେପି କର୍ମୀଙ୍କୁ ଟିକେଟ୍ ମିଳିନାହିଁ । ଅନ୍ୟ ଦଳରୁ ଆସି ବିଜେପିରେ ଯୋଗଜେଇଥିବା ଲୋକଙ୍କୁ ବିଜେପି ଟିକେଟ ଦେବା ନେଇ ଦଳର କର୍ମୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ଜଲପାଇଗୁଡ଼ି ସଦର ବିଧାନସଭା ନିର୍ବାଚନମଣ୍ଡଳୀରୁ ସୁଜିତ ସିଙ୍ଗାଙ୍କୁ ଦଳର ପ୍ରାର୍ଥୀ ଘୋଷଣା କରାଯିବା ପରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଡିବିସି ରୋଡ ଜାଲପାଇଗୁଡ଼ି ପାର୍ଟି କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିବା ସହ ପୋଷ୍ଟର ଚିରି ଦେଇଥିବା ନଜର ଆସିଛି ।

ଏହା ବ୍ୟତୀତ ଜଗଦଲପୁର ନିର୍ବାଚନମଣ୍ଡଳୀରୁ ଅରିନ୍ଦମ୍ ଭଟ୍ଟାଚାର୍ଯ୍ୟଙ୍କୁ ଦଳର ପ୍ରାର୍ଥୀ ଘୋଷିତ କରାଯିବା ପରେ ବିଜେପି କର୍ମୀମାନେ ଏହାକୁ ବିରୋଧ କରି ଭଙ୍ଗାରୁଜା କରିଛନ୍ତି । ଜଣେ କର୍ମୀ କହିଛନ୍ତି, "ଆମେ ଅରିନ୍ଦମଙ୍କୁ ଆମର ପ୍ରାର୍ଥୀ ଭାବେ ଗ୍ରହଣ କରୁନାହୁଁ । ଆମେ ଅରୁଣ ବ୍ରହ୍ମାଙ୍କୁ ଆମର ପ୍ରାର୍ଥୀ କରିବାକୁ ଚାହୁଁଛୁ ।"
ଅନ୍ୟପକ୍ଷରେ ମାଲଦାର ହରିଶ୍ଚନ୍ଦ୍ରପୁରରେ ମଧ୍ୟ ବିଜେପି କର୍ମୀମାନେ ଦଳୀୟ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି । ଏଠାରୁ ବିଜେପି ମାତିଉର ରହମାନଙ୍କ ନାମ ଘୋଷଣା କରିଛି । ରହମାନ କିଛି ଦିନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ । ରହମାନର ନାମ ଘୋଷଣା ହେବା କ୍ଷଣି ବିଜେପି କର୍ମୀ ଅସନ୍ତୋଷ ପ୍ରକାଶ କରିବା ସହ ଭଙ୍ଗାରୁଜା କରିଥିଲେ । ସେହିପରି ପୁରୁଣା ମାଲଦା ଆସନରୁ ଗୋପାଳ ସାହାଙ୍କ ନାମ ଘୋଷଣା ପରେ ଏଠାରେ ମଧ୍ୟ ବିରୋଧ ଆରମ୍ଭ ହୋଇଛି । ବିଜେପି କର୍ମୀମାନେ ମଧ୍ୟ ଏଠାରେ ଥିବା ପାର୍ଟି ଅଫିସକୁ ଭଙ୍ଗାରୁଜା କରିଛନ୍ତି । ବିକ୍ଷୋଭକାରୀମାନେ କହିଛନ୍ତି ଯେ ଗୋପାଳ ସାହାଙ୍କ ଭାବମୂର୍ତ୍ତି ଠିକ୍ ନୁହେଁ । ଅନ୍ୟ କୌଣସି ନାମ ଏଠାରେ ଘୋଷଣା କରାଯିବା ଉଚିତ୍ ।












Click it and Unblock the Notifications