ତିନି ରାଜ୍ୟ ବିଜୟ ପରେ ବିଜେପି ଫୋକସରେ ଓଡ଼ିଶା, ରାଜ୍ୟ ସଭାପତିଙ୍କୁ ଗୁରୁ ଦାୟିତ୍ୱ
ଭୁବନେଶ୍ୱର: ତିନି ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପିର ବିପୁଳ ବିଜୟ ପରେ ଉତ୍ସାହିତ ରହିଛି ରାଜ୍ୟ ବିଜେପି । ଏହା ପରେ ଓଡ଼ିଶା ଉପରେ ପୋକସ୍ କରୁଛି ବିଜେପି । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ଏହି ସଫଳତା ପୁଣି ଦୋହରାଇବାକୁ ଲକ୍ଷ୍ୟ ରଖିଛି ବିଜେପି । ଏ ନେଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ମିଳିଛି ଗୁରୁ ଦାୟିତ୍ୱ ।

କେନ୍ଦ୍ରୀୟ ନେତୃତ୍ୱ ଓଡିଶାରେ ରଣନୀତି ନେଇ ରାଜ୍ୟ ସଭାପତିଙ୍କୁ ଡକାଇ ଆଲୋଚନା କରିଛନ୍ତି । ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ଵଙ୍କୁ ଭେଟିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, କେନ୍ଦ୍ରୀୟ ନେତୃତ୍ଵଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ପୁଣି ଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ରୀୟ ନେତୃତ୍ଵଙ୍କୁ ଭେଟିବେ ବୋଲି ସୂଚନା ଦେଇଛନ୍ତି ମନମୋହନ ।
ଗାଁକୁ ଯାଇ ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ କରାଯିବ । ପଞ୍ଚାୟତ ସ୍ତରକୁ ଯାଇ ସଂଗଠନ ଦୃଢ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନମୋହନ କହିଛନ୍ତି । ସେ ଆହୁରି କହିଛନ୍ତି, ବିଜେପି ଏଯାଏଁ 12 ଶହ ପାଖାପାଖି ପଞ୍ଚାୟତ ଗସ୍ତ ସରିଲାଣି । ବାକି 5000 ପଞ୍ଚାୟତଗୁଡ଼ିକୁ ଶୀଘ୍ର ଗସ୍ତ କରିବେ ସାଂସଦ, ବିଧାୟକ, ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା । ଶୀର୍ଷ ନେତୃତ୍ଵଙ୍କ ଠାରୁ ଆରମ୍ଭ କରି ସାଧାରଣ କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ପଞ୍ଚାୟତ ଗସ୍ତରେ ଯିବେ । ତୃଣମୂଳ ସଙ୍ଗଠନ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ଲୋକେ ଚାହୁଁଛନ୍ତି ଓଡିଶାରେ ବିଜେପି ସରକାର ହେଉ, ଡବଲ ଇଂଜିନର ସରକାର ଲୋକେ ଚାହୁଁଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।
ଉଲ୍ଲେଖଯୋଗ୍ୟ, 2009 ରୁ ମେଣ୍ଟ ଭାଙ୍ଗିବା ପରେ ବିଜେଡ଼ି ଆଜି ଯାଏଁ କ୍ଷମତାରେ ରହିଆସୁଛି । ଏପରିକି ବିଜେପି ଶାସକ ଦଳର ପାଖ ମାଡ଼ିପାରୁନାହିଁ । ବିଜେପି ପାଇଁ ସବୁଠୁ ବଡ଼ ଆହ୍ୱାନ ପାଲଟିଛି ଶାସକ ବିଜୁ ଜନତା ଦଳ । ଅବଶ୍ୟ 2014 ରେ ମୋଦୀ ସରକାର ଆସିବା ପର ଠାରୁ ରାଜ୍ୟ ବିଜେପିର ମନୋବଳ ଟିକେ ଟାଣ ହୋଇଛି । କିନ୍ତୁ ରାଜ୍ୟରେ ସେତେଟା ପ୍ରଭାବ ଦେଖିବାକୁ ମିଳୁନାହିଁ । ତେବେ ମନମୋହନ ରାଜ୍ୟ ବିଜେପି ମଙ୍ଗ ଧରିବା ସହ ତିନି ରାଜ୍ୟର ଫଳାଫଳକୁ ନେଇ ଉତ୍ସାହିତ ଥିବା ବିଜେପି ଆଗକୁ ରାଜ୍ୟବାସୀଙ୍କ ମନ ଜିଣିବାରେ କେତେ ସଫଳ ହେଉଛି ତାହା ଦେଖିବା ବାକି ରହିଲା ।
-
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ....












Click it and Unblock the Notifications