"ଶିକ୍ଷିତ ବେରୋଜଗାର ପକୋଡ଼ା ବିକ୍ରି କରିବାକୁ ହେଉଛନ୍ତି ବାଧ୍ୟ, କଂଗ୍ରେସ ଭଳି ସମାନ ଦୁର୍ଦ୍ଦଶା ଭୋଗିବ ବିଜେପି"

ମାୟାବତୀ ଟ୍ୱିଟ୍ କରି କହିଛନ୍ତି, 'ଯଦି ବିଜେପି ମଧ୍ୟ କଂଗ୍ରେସ ଦଳର ପଦ ଅନୁସରଣ କରେ, ତେବେ ଏହି ଦଳ ମଧ୍ୟ କଂଗ୍ରେସ ଭଳି ସମାନ ପରିସ୍ଥିତିର ସମ୍ମୁଖୀନ ହେବ ।'

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ସୁପ୍ରିମୋ ମାୟାବତୀ ଭାରତୀୟ ଜନତା ପାର୍ଟି (ବିଜେପି)କୁ କଡ଼ା ସମାଲୋଚନା କରିଛନ୍ତି । ମାୟାବତୀ ଟ୍ୱିଟ୍ କରି କହିଛନ୍ତି, 'ଯଦି ବିଜେପି ମଧ୍ୟ କଂଗ୍ରେସ ଦଳର ପଦ ଅନୁସରଣ କରେ, ତେବେ ଏହି ଦଳ ମଧ୍ୟ କଂଗ୍ରେସ ଭଳି ସମାନ ପରିସ୍ଥିତିର ସମ୍ମୁଖୀନ ହେବ ।' ପରାମର୍ଶ ଦେଇ ସେ କହିଛନ୍ତି ଯେ ବିଜେପି ଏହାକୁ ଗୁରୁତର ସହ ବିଚାର କରିବା ଉଚିତ୍ ।

mayawati

ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଗୁରୁବାର ଦିନ ଟ୍ୱିଟ୍ କରିଛନ୍ତି । ସେ ଏଥିରେ ଲେଖିଛନ୍ତି, 'ଉତ୍ତରପ୍ରଦେଶ ତଥା ଦେଶରେ କୋଟି କୋଟି ଯୁବକ ତଥା ଶିକ୍ଷିତ ବେରୋଜଗାର ଲୋକ ରାସ୍ତା କଡ଼ରେ ପକୁଡ଼ି ବିକିବା ଏବଂ ଜୀବନଯାପନ ପାଇଁ ମଜୁରୀ କାମ କରିବାକୁ ବାଧ୍ୟ ହେଉଛନ୍ତି । ସେମାନଙ୍କ ପିତାମାତା ଏବଂ ପରିବାର ଯେଉଁମାନେ ଏହି ସବୁ ଦେଖୁଛନ୍ତି, ସେମାନଙ୍କ ବ୍ୟଥାକୁ ବୁଝାଯାଇପାରିବ, ଯାହା ଦୁଃଖଦାୟକ, ଦୁର୍ଭାଗ୍ୟଜନକ ଏବଂ ବହୁତ ଚିନ୍ତାଜନକ ।'

ଅନ୍ୟ ଏକ ଟ୍ୱିଟରେ ମାୟାବତୀ କହିଛନ୍ତି, 'ଦେଶର ଯୁବକମାନଙ୍କ ପାଇଁ ଏଭଳି ଭୟାନକ ପରିସ୍ଥିତି ସୃଷ୍ଟି କରିବା ପାଇଁ ବିଏସପି କେନ୍ଦ୍ରରେ ବିଜେପିକୁ ବିବେଚନା କରିବା ସହିତ କଂଗ୍ରେସ ସମାନ ଭାବେ ଦାୟୀ ବୋଲି ମାନୁଛି । ଯାହାକି ଏଠାରେ ଦୀର୍ଘ ସମୟ ଧରି ଏକଛତ୍ର ଶାସନ କରି ନିଜ କାର୍ଯ୍ୟକଳାପର ଶିକାର ହୋଇଥିଲା । ୟୁପି, କେନ୍ଦ୍ର ଏବଂ ଅନେକ ରାଜ୍ୟରେ ମଧ୍ୟ କଂଗ୍ରେସ କ୍ଷମତା ହାରଇଥିଲା ।'

ଏହା ସହ ମାୟାବତୀ ବିଜେପିକୁ କଡ଼ା ସମାଲୋଚନା କରି ଲେଖିଛନ୍ତି, 'ଯଦି ବିଜେପି ମଧ୍ୟ କଂଗ୍ରେସ ଦଳର ରାସ୍ତାରେ ଚାଲେ, ତେବେ ଏହି ଦଳ ମଧ୍ୟ କଂଗ୍ରେସ ଭଳି ସମାନ ଅସୁବିଧାର ସମ୍ମୁଖୀନ ହେବ । ଯାହାକ ଉପରେ ବିଜେପି ଗମ୍ଭୀର ଭାବରେ ଚିନ୍ତା କରିବା ଆବଶ୍ୟକ, କାରଣ ଏପରି ନୀତି ଏବଂ କାର୍ଯ୍ୟକଳାପ ଯୋଗୁଁ ଲୋକମାନଙ୍କର କଲ୍ୟାଣ କିମ୍ବା ଦେଶର ଆତ୍ମନିର୍ଭରଶୀଳତା ସମ୍ଭବ ହୋଇପାରୁନାହିଁ ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+