କଣ ହେବ ଭବାନୀପୁରର ଭାଗ୍ୟ ? ମମତାଙ୍କୁ ସାମ୍ନା କରିବେ ବିଜେପିର ପ୍ରିୟଙ୍କା ଟିବରେୱାଲ
ବଙ୍ଗଳାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସରୁ ଆଜି ନାମାଙ୍କନ ଭରିବାକୁ ଥିବା ବେଳେ ଏହି ଆସନରୁ ବିଜେପି ଘୋଷଣା କରିଛି ନିଜର ପ୍ରାର୍ଥୀ । ଭବାନୀପୁରରେ ମମତାଙ୍କୁ ସମ୍ନା କରିବାକି ବିଜେପି ପ୍ରିୟଙ୍କା ଟିବରେୱାଲଙ୍କୁ ଫିଲ୍ଡିଂ କରିବ ।
କୋଲକାତା : ପଶ୍ଚିମବଙ୍ଗରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ସମସ୍ତଙ୍କ ନଜର ରହିଛି ଭବାନୀପୁର ଆସନ ଉପରେ । ବଙ୍ଗଳାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସରୁ ଆଜି ନାମାଙ୍କନ ଭରିବାକୁ ଥିବା ବେଳେ ଏହି ଆସନରୁ ବିଜେପି ଘୋଷଣା କରିଛି ନିଜର ପ୍ରାର୍ଥୀ । ଭବାନୀପୁରରେ ମମତାଙ୍କୁ ସମ୍ନା କରିବାକି ବିଜେପି ପ୍ରିୟଙ୍କା ଟିବରେୱାଲଙ୍କୁ ଫିଲ୍ଡିଂ କରିବା ନେଇ ଆଜି ଘୋଷଣା କରିଛି ।

ଗତ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ତାଙ୍କ ଚିରାଚରିତ ଆସନ ଭବାନୀପୁର ଛାଡ଼ି ଟିଏମସିରୁ ଯାଇ ବିଜେପି ପକ୍ଷରୁ ଲଢୁଥିବା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦିତା କରିଥିଲେ । ଯଦିଓ ଟିଏମସି ବଙ୍ଗଳାରେ ବହୁମତ ହାସଲ କରି ପୁଣିଥରେ କ୍ଷମତା ହତେଇଥିଲା, କିନ୍ତୁ ଦଳର ସୁପ୍ରିମୋଙ୍କୁ ପରାଜୟ ସାମ୍ନା କରିବାକୁ ପଡ଼ିଥିଲା । ବର୍ତ୍ତମାନ ପୁଣି ମମତା ତାଙ୍କର ଚିରାଚରିଚ ଆସନ ଭବାନୀପୁରରୁ ଲଢେଇ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଏହି ଆସନ ମମତାଙ୍କ ଅଧିନରେ ବହୁ ବର୍ଷ ଥିବାବେଳେ ବିଜେପିର ନୂଆ ଚେହେରା ତାଙ୍କୁ ସାମନ କରିପାରିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା ।
ভারতীয় জনতা পার্টির কেন্দ্রীয় নির্বাচন কমিটি আসন্ন পশ্চিমবঙ্গ বিধানসভা উপনির্বাচনের জন্য নিম্নলিখিত নামের অনুমোদন দিয়েছে। pic.twitter.com/234mYJTcXl
— BJP Bengal (@BJP4Bengal) September 10, 2021












Click it and Unblock the Notifications