Get Updates
Get notified of breaking news, exclusive insights, and must-see stories!

ହିମାଚଳ-ଗୁଜରାଟରେ ବିଜେପିକୁ ମିଳିବ ବିପୁଳ ବିଜୟ - ଏବିପି-ସିଭୋଟର୍ ସର୍ଭେ ରିପୋର୍ଟ

ଏବିପି-ସିଭୋଟର୍ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟ ଅନୁସାରେ ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବିଜେପି ସହଜରେ ନିର୍ବାଚନ ଜିତିବ ବୋଲି ଦାବି କରାଯାଇଛି ।

ଅହମ୍ମଦାବାଦ : ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନର ତାରିଖ କେଉଁ ସମୟରେ ବି ଘୋଷଣା ହୋଇପାରେ । ଏଭଳି ପରିସ୍ଥିତିରେ ଆସନ୍ତା କିଛି ମାସ ମଧ୍ୟରେ ଗୁଜୁରାଟରେ ହେବାକୁ ଥିବା ନିର୍ବାଚନକୁ ନେଇ ରାଜନୈତିକ କରିଡ଼ର ଚଳଚଞ୍ଚଳ ହୋଇ ଉଠିଛି । ଗୋଟିଏ ପଟେ ଯେଉଁଠାରେ ଆମ୍ ଆଦମୀ ପାର୍ଟି ଆଇବି ରିପୋର୍ଟକୁ ଦର୍ଶାଇ ଦାବି କରୁଛି ଯେ ଆପ୍ ଆସନ୍ତା ବିଧାନସଭା ନିର୍ବାଚନରେ ଜିତି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି । ଏହି ସମୟରେ ଏବିପି-ସିଭୋଟର୍ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟ ଅନୁସାରେ ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବିଜେପି ସହଜରେ ନିର୍ବାଚନ ଜିତିବ ବୋଲି ଦାବି କରାଯାଇଛି ।

aap-congres- bjp

ବଢିପାରେ ବିଜେପିର ଆସନ

ଏବିପି-ସି ଭୋଟର୍ସଙ୍କ ସର୍ଭେରୁ ଜଣାପଡିଛି ଯେ ଉଭୟ ହିମାଚଳ ପ୍ରଦେଶ ଏବଂ ଗୁଜୁରାଟରେ ବିଜେପି ସହଜରେ ଜିତିବ । ଅନ୍ୟପକ୍ଷରେ କଂଗ୍ରେସ ଉଭୟ ରାଜ୍ୟରେ ଆହୁରି ଦୁର୍ବଳ ହେବ । ଗୁଜୁରାଟରେ ବିଜେପି ନିଜର ଆସନ ବୃଦ୍ଧି କରିପାରେ । ଦଳ 135-143 ଆସନ ଜିତିପାରେ ବୋଲି ସର୍ଭେରେ କୁହାଯାଇଛି ।

ଆପଣଙ୍କୁ କହି ରଖୁଛୁ ଗୁଜରାଟରେ ସମୁଦାୟ 182 ବିଧାନସଭା ଆସନ ଅଛି । ବର୍ତ୍ତମାନ ବିଜେପିର 99 ଟି ସିଟ୍ ରହିଛି । ଯେଉଁଠାରେ କଂଗ୍ରେସ 77 ଟି ଆସନ ପାଇଛି । ସର୍ଭେ ଅନୁଯାୟୀ ଏହି ନିର୍ବାଚନରେ କଂଗ୍ରେସ ଆସନ ସଂଖ୍ୟା 36-44 କୁ ହ୍ରାସ ହୋଇପାରେ ।

ଆପ୍ କୁ ମିଳିପାରେ 17.4 % ଭୋଟ୍

ଅନ୍ୟପକ୍ଷରେ, ଯଦି ଆମେ ଆମ୍ ଆଦମୀ ପାର୍ଟି ବିଷୟରେ ଆଲୋଚନା କରିବା, ତେବେ ଏହା ପଞ୍ଜାବ ବିଧାନସଭା ନିର୍ବାଚନରେ ବହୁମତ ହାସଲ କରି ବିପୁଳ ବିଜୟ ହାସଲ କରିଥିଲା । ସର୍ଭେ ଅନୁଯାୟୀ ଗୁଜୁରାଟରେ ଆମ୍ ଆଦମୀ ପାର୍ଟି ମାତ୍ର 2 ଟି ଆସନ ଜିତୁଥିବା ଜଣାପଡିଛି । ତେବେ ଦଳ 17.4 ପ୍ରତିଶତ ଭୋଟ୍ ପାଇପାରେ ।

ସର୍ଭେ ଅନୁଯାୟୀ, ଆମ୍ ଆଦମୀ ପାର୍ଟି ଉଭୟ କଂଗ୍ରେସ ଏବଂ ବିଜେପିର ଭୋଟରେ ଭାଗ କରୁଥିବା ଜଣାପଡିଛି । ଗତ ନିର୍ବାଚନରେ 41.4 ପ୍ରତିଶତ ଭୋଟ୍ ପାଇଥିବା କଂଗ୍ରେସ ଏଥର 32.3 ପ୍ରତିଶତ ଭୋଟ୍ ପାଇବା ବେଳେ 49.1 ପ୍ରତିଶତ ଭୋଟ୍ ପାଇଥିବା ବିଜେପି 46.4 ପ୍ରତିଶତ ଭୋଟ୍ ପାଇପାରେ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି ।

ହିମାଚଳରେ କାହାକୁ କେତେ ଆସନ ?

ସେହିପରି ହିମାଚଳ ପ୍ରଦେଶ ବିଷୟରେ କହିବାକୁ ଗଲେ ବିଧାନସଭାରେ ମୋଟ 68 ଟି ଆସନ ଅଛି । ସର୍ଭେ ଅନୁଯାୟୀ, ବିଜେପି 37-45 ଆସନରେ ବିଜୟ ହାସଲ କରିବା ବେଳେ କଂଗ୍ରେସ 21-29 ଆସ ହାତେଇବାରେ ସକ୍ଷମ ହୋଇପାରେ । ଏଥିସହିତ ଆମ୍ ଆଦମୀ ପାର୍ଟିର ଖାତା ଖୋଲିବ ନାହିଁ ବୋଲି ରିପୋର୍ଟ କହୁଛି । କିନ୍ତୁ ଆମ୍ ଆଦମୀ ପାର୍ଟି ପାଇଁ 9.5 ପ୍ରତିଶତ ଭୋଟ୍ ପାଇବାର ସମ୍ଭାବନା ସର୍ଭେରେ ପ୍ରକାଶ ପାଇଛି । ଯଦିଓ ସର୍ଭେ ଅନୁଯାୟୀ, ଆମ୍ ଆଦମୀ ପାର୍ଟି ଉଭୟ ରାଜ୍ୟରେ କୌଣସି ବଡ଼ ପ୍ରଭାବ ପକାଉଥିବା ପରି ମନେ ହେଉନାହିଁ, କିନ୍ତୁ ବରିଷ୍ଠ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଡ୍ଡାଙ୍କ ଅନୁସାରେ ଆମ୍ ଆଦମୀ ପାର୍ଟି ଗୁଜୁରାଟରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ସରକାର ଗଠନ କରିବାକୁ ଯାଉଛି ।

କଣ କହିଲେ ରାଘବ

ରାଘବ ଚଡ୍ଡା କହିଛନ୍ତି ଯେ ଭାରତ ସରକାରଙ୍କ ଏକ ବହୁତ ବଡ ଏଜେନ୍ସି ଯାହା ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ଏକ ସର୍ଭେ କରିଥାଏ । ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ସରକାରରେ ବସିଥିବା ଏହାର ବଡ ମାଲିକମାନଙ୍କୁ କହିଥାଏ ଯେ କେଉଁ ଦଳ ସରକାର ଗଠନ କରିବାକୁ ଯାଉଛି, କେଉଁ ଆସନରେ କେଉଁ ଦଳ ଉପରେ ହାତ ରହିଛି । ଆଜି ସେହି ଆଇ.ବି.ର ଏକ ରିପୋର୍ଟ ସାର୍ବଜନୀନ ହୋଇଛି । ଏଥିରୁ ଜଣାପଡ଼ିଛି ଆସନ୍ତା 2022 ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଅଳ୍ପ ବ୍ୟବଧାନରେ ସରକାର ଗଠନ କରିବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+