ପଶ୍ଚିମବଙ୍ଗ ନିର୍ବାଚନ : 85 ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଟିଏମସିକୁ ଟାର୍ଗେଟ୍ କଲା ବିଜେପି

ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣା ଜିଲ୍ଲାର ନିମଟା ଅଞ୍ଚଳରେ 26 ଫେବୃଆରୀ ଦିନ ବିଜେପି କର୍ମୀ ଗୋପାଳ ମଜୁମଦାର ଏବଂ ତାଙ୍କ 85 ବର୍ଷୀୟା ମାଙ୍କ ଉପରକୁ କିଛି ଅସାମାଜିକ ବ୍ୟକ୍ତି ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଶୋବା ମଜୁମଦାର ଗୁରୁତର ଭାବେ ଆହତ ହୋଇଥିଲେ ।

କୋଲକାତା : ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣା ଜିଲ୍ଲାର ନିମଟା ଅଞ୍ଚଳରେ ତୃଣମୂଳ କଂଗ୍ରେସର କର୍ମୀମାନଙ୍କ ମାଡ଼ର ଶିକାର ହେବାର ଏକମାସ ପରେ ସୋମବାର ଜଣେ ବିଜେପି କର୍ମୀଙ୍କ 85 ବର୍ଷୀୟା ବୃଦ୍ଧା ମା ଙ୍କର ମୃତ୍ୟୁ ହୋଇଛି । ବୃଦ୍ଧାଙ୍କର ନାମ ଶୋବା ମଜୁମଦାର । ତାଙ୍କୁ ଟିଏମସି କର୍ମୀମାନେ ମାଡ଼ ମାରିଥିବା ନେଇ ବିଜେପି ଅଭିଯୋଗ କରିଛି । ବୃଦ୍ଧାଙ୍କର ମୃତ୍ୟୁ ହେବା ପରେ ବିଜେପି ପୁଣି ଥରେ ଟିଏମସିକୁ ଟାର୍ଗେଟ୍ କରିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଟ୍ୱିଟ୍ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ।

Shova

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା କହିଛନ୍ତି, ଶୋବା ମଜୁମଦାରଙ୍କ ପରିବାରର ଦୁଃଖ ଦିଦିଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ହଇରାଣ କରିବ । ଏହା ସହ ସ୍ମୃତି ଇରାନୀ କହିଛନ୍ତି, ଶୋବା ମଜୁମଦାରଙ୍କ ଦୋଷ କେବଳ ଏତିକି ଥିଲା ଯେ, ସେ ଜଣେ ବିଜେପି କର୍ମୀଙ୍କ ମା ଥିଲେ । ସେହିପରି ଜେପି ନଡ୍ଡା କହିଛନ୍ତି, ପୁଅ ଗୋପାଳ ମଜୁମଦାର ଜଣେ ବିଜେପି କର୍ମୀ ହୋଇଥିବାରୁ ତାଙ୍କ ମାଙ୍କୁ ପ୍ରାଣ ହରାଇବାକୁ ପଡ଼ିଲା ।

ଫେବୃଆରୀ 26 ରେ ହୋଇଥିଲା ଆକ୍ରମଣ

ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣା ଜିଲ୍ଲାର ନିମଟା ଅଞ୍ଚଳରେ 26 ଫେବୃଆରୀ ଦିନ ବିଜେପି କର୍ମୀ ଗୋପାଳ ମଜୁମଦାର ଏବଂ ତାଙ୍କ 85 ବର୍ଷୀୟା ମାଙ୍କ ଉପରକୁ କିଛି ଅସାମାଜିକ ବ୍ୟକ୍ତି ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଶୋବା ମଜୁମଦାର ଗୁରୁତର ଭାବେ ଆହତ ହୋଇଥିଲେ । ଏହାପରେ ଏହି ଆକ୍ରମଣ ପଛରେ ତୃଣମୂଳ କଂଗ୍ରେସର ହାତ ଥିବାନେଇ ବିଜେପି ଅଭିଯୋଗ କରିଥିଲା । ଏହି ଆକ୍ରମଣରେ ଆହତ ହେବା ପରେ ଶୋବାଙ୍କୁ ଡାକ୍ତରଖାନାର ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ଘଟଣାର ଏକ ମାସ ପରେ ଅର୍ଥାତ୍ 29 ମାର୍ଚ୍ଚ (ସୋମବାର) ତାଙ୍କର ମୃତ୍ୟୁ ହୋଇଛି ।

ଘଟଣାକୁ ନେଇ ଅମିତ ଶାହାଙ୍କ ମନ୍ତବ୍ୟ

85 ବର୍ଷୀୟା ବୃଦ୍ଧା ଶୋବା ମଜୁମଦାରଙ୍କ ମୃତ୍ୟୁ ପରେ ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ୍ କରି କହିଛନ୍ତି, ''ପଶ୍ଚିମବଙ୍କର ଝିଅ ଶୋବା ମଜୁମଦାରଙ୍କ ନିଧନର ଦୁଃଖିତ । ଟିଏମସିର ଗୁଣ୍ଡାମାନେ ତାଙ୍କୁ ଏପରି ଆକ୍ରମଣ କରିଥିଲେ ଯେ, ତାଙ୍କର ମୃତ୍ୟୁ ହୋଇଗଲା । ଶୋବାଙ୍କ ପରିବାରର ଦୁଃଖ ଏବଂ ଯନ୍ତ୍ରଣା ଲମ୍ବା ସମୟ ପର୍ଯ୍ୟନ୍ତ ମମତା ଦିଦିଙ୍କ ପିଛା ଛାଡ଼ିବ ନାହିଁ । ବଙ୍ଗଳା କାଲି ହିଂସା ମୁକ୍ତ ଭାରତ ପାଇଁ ଲଢିବ । ବଙ୍ଗଳା ଆମର ମା ଭଉଣୀଙ୍କ ପାଇଁ ଏକ ସୁରକ୍ଷିତ ରାଜ୍ୟର ଲଢେଇ ଲଢିବ ।''

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+