'ନୀତୀଶ କୁମାର ଅତି କମରେ ସାହସ ତ ଦେଖାଇଲେ ...' ବିହାର ସିଏମଙ୍କୁ ଏପରି କାହିଁକି ପ୍ରଶଂସା କଲେ ଉମା ଭାରତୀ ?

ଉମା ଭାରତୀ ନୀତୀଶ କୁମାରଙ୍କ ବିହାରରେ ମଦ ନିଷେଧ ନେଇଥିବା ନିଷ୍ପତ୍ତିକୁ ଠିକ୍ କହିବା ସହିତ ପ୍ରଂଶସା କରିଛନ୍ତି, ‘ନୀତିଶ ଏପରି କରିବା ପାଇଁ ଅତି କମରେ ସାହାସ ତ ଦେଖାଇଲେ' ।

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଶଂସା କରିଛନ୍ତି । ମଦ ବନ୍ଦ ନିଷ୍ପତ୍ତି ପାଇଁ ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କୁ ଉମା ଭାରତୀ ପ୍ରଶଂସା କରିଛନ୍ତି । ଉମା ଭାରତୀ ନୀତୀଶ କୁମାରଙ୍କ ବିହାରରେ ମଦ ନିଷେଧ ନେଇଥିବା ନିଷ୍ପତ୍ତିକୁ ଠିକ୍ କହିବା ସହିତ ପ୍ରଂଶସା କରିଛନ୍ତି, 'ନୀତିଶ ଏପରି କରିବା ପାଇଁ ଅତି କମରେ ସାହାସ ତ ଦେଖାଇଲେ' । ଉମା ଭାରତୀ ଏହା ମଧ୍ୟ କହିଛନ୍ତି ଯେ ନୀତୀଶ କୁମାର କଦାପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ହୋଇପାରିବେ ନାହିଁ । ପିଏମ ମୋଦୀ ହେଉଛି 'ଭଗବାନଙ୍କ ରଚନା' ।

Uma Bharti

ଦୀର୍ଘ ଦିନ ଧରି ଉମା ବିଜେପି ଶାସିତ ରାଜ୍ୟରେ ମଦ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଆସୁଛନ୍ତି । ମଧ୍ୟପ୍ରଦେଶରେ ମଦ ବିକ୍ରି ଉପରେ ଉମା ଭାରତୀ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି । ଉମା ଭାରତୀ ଶୁକ୍ରବାର ଦିନ ତାଙ୍କ ବାସଭବନରେ ଗଣମାଧ୍ୟମକୁ କହିଛନ୍ତି ଯେ ନୀତୀଶ କୁମାର ଅନ୍ତତଃପକ୍ଷେ ତାଙ୍କ ରାଜ୍ୟରେ ସମ୍ପୂର୍ଣ୍ଣ ମଦ ବନ୍ଦ ଲାଗୁ କରିବାକୁ ସାହସ ତ ଦେଖାଇଲେ ।

ମୋଦୀଙ୍କ ସ୍ଥାନ ନେଇପାରିବେ ନାହିଁ

ନୀତୀଶ କୁମାର ମୋଦୀଙ୍କ ପାଇଁ ବିକଳ୍ପ ହୋଇପାରିବେ କି ନାହିଁ ଏକ ପ୍ରଶ୍ନର ଉତ୍ତରରେ ଉମା ଭାରତୀ କହିଛନ୍ତି ଯେ, ସେ (ନୀତୀଶ କୁମାର) କରି ପାରିବେନାହିଁ, ଏହାର ପ୍ରଶ୍ନ ଉଠୁ ନାହିଁ ... କାରଣ ନରେନ୍ଦ୍ର ମୋଦୀ ଅଦ୍ୱିତୀୟ ବ୍ୟକ୍ତି ଏବଂ ଏପରି ବ୍ୟକ୍ତି ବହୁତ କମ୍ ଥାନ୍ତି । ମୋଦୀ ହେଉଛନ୍ତି ଭଗବାନଙ୍କ ରଚନା । ଲୋକଙ୍କ ଭଲ ପାଇବା ଏବଂ ସମର୍ଥନ ତାଙ୍କ ସହିତ ଅଛି ।

ବିରୋଧୀଙ୍କୁ ମଜବୁତ କରିବେ ନୀତିଶ

ଉମା ଭାରତୀ କହିଛନ୍ତି କିନ୍ତୁ ନୀତୀଶ କୁମାରଙ୍କ ଉଦ୍ୟମ ବିରୋଧୀଙ୍କୁ ମଜବୁତ କରିବ । ଯାହା ଗଣତନ୍ତ୍ର ପାଇଁ ଭଲ । ଆପଣଙ୍କୁ କହି ରଖୁଛୁ ନୀତୀଶ କୁମାର ନିକଟରେ ବିଜେପି ସହ ତାଙ୍କର ମେଣ୍ଟ ଭାଙ୍ଗି ବିହାରରେ ଆରଜେଡି ପାର୍ଟି ସହ ମିଶି ସରକାର ଗଠ କରିଛନ୍ତି । ଏହା ପରେ ସେ ସମସ୍ତ ବିଜେପି ବିରୋଧୀ ଦଳକୁ ଏକଜୁଟ୍ କରିବା ପାଇଁ ପ୍ରୟାସ କରୁଛନ୍ତି । ଏପରିକି ସେ ସମସ୍ତ ଦଳକୁ ଏକାଠି ହେବା ପାଇଁ ଆହ୍ୱାନ ଦେଇଛନ୍ତି ।

ଉମା ଭାରତୀ ଗାନ୍ଧୀ ଜୟନ୍ତୀ ଅର୍ଥାତ୍ 2 ଅକ୍ଟୋବରରେ ମଦ ବିରୋଧରେ ଏକ ସଚେତନତା ଅଭିଯାନ ଚଳାଇବେ । ସେ କହିଛନ୍ତି ଯେ ଭୋପାଳର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବସି ସେ ମହିଳାମାନଙ୍କୁ ଏହି ପ୍ରସଙ୍ଗରେ ସଚେତନ କରାଇବେ । ସେହି ଦିନ ରାଜ୍ୟରେ ମଦ ବିକ୍ରିକୁ ବିରୋଧ କରି ଘେରାଉ କରାଯିବ । ଉମା ଭାରତୀ ଦୀର୍ଘ ଦିନ ଧରି ରାଜ୍ୟରେ ମଦ ବିକ୍ରିକୁ ବିରୋଧ କରିଆସୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+