Get Updates
Get notified of breaking news, exclusive insights, and must-see stories!

ଜେଲରେ AAP ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଭିଭିଆଇପି ସେବା, ମସାଜ ହେବାର ଭିଡିଓ ସେୟାର କରିଛି ବିଜେପି

ତିହାର ଜେଲରେ ମିଳୁଛି ଭିଭିଆଇପି ସେବା । ଆମ୍ ଆଦମୀ ପାର୍ଟି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ ମିଳୁଛି ମସାଜ ସୁଖ । ଏନେଇ ଏକ ଭିଡିଓ ଜାରି କରିଛି ବିଜେପି ।

ନୂଆଦିଲ୍ଲୀ : ତିହାର ଜେଲରେ ମିଳୁଛି ଭିଭିଆଇପି ସେବା । ଆମ୍ ଆଦମୀ ପାର୍ଟି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ ମିଳୁଛି ମସାଜ ସୁଖ । ଏନେଇ ଏକ ଭିଡିଓ ଜାରି କରିଛି ବିଜେପି । ଭିଡିଓ ଜାରି କରି ବିଜେପି ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରିଛି ।

Satyendra Jain

ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା AAP ନେତା ସତ୍ୟେନ୍ଦ୍ର ଜୈନଙ୍କୁ ତିହାର ଜେଲରେ ରଖାଯାଇଛି । ସେଠାରେ ସେ ନବାବ ଢଙ୍ଗରେ ସମସ୍ତ ଭିଭିଆଇପି ସେବା ପାଉଥିବା ଅଭିଯୋଗ କରିଛି ବିଜେପି । ବିଜେପି ପ୍ରକାଶ କରିଥିବା ଭିଡ଼ିଓରେ ଦେଖୁବାକୁ ମିଳିଛି ଯେ, ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜେଲ ଭିତରେ ଖଟ ଉପରେ ଶୋଇଛନ୍ତି । ଜଣେ ବ୍ୟକ୍ତି ତାଙ୍କ ଗୋଡ଼ ଘଷିବା ସହ ମୁଣ୍ଡରେ ତେଲ ମାରି ମାଲିସ୍ କରୁଛନ୍ତି ।

ଜେଲରେ ସତ୍ୟେନ୍ଦ୍ର ଜୈନଙ୍କ ଭିଭିଆଇପି ସେବା ସମ୍ପର୍କରେ ବିଜେପି ମୁଖପାତ୍ର ଶାହାଜାଦ ଜୟ ହିନ୍ଦ ପୁନାୱାଲା ପ୍ରଶ୍ନ ଉଠାଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ଜେଲରେ VVIP ସେବା ! କେଜ୍ରିୱାଲ ଏପରି ମନ୍ତ୍ରୀଙ୍କୁ ରକ୍ଷା କରି କି ? ତାଙ୍କୁ ବରଖାସ୍ତ କରାଯିବା ଉଚିତ୍ ନୁହେଁ କି ? ଏହା ଆପ୍ ର ପ୍ରକୃତ ଚେହେରାକୁ ଦର୍ଶାଉଛି !" ଏହା ବ୍ୟତୀତ ପୁନାୱାଲ କହିଛନ୍ତି ଯେ ଜେଲରେ ଦଣ୍ଡ ବଦଳରେ ସତ୍ୟେନ୍ଦ୍ର କିପରି ଉପଭୋଗ କରୁଛନ୍ତି ଦେଖନ୍ତୁ । ଜେଲ ଭିତରେ ହେଡ ମସାଜ କରାଯାଉଛି ।

ବିଜେପି ସେୟାର କରିଥିବା ଭିଡିଓ ତିହାର ଜେଲ ସୂତ୍ରରୁ ପ୍ରକାଶ । ଏହା ସହିତ ଜେଲ ପ୍ରଶାସନ କହିଛି ଯେ ସମ୍ପୃକ୍ତ ମାମଲାରେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇସାରିଛି । ଏହାପୂର୍ବରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅଭିଯୋଗ କରିଥିଲା ଯେ ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିବା ସତ୍ୟେନ୍ଦ୍ର ଜୈନଙ୍କୁ ତିହାର ଜେଲ ଭିତରେ ଭିଆଇପି ସେବା ଦିଆଯାଉଛି, ଯେଉଁଥିରେ ହେଡ ମସାଜ, ଫୁଟ ମସାଜ ଏବଂ ବ୍ୟାକ ମସାଜ ଭଳି ସୁବିଧା ରହିଛି । ଏହି ପରିପ୍ରେକ୍ଷୀରେ ଇଡି ମଧ୍ୟ କୋର୍ଟରେ ଏକ ପ୍ରମାଣ ଉପସ୍ଥାପନ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+