ତୃଣମୂଳର ପ୍ରଶାନ୍ତ କିଶୋରଙ୍କୁ ବିଜେପିର ଶୁଭେନ୍ଦୁ ଆଧିକାରୀଙ୍କ ଟାର୍ଗେଟ, କହିଲେ ତାଙ୍କ ପାଖେ 30 ପ୍ରତିଶତ ଭୋଟ୍ ଫିକ୍ସ ଡିପୋଜିଟ
ଗୁରୁବାର ଦିନ ପଶ୍ଚିମବଙ୍ଗର ଶାସକ ଟିଏମସି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ବିଜେପି ନେତା ଶୁଭେନ୍ଦୁ ଆଦିକାରୀ ପୁଣି ଥରେ ଟାର୍ଗେଟ କରିଛନ୍ତି ।
କୋଲକାତା : ପଶ୍ଚିମବଙ୍ଗରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି କଡ଼ା ଟକ୍କର । ନିଜ ନିଜର ଦଳୀୟ ନେତାଙ୍କୁ ନେଇ ଉଭୟ ଦଳ ନିର୍ବାଚନ ପ୍ରଚାରରେ ଲାଗିପଡ଼ିଥିବା ସହ ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି । ଗୁରୁବାର ଦିନ ପଶ୍ଚିମବଙ୍ଗର ଶାସକ ଟିଏମସି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ବିଜେପି ନେତା ଶୁଭେନ୍ଦୁ ଆଦିକାରୀ ପୁଣି ଥରେ ଟାର୍ଗେଟ କରିଛନ୍ତି । ଏକ ରାଲିକୁ ସମ୍ବୋଧିତ କରି ଅଧିକାରୀ କହିଛନ୍ତି, ଟିଏମସିକୁ ଜ୍ଞାନ ଦେବାକୁ ଆସିଥିବା ପ୍ରଶାନ୍ତ କିଶୋର ଟିଭିରେ କହିଛନ୍ତି, ତାଙ୍କ ପାଖରେ ଶତପ୍ରତିଶତ ଭୋଟ୍ ରହିଛି ଏବଂ ବିଜେପିକୁ 70% ଭୋଟରେ ଲଢିବାକୁ କହୁଛନ୍ତି । ସେମାନେ 30 ପ୍ରତିଶତ ଭୋଟ୍ ଫିକ୍ସ କରି ରଖିଛନ୍ତି, କିନ୍ତୁ ସେ ଜାଣିପାରୁନାହାନ୍ତି ଯେ, ଯଦି 70 ପ୍ରତିଶତ ଭୋଟ୍ ଆମକୁ ଆସେ ତେବେ ବିଜୟ 70 ପ୍ରତିଶତର ହେବ । ଏହି 70 ପ୍ରତିଶତ ଭୋଟ୍ ଆସିବ ଏବଂ ବିଜେପି ମଧ୍ୟ ଜିତିବ ବୋଲି ଅଧିକାରୀ କହିଛନ୍ତି ।

ତୃଣମୂଳ କଂଗ୍ରେସ ସରକାରରେ ମନ୍ତ୍ରୀପଦରେ ରହିଥିବା ଶୁଭେନ୍ଦୁ ଅଧିକାରୀ ଗତ ବର୍ଷ ଡିସେମ୍ବରରେ ବିଜେପିରେ ଯୋଗ ଦେଇଥିଲେ । ଏହା ପରେ ସେ ଟିଏମସି ଉପରେ ଆକ୍ରମଣକାରୀ ମନ୍ତବ୍ୟ ଦେବା ସହ ବିଜେପି ପାଇଁ ଜୋରଦାର ପ୍ରଚାରପ୍ରସାର କରୁଛନ୍ତି । ଗୁରୁବାର ମେଦିନାପୁରର ରାଲିରେ କହିଛନ୍ତି ମମତା ବାନାର୍ଜୀଙ୍କ ପୁତୁରା ପଶ୍ଚିମବଙ୍ଗକୁ ଲୁଟୁଛନ୍ତି ।
ନନ୍ଦୀଗ୍ରାମରୁ ମମତା ବାନାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଘୋଷଣା ଉପରେ ଶୁଭେନ୍ଦୁ କହିଛନ୍ତି ଯେ ଯଦି ସେ ତୃଣମୂଳ କଂଗ୍ରେସର ମୁଖ୍ୟଙ୍କୁ 50,000 ଭୋଟରେ ପରାସ୍ତ ନକରନ୍ତି ତେବେ ସେ ରାଜନୀତି ଛାଡିବେ । ସେ ମମତାଙ୍କୁ ଆକ୍ଷେପ କରି କହିଛନ୍ତି, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ନନ୍ଦିଗ୍ରାମର ଲୋକଙ୍କ ଭାବନା ସହିତ ଖେଳୁଥିଲେ । ଏଥର ଏହା କାମ କରିବ ନାହିଁ ଏବଂ ତାଙ୍କ ଦଳକୁ ଗଣତାନ୍ତ୍ରିକ ଉପାୟରେ କ୍ଷମତାଚ୍ୟୁତ କରାଯିବ ।
ବିଜେପିରେ ଯୋଗଦେବା ପରେ ଶୁଭେନ୍ଦୁ କହିଛନ୍ତି, ଟିଏମସି ଆଉ ରାଜନାତିକ ଦଳ ହୋଇନାହିଁ, ଏହା ଏକ ପ୍ରାଇଭେଟ୍ କମ୍ପାନୀ ଲିମିଟେଡ୍ ହୋଇଯାଇଛି । ଆସନ୍ତା କିଛି ମାସ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ । ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଲଗାତାର ରାଜନୈତିକ ଉତ୍ତେଜନା ଦେଖାଦେଇଛି । ଗତ କିଛି ମାସ ମଧ୍ୟରେ ଟିଏମସିର ବହୁ ସାଂସଦ, ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ମମତା ବାନାର୍ଜୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ଶୁଭେନ୍ଦୁ ଆଦିକାରୀ ମଧ୍ୟ ଡିସେମ୍ବର ମାସରେ ଅନେକ ଟିଏମସି ନେତାଙ୍କ ସହ ବିଜେପିରେ ଯୋଗ ଦେଇଥିଲେ ।












Click it and Unblock the Notifications