‘ବାହାଘର ଭୋଜିକୁ ହେଲିକପ୍ଟରରେ ଯାଉଛନ୍ତି 5 ଟି ସଚିବ', ଅଭିଯୋଗ ଆଣିଲା ବିଜେପି, ଜବାବ ଦେଲା ବିଜେଡ଼ି
ଭୁବନେଶ୍ୱର: ସରକାରୀ କାମ ନୁହେଁ, ବରଂ ଆମୋଦ ପ୍ରମୋଦ ପାଇଁ ହେଲିକପ୍ଟରରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ 5ଟି ସଚିବ । ଏପରିକି ବାହାଘର ଭୋଜି ଖାଇବା ପାଇଁ 5 ଟି ସଚିବ ହେଲିକପ୍ଟର ବ୍ୟବହାର କରୁଛନ୍ତି । ସରକାରୀ ଅର୍ଥର ସମ୍ପୂର୍ଣ୍ଣ ଅପବ୍ୟବହାର କରୁଛନ୍ତି । ଏମିତି କହି 5ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଉପରେ ଅଭିଯୋଗ ଆଣିଛି ବିଜେପି ।

5-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଉପରେ ବିଭିନ୍ନ ଅଭିଯୋଗ ଆଣିଛି ବିଜେପି । ତାଙ୍କତ ଗସ୍ତରେ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ନେଇ କହିଛି ବିଜେପି । ହେଲିକପ୍ଟରରେ ଗସ୍ତକୁ ନେଇ ବଡ ଅଭିଯୋଗ ଆଣିଛି ବିଜେପି । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ତଥ୍ୟକୁ ଦେଖାଇବା ସହ 5 ଟି ସଚିବ ବ୍ୟକ୍ତିଗତ କାମ ପାଇଁ ହେଲିକପ୍ଟର ବ୍ୟବହାର କରିଥିବା ଅଭିଯୋଗ କରିଛି ଦଳ । ତେବେ କମ୍ ସମୟରେ ଅଧିକ କାମ କରିବା ପାଇଁ ସଚିବ ହେଲିକପ୍ଟର ବ୍ୟବହାର କରୁଛନ୍ତି ବୋଲି ସଫେଇ ଦେଇଛନ୍ତି ବିଜେଡି ବିଧାୟକ ।
ବିଜେପି ଅଭିଯୋଗ କରିଛି ଜାନୁଆରୀ ପହିଲାରୁ ଜୁନ 26 ତାରିଖ 6 ମାସ ଭିତରେ 5-ଟି ସଚିବ ବିଭିନ୍ନ ସ୍ଥାନକୁ ହେଲିକପ୍ଟରରେ ଯାଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ 75 ଥର ହେଲିକପ୍ଟର ଓ ଚାଟାର୍ଡ ଫ୍ଲାଇଟ୍ ଉଡିଥିବା ପ୍ରମାଣ ଦେଖାଇଛି ବିଜେପି । ନିର୍ଦ୍ଧିଷ୍ଟ ଭାବେ ଦୁଇଟି ତାରିଖରେ ସଚିବ ବ୍ୟକ୍ତିଗତ କାର୍ଯ୍ୟରେ ଯୋଗ ଦେବାକୁ ହେଲିକପ୍ଟରରେ ଯାଇଥିଲେ ବୋଲି ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ବିଜେପି ନେତା ।
ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି, 2023 ମେ' 14 ତାରିଖ ଏବଂ ଜୁନ 28 ତାରିଖ ଦୁଇଦିନ ପାଣ୍ଡିଆନ ଅନୁଗୁଳ ଏବଂ ତାଳଚେର ଗସ୍ତରେ ଯାଇଥିଲେ । ହେଲେ ଏହି ଦୁଇ ଦିନ ଏଠାରେ କୌଣସି ସରକାରୀ କାର୍ଯ୍ୟକ୍ରମ ନ ଥିଲା । ବରଂ 14 ମେ'ରେ ପାଲଲହଡା ବିଧାୟକ ମୁକେଶ ପାଲଙ୍କ ବାହାଘର ଭୋଜି ଖାଇବାକୁ ଯାଇଥିଲେ । ସେହିପରି ଜୁନ 28 ରେ ତାଳଚେର ବିଧାୟକ ଙ୍କ ପାରିବାରିକ ଭୋଜିରେ ଯୋଗ ଦେବା ପାଇଁ ତାଳଚେର ଯାଇଥିଲେ କାର୍ତ୍ତିକ ପାଣ୍ଡିଆନ । ସରକାରୀ ଅର୍ଥ ବ୍ୟୟ କରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭୋଜି ଖାଇବାକୁ ହେଲିକପ୍ଟରରେ ଯିବା କେତେଦୂର ଠିକ ବୋଲି ବିଜେପି ନେତା ପ୍ରଶ୍ନ କରିଛନ୍ତି ।
କେବଳ ଏତିକି ନୁହେଁ ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ମାସ ଭିତରେ ତେବେ ବହୁତ କମ୍ ଥର ମୁଖ୍ୟମନ୍ତ୍ରୀ ଯାଇଥିବାବେଳେ ଅଧିକାଂଶ ଥର 5-ଟି ସଚିବ ଓ ତାଙ୍କ ଟିମ୍ ଯାଇଥିବା ସ୍ପଷ୍ଟ ହୋଇଛି । ଆଉ ସଚିବଙ୍କ ଏହି ହେଲିକପ୍ଟର ଗସ୍ତରେ 500 ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ଆଣିଛି ବିଜେପି । ତେବେ ସରକାରୀ କାର୍ଯ୍ୟକ୍ରମରେ ଯାଉଛନ୍ତି । ଗୋଟିଏ ଜିଲ୍ଳା ଦୁଇ ଦିନରେ ସାରିବେ ତେଣୁ ହେଲିକପ୍ଟରରେ ଯିବାକୁ ପଡିବ ବୋଲି ସଫେଇ ଦେଇଛନ୍ତି ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ ।
ସୂଚନା ଅଧିକାର ନିୟମ ଅନୁସାରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆରୁ ପାଇଥିବା ତଥ୍ୟ ଆଧାରରେ ବିଜେପି ଏହି ତଥ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରିଛି ।












Click it and Unblock the Notifications